ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍ କରାଯାଇଛି।
ବ୍ଲଡ ପ୍ରେସର ଲୋ' ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।
ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ବିଳମ୍ବିତ ରାତି ସାଢ଼େ ୧୨ରୁ ୧ଟା ମଧ୍ୟରେ ହସ୍ପିଟାଲକୁ ଅଣାଯାଇଥିଲା। ଜଣାଶୁଣା ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଶାହାରୁଖ ଏସ୍ପି ଗୋଲବାଲାଙ୍କ ନେତୃତ୍ୱରେ ବିଶେଷଙ୍କ ଏକ ଟିମ୍ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି।
ସେପଟେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନିଜେ ସୂଚନା ଦେଇଛନ୍ତି ରତନ ଟାଟା। ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କହିଛନ୍ତି 'ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଖବର ଗୁଜବ। ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଦାବି ଗୁଡ଼ିକ ଭିତ୍ତିହୀନ। ଏହା ଉପରେ ଧ୍ୟନ ଦିଅନ୍ତୁ ନାହିଁ। ମୋର ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ମୁଁ ବର୍ତ୍ତମାନ ରେଗୁଲାର ମେଡିକାଲ ଚେକ୍ଅପ୍ ପାଇଁ ଆସିଛି। ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଭଲ ମୁଡ୍ରେ ଅଛି ଏବଂ ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ କରୁଛି।'
Thank you for thinking of me 🤍 pic.twitter.com/MICi6zVH99
— Ratan N. Tata (@RNTata2000) October 7, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।