Advertisment

ICUରେ ରତନ ଟାଟା, ବିଗିଡ଼ିଲା ସ୍ୱାସ୍ଥ୍ୟ

ନିଜ ସ୍ୱାସ୍ଥ୍ୟ ବିଷୟରେ ନିଜେ ଅପଡେଟ୍‌ ଦେଲେ ରତନ ଟାଟା। କହିଲେ- ଗୁଜବ ଉପରେ ଧ୍ୟାନ ଦିଅନ୍ତୁ ନାହିଁ।

ଅଦ୍ୟତନ ହୋଇଛି
Ratan Tata

Ratan Tata

Advertisment

ଭାରତର ଜଣାଶୁଣା ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ୍‌ ରତନ ଟାଟାଙ୍କ ବିଗିଡିଲା ସ୍ୱାସ୍ଥ୍ୟବାସ୍ଥା। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଜି ସକାଳୁ ମୁମ୍ବାଇର ବ୍ରିଜ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କୁ ଆଡମିଟ୍‌ କରାଯାଇଛି।

Advertisment

ବ୍ଲଡ ପ୍ରେସର ଲୋ' ଯୋଗୁ ସେ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ତୁରନ୍ତ ହସ୍ପିଟାଲର ଏମରଜେନ୍ସି ଓ୍ୱାର୍ଡକୁ ନିଆଯାଇଥିଲା। ଏହାପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରତନ ଟାଟାଙ୍କୁ ଗୁରୁତର ଅବସ୍ଥାରେ ବିଳମ୍ବିତ ରାତି ସାଢ଼େ ୧୨ରୁ ୧ଟା ମଧ୍ୟରେ ହସ୍ପିଟାଲକୁ ଅଣାଯାଇଥିଲା। ଜଣାଶୁଣା ହୃଦୟ ରୋଗ ବିଶେଷଜ୍ଞ ଡାକ୍ତର ଶାହାରୁଖ ଏସ୍‌ପି ଗୋଲବାଲାଙ୍କ ନେତୃତ୍ୱରେ ବିଶେଷଙ୍କ ଏକ ଟିମ୍‌ ତାଙ୍କ ଚିକିତ୍ସା ଜାରି ରଖିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ରହିଛି।

Advertisment

ସେପଟେ ନିଜ ସ୍ୱାସ୍ଥ୍ୟ ସମ୍ବନ୍ଧରେ ନିଜେ ସୂଚନା ଦେଇଛନ୍ତି ରତନ ଟାଟା। ସେ ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କହିଛନ୍ତି 'ଗଣମାଧ୍ୟମରେ ପ୍ରସାରିତ ସମସ୍ତ ଖବର ଗୁଜବ। ସମସ୍ତଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ଏହି ଦାବି ଗୁଡ଼ିକ ଭିତ୍ତିହୀନ। ଏହା ଉପରେ ଧ୍ୟନ ଦିଅନ୍ତୁ ନାହିଁ। ମୋର ବୟସ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ମୁଁ ବର୍ତ୍ତମାନ ରେଗୁଲାର ମେଡିକାଲ ଚେକ୍‌ଅପ୍‌ ପାଇଁ ଆସିଛି। ଚିନ୍ତା କରିବାର କୌଣସି କାରଣ ନାହିଁ। ମୁଁ ଭଲ ମୁଡ୍‌ରେ ଅଛି ଏବଂ ଜନସାଧାରଣ ଏବଂ ଗଣମାଧ୍ୟମକୁ ଭୁଲ ତଥ୍ୟ ପ୍ରସାରିତ ନକରିବାକୁ ଅନୁରୋଧ କରୁଛି।'

Mumbai Ratan Tata Ratan Tata Hospitalise
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe