Advertisment

'ଲୁହାକୁ କେହି ନଷ୍ଟ କରିପାରିବେନି, ତା'ର କଳଙ୍କି କରିଦେବ...' ରତନ ଟାଟାଙ୍କ କେତେକ ପ୍ରେରଣାଦାୟୀ ବାର୍ତ୍ତା

ସେ କେବଳ ଜଣେ ବ୍ୟବସାୟୀ ନଥିଲେ, ବରଂ ଭାରତୀୟ ଶିଳ୍ପ ଏବଂ ଭାରତୀୟ ଅର୍ଥନୀତିରେ ତାଙ୍କ ଅବଦାନ ଥିଲା ମହନୀୟ।

author-image
Debibandita Barick
ଅଦ୍ୟତନ ହୋଇଛି
Ratan Tata

Ratan Tata

ଆଜି ଭାରତ ଏକ ରତ୍ନକୁ ହରାଇଛି। ଅର୍ଥାତ୍ ବିଶ୍ୱର ସୁପ୍ରତିଷ୍ଠିତ ଶିଳ୍ପପତି ରତନ ନବଲ ଟାଟା ଚିର ନିଦ୍ରାରେ। 86 ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଏହି ବର୍ଷିୟାନ ଶିଳ୍ପପତି। ତାଙ୍କ ବିୟୋଗରେ ସମଗ୍ର ଦେଶ ଆଜି ଶୋକ ସନ୍ତପ୍ତ।   

Advertisment

କାରଣ ସେ କେବଳ ଜଣେ ବ୍ୟବସାୟୀ ନଥିଲେ, ବରଂ ଭାରତୀୟ ଶିଳ୍ପ ଏବଂ ଭାରତୀୟ ଅର୍ଥନୀତିରେ ତାଙ୍କ ଅବଦାନ ଥିଲା ମହନୀୟ। କୋଟି କୋଟି ଯୁବ ବ୍ୟବସାୟୀଙ୍କ ପାଇଁ ସେ ଥିଲେ ଆଦର୍ଶ। ତାଙ୍କ ପ୍ରେରଣାଦାୟୀ ବାର୍ତ୍ତାରେ ଯୁବପିଢି ହେଉଥିଲେ ଅନୁପ୍ରାଣିତ। ଏଥିପାଇଁ ତାଙ୍କୁ 'ଜୀବନ୍ତ ଧର୍ମନିରପେକ୍ଷ ସନ୍ଥ' ବୋଲି କୁହାଯାଉଥିଲା। ତେବେ ଏହି 'ସନ୍ଥ' ଯୁବ ସମାଜକୁ ଦେଇଥିବା କେତେକ ପ୍ରେରଣାଦାୟୀ ବାର୍ତ୍ତା ଉପରେ ନଜର ପକାନ୍ତୁ... 

  • କେହି ଲୁହାକୁ ନଷ୍ଟ କରିପାରିବେ ନାହିଁ, କିନ୍ତୁ ଏହାର କଳଙ୍କି କରିଦେବ। ସେହିଭଳି, ଜଣେ ବ୍ୟକ୍ତିଙ୍କୁ ଅନ୍ୟ କେହି ନୁହେଁ, ତାର ନିଜ ମାନସିକତା ବିନାଶ କରି ଦେଇପାରେ। 
  • ଲୋକେ ଫିଙ୍ଗୁଥିବା ପଥରକୁ ସାଇତି ରଖ, ଆଉ ଏହାକୁ ସ୍ମାରକୀ ନିର୍ମାଣ ପାଇଁ ବ୍ୟବହାର କର। 
  • ଜୀବନରେ ଆଗକୁ ବଢିବା ପାଇଁ ଉନ୍ନତି ଏବଂ ଅବନତି ବେଶ୍ ଗୁରୁତ୍ୱପୂର୍ଣ୍ଣ, କାରଣ ECG ପରୀକ୍ଷଣରେ ସିଧା ରେଖାର ଅର୍ଥ ଆମେ ଜୀବିତ ନାହାଁନ୍ତି।  
  • ଯଦି ତୁମେ ଦ୍ରୁତଗତିରେ ଚାଲିବାକୁ ଚାହୁଁଛ, ଏକୁଟିଆ ଚାଲ। କିନ୍ତୁ ଯଦି ତୁମେ ବହୁତ ଦୂର ଯିବାକୁ ଚାହୁଁଛ, ତେବେ ଏକାଠି ହୋଇ ଚାଲ। 
  • ଦାୟିତ୍ୱରେ ରହିବାକୁ ନେତୃତ୍ୱ କୁହାଯାଏନି। ଏହାର ଅର୍ଥ ତୁମ ଦାୟିତ୍ୱରେ ଥିବା ଲୋକଙ୍କ ଯତ୍ନ ନେବା।
  • ସହାନୁଭୂତି ଏବଂ ଦୟା ହେଉଛି ଜଣେ ଜନନାୟକଙ୍କର ସବୁଠାରୁ ବଡ଼ ଶକ୍ତି।
  • ସଫଳତା ପଦ-ପଦବୀରୁ ମପାଯାଏନି, ଆପଣଙ୍କ ସଫଳତା ଅନ୍ୟମାନଙ୍କ ଉପରେ ପକାଉଥିବା ପ୍ରଭାବ ଦ୍ୱାରା ମାପ କରାଯାଏ।
  • ମୁଁ ଭାଗ୍ୟ ଉପରେ ବିଶ୍ୱାସ କରେନି, କଠିନ ପରିଶ୍ରମ ଏବଂ ପ୍ରସ୍ତୁତିରେ ବିଶ୍ୱାସ କରେ।
  • ଯେଉଁ ଦିନ ମୁଁ ନିଜ ପାଇଁ କିଛି କରିପାରିବି ନାହିଁ, ସେହି ଦିନ ମୁଁ ମୋର ବ୍ୟାଗ ପ୍ୟାକ୍ କରି ଛାଡି ଚାଲିଯିବି। 
Advertisment
Ratan Tata Ratan Tata Quotes Business Icon