Advertisment

ପଶୁ ପ୍ରେମୀ ରତନ: ଯେଉଁ ହୋଟେଲରେ ମଣିଷ ପଶିବା କଷ୍ଟ, ସେଠି ଅବାଧରେ ପଶେ ବୁଲା କୁକୁର

ନିଜ ଅସୁସ୍ଥ ପୋଷା କୁକୁର ପାଇଁ ପ୍ରିନ୍ସ ଚାର୍ଲସଙ୍କ ଠାରୁ ଆଓ୍ୱାର୍ଡ ନେବାକୁ ଯାଇ ନଥିଲେ ରତନ ଟାଟା।

author-image
Madhupriya Mistry
Pet lover ratan Tata

Pet lover ratan Tata

ଦେଶର ସବୁଠୁ ବଡ଼ ହୋଟେଲ କୁହାଯାଉଥିବା ତାଜ ପ୍ୟାଲେସରେ କଡ଼ା ସୁରକ୍ଷା ରହିଛି। ଆତଙ୍କବାଦୀ ଆକ୍ରମଣ ପରେ କୁଆ କୋଇଲି ବି ହୋଟେଲରେ ପ୍ରବେଶ କରିବା କଷ୍ଟକର। କିନ୍ତୁ ଏଭଳି ବିଳାସପୂର୍ଣ୍ଣ ହୋଟେଲରେ କୁକୁର ଅବାଧ ଭାବେ ପ୍ରବେଶ କରିଥାଏ। ଏ କଥା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆଉ ଏହା ସମ୍ଭବ ହୋଇଛି ଜଣେ ପଶୁ ପ୍ରେମୀଙ୍କ ପାଇଁ। ଯିଏ କି ଖାଲି ପଶୁ କି ମଣିଷ ନୁହେଁ ବରଂ ସାରା ଭାରତକୁ ଭଲ ପାଉଥିଲେ। ଆଉ ୧୪୦ କୋଟି ଭାରତୀୟଙ୍କ ପାଇଁ ସେ ସବୁଦିନ କିଛି କରିବା ପାଇଁ ସ୍ୱପ୍ନ ଦେଖୁଥିଲେ। ସେ ହେଉଛନ୍ତି ରତନ ଟାଟା। ଯଦିଓ ସେ ଆମ ଗହଣରେ ନାହାନ୍ତି କିନ୍ତୁ ତାଙ୍କର ଅନେକ କର୍ମ ଓ ବାଣୀ ଆମର ଏ ସମାଜ ପାଇଁ ବହୁ ମୂଲ୍ୟ ରଖେ।

Advertisment

ତାଜା ହୋଟେଲରେ ଅବଧାରେ ପ୍ରବେଶ କରନ୍ତି ବୁଲା କୁକୁର। ଟାଟା ଗ୍ରୁପ ମୁଖ୍ୟାଳୟ ଏବେ ଏମାନଙ୍କ ପାଇଁ ପାଲଟିଛି ଆଶ୍ରୟସ୍ଥଳୀ। ପଶୁ, ବିଶେଷ କରି କୁକୁରଙ୍କ ପ୍ରତି ରତନ ଟାଟାଙ୍କ ଗଭୀର ଓ ଅତୁଟ ଭଲପାଇବା ଯୋଗୁଁ ଏହା ସମ୍ଭବ ହୋଇପାରିଛି।

ମେ' ମାସରେ ରତନ ଟାଟା ମୁମ୍ବାଇର ପ୍ରସିଦ୍ଧ ତାଜ ପ୍ୟାଲେସ ହୋଟେଲକୁ ପ୍ରବେଶ କରୁଥିବା ବୁଲା ପଶୁଙ୍କ ଯତ୍ନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଥିଲା ଯେତେବେଳେ ଜଣେ ଏଚଆର ପ୍ରଫେସନାଲ ହୋଟେଲ ପରିସରରେ ଏକ ବୁଲା କୁକୁରର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ହୋଟେଲ କର୍ମଚାରୀଙ୍କୁ ପ୍ରଶଂସା କରିଥିଲେ।

Advertisment

ତାଙ୍କ ପୋଷ୍ଟ ସେୟାର ହେବା ପରେ ରତନ ଟାଟା ହୋଟେଲ ପରିସରରେ ବୁଲା ପଶୁମାନଙ୍କୁ ଭଲ ଭାବରେ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ ବୋଲି କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି। ଏହାପୂର୍ବରୁ ୨୦୧୮ରେ ଟାଟା ଗ୍ରୁପ୍ ମୁଖ୍ୟାଳୟ ବାହାରେ କୌଣସି ବୁଲା କୁକୁର ଆସିଲେ ସେମାନଙ୍କୁ ଆଶ୍ରୟ ଦିଆଯାଉ ବୋଲି ରତନ ଟାଟା ନିର୍ଦ୍ଦେଶ ଦେଇଥିଲେ।

ଜୁଲାଇ ୧ ରେ ରତନ ଟାଟା ମୁମ୍ବାଇର ମହାଲକ୍ଷ୍ମୀ ଅଞ୍ଚଳରେ ଟାଟା ଟ୍ରଷ୍ଟର ସ୍ମଲ୍ ଆନିମଲ ହସ୍ପିଟାଲର ଉଦଘାଟନ କରିଥିଲେ। ଏହା ଥିଲା ତାଙ୍କର ଶେଷ ପ୍ରୋଜେକ୍ଟ। ୨୪ ଘଣ୍ଟିଆ ଖୋଲା ରହୁଥିବା ଏହି କେନ୍ଦ୍ରର ଶଯ୍ୟା କ୍ଷମତା ୨୦୦ରୁ ଅଧିକ ରହିଛି। ଆବଶ୍ୟକ ଗୃହପାଳିତ ପଶୁମାନଙ୍କ ପାଇଁ ଉନ୍ନତ ଚିକିତ୍ସା ସେବା ପ୍ରଦାନ କରିବା ଲକ୍ଷ୍ୟରେ ଏହି ହସ୍ପିଟାଲକୁ ପ୍ରତିଷ୍ଠା କରିଥିଲେ ରତନ ଟାଟା।

ଫେବ୍ରୁଆରି ମାସରେ, ସେ ୧୬୫ କୋଟି ଟଙ୍କା ବ୍ୟୟରେ କୁକୁରଙ୍କ ପାଇଁ ଡାକ୍ତରଖାନା ପ୍ରକଳ୍ପ ଘୋଷଣା କରିଥିଲେ। ରତନ ଟାଟା କହିଥିଲେ, 'ଗୃହପାଳିତ ପଶୁମାନେ ଆମ ପରିବାରର ଏକ ଅଂଶ ଏବଂ ପ୍ରତ୍ୟେକ ଗୃହପାଳିତ ପିତାମାତାଙ୍କ ପାଇଁ ସେମାନଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ।' ଗୃହପାଳିତ ପଶୁମାନଙ୍କ ପାଇଁ ଭିତ୍ତିଭୂମିର ଅଭାବ ଦେଖିବା ପରେ ସେ ଏପରି ଏକ ପଦକ୍ଷେପ ନେଇଥିଲେ ବୋଲି କହିଥିଲେ। ଏତେ ବଡ଼ ଦେଶରେ, ଯେଉଁଠାରେ ଗୃହପାଳିତ ପଶୁଙ୍କ ସଂଖ୍ୟା ଅଧିକ ରହିଛି ସେତେବେଳେ ଏହିପରି ଗୃହପାଳିତ ପଶୁଙ୍କ ପାଇଁ ଏକ ଡାକ୍ତରଖାନାର ଆବଶ୍ୟକ ରହିଛି ବୋଲି ସେ କହିଥିଲେ।

୨୦୧୮ମସିହାରେ ରତନ ଟାଟା ବ୍ରିଟେନର ତତ୍କାଳୀନ ପ୍ରିନ୍ସ ଚାର୍ଲସଙ୍କ ଠାରୁ ବକିଂହାମ ପ୍ୟାଲେସରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ଗ୍ରହଣ କରିଥିଲେ। ଯେଉଁଠାରେ ଶିଳ୍ପପତିଙ୍କୁ ତାଙ୍କର ଜନହିତକର କାର୍ଯ୍ୟ ପାଇଁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରାଯିବାର ଥିଲା। ତେବେ ନିଜ ପୋଷା କୁକୁର ପାଇଁ ସେ ଏଠାକୁ ଯାଇନଥିଲେ।

ଏହି ଘଟଣାର କିଛି ଦିନ ପୂର୍ବରୁ ରତନ ଟାଟାଙ୍କ ପୋଷା କୁକୁର ଟିଟୋ ଅସୁସ୍ଥ ହୋଇପଡ଼ିଥିଲା। ଏକ ଭିଡିଓରେ ଏହି ଘଟଣାକୁ ମନେ ପକାଇ ବିଜ୍ଞାପନ ବିଶେଷଜ୍ଞ ତଥା ସମାଜସେବୀ ସୁହେଲ ସେଠ କହିଛନ୍ତି ଯେ ରତନ ଟାଟାଙ୍କ ଠାରୁ ତାଙ୍କୁ ୧୧ଟି ମିସ୍ କଲ୍ ଆସିଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ଟାଟା କହିଥିଲେ ଯେ ସେ ତାଙ୍କ ଅସୁସ୍ଥ ପୋଷା କୁକୁରକୁ ଛାଡି ଲଣ୍ଡନ ଯାଇପାରିବେ ନାହିଁ। କିଛି ବର୍ଷ ତଳେ ଟିଟୋର ମୃତ୍ୟୁ ହୋଇଥିଲା।

Ratan Tata Ratan Tata Passed Away Ratan Tata's Love For Pets Taj Hotel