Advertisment

ରାସନ ଦୁର୍ନୀତି ମାମଲା; ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ଇଡିର ସମନ

ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାରେ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ସମନ ପଠାଇଛି ଇଡି।

Rituparna Sengupta

Rituparna Sengupta

Advertisment

ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲାରେ ଆଉ ଜଣେ ଅଭିନେତ୍ରୀଙ୍କୁ ସମୟ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)। ବେଙ୍ଗଲ ଅଭିନେତ୍ରୀ ଋତୁପର୍ଣ୍ଣା ସେନଗୁପ୍ତାଙ୍କୁ ସମନ କରିଛି ଇଡି। 

Advertisment

ସୂଚନା ଅନୁସାରେ, ଜୁନ୍ ୫ ସୁଦ୍ଧା କୋଲକାତାର ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସେନଗୁପ୍ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜଣେ ଇଡି ଅଧିକାରୀ କହିଛନ୍ତି ଜୁନ ୫ ସକାଳ 5ଟା ସୁଦ୍ଧା ତାଙ୍କୁ କାର୍ଯ୍ୟାଳୟରେ ହାଜର ହେବାକୁ ପଡ଼ିବ।  

ପୂର୍ବରୁ ସେନଗୁପ୍ତା ମଧ୍ୟ ଇଡି ପ୍ରଶ୍ନର ସାମ୍ନା କରି ସାରିଛନ୍ତି। ୨୦୧୯ରେ ସେନଗୁପ୍ତା ରୋଜ୍ ଭେଲି ଚିଟ୍ ଫଣ୍ଡ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଥିଲେ ଏବଂ ତଦନ୍ତକାରୀ ସଂସ୍ଥା ତାଙ୍କୁ ଜେରା କରିଥିଲା। 

Advertisment

ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଋତୁପର୍ଣ୍ଣା ସେନଗୁପ୍ତାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇ ଥିଲେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। ସେ ବର୍ତ୍ତମାନ କୌଣସି ବ୍ୟକ୍ତିଗତ କାରଣ ପାଇଁ ଆମେରିକାରେ ଥିବା ତାଙ୍କ ପରିବାରବର୍ଗଙ୍କ ପକ୍ଷରୁ ସୂଚନା ମିଳିଛି। 

Ed Rituparna Sengupta Bengali Actress Ration Scam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe