Advertisment

ମୂଷା ଖାଇଗଲା ୧୯ କିଲୋର ଗଞ୍ଜେଇ ଓ ଭାଙ୍ଗ

ଜବତ ହୋଇଥିବା ୧୦ କିଲୋଗ୍ରାମ ମିରଜୁଆନା ତଥା ଗଞ୍ଜେଇ ଏବଂ ୯ କିଲୋଗ୍ରାମ ଭାଙ୍ଗକୁ ମୂଷା ସମ୍ପୂର୍ଣ୍ଣ ଖାଇ ନଷ୍ଟ କରିଦେଇଥିବା କୋର୍ଟକୁ ପୁଲିସ କହିଛି।

ଅଦ୍ୟତନ ହୋଇଛି
Rats ate ganja

Rats ate ganja

Advertisment

କେବଳ ମଣିଷ ନୁହନ୍ତି ଏବେ ମୂଷାମାନେ ମଧ୍ୟ ଖାଇଲେଣି ଗଞ୍ଜେଇ ଓ ଭାଙ୍ଗ। ପାଖାପାଖି ୧୯ କିଲୋଗ୍ରାମର ଗଞ୍ଜେଇ ଓ ଭାଙ୍ଗ ଖାଇ ଯାଇଛନ୍ତି ମୂଷା। ଏଭଳି କିଛି ଅଜବଗଜବ ମାମଲା ସାମ୍ନାକୁ ଆସିଛି ଝାଡଖଣ୍ଡର ଧାନବାଦ ଅଞ୍ଚଳରୁ। ଥାନା ଭିତରେ ରଖାଯାଇଥିବା ୧୦ କିଲୋଗ୍ରାମ ଭାଙ୍ଗ ଓ ୯ କିଲୋଗ୍ରାମ ଗଞ୍ଜେଇ ଖାଇଯାଇଥିବା କୋର୍ଟଙ୍କୁ କହିଛନ୍ତି ପୁଲିସ ଅଧିକାରୀ। ଏହି ମାମଲା ସାମ୍ନାକୁ ଆସିବା ପରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ପ୍ରକୃତରେ ୨୦୧୮ ଡିସେମ୍ବର ୧୪ ତାରିଖରେ ୧୯ କିଲୋଗ୍ରାମ ଗଞ୍ଜେଇ ଓ ଭାଙ୍ଗ ପୁଲିସ ଜବତ କରିଥିଲା। ଏହି ମାମଲାରେ ଶମ୍ଭୁ ଅଗ୍ରଓ୍ୱାଲ ଓ ତାଙ୍କ ପୁଅଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଏମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିଲା। ଜବତ ହୋଇଥିବା ଏହି ନିଶା ଦ୍ରବ୍ୟକୁ ପୁଲିସ ଥାନାର ଗୋଦାମ ଘରେ ରଖିଥିଲା।

ଶନିବାର କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିଲା। ଶୁଣାଣି ବେଳେ ୬ ବର୍ଷ ତଳେ ଜବତ ହୋଇଥିବା ଏହି ଭାଙ୍ଗ ଓ ଗଞ୍ଜେଇକୁ କୋର୍ଟରେ ଦେଖାଇବାକୁ ପୁଲିସକୁ କୁହାଯାଇଥିଲା। ତେବେ ପୁଲିସ ଏହାକୁ ଦେଖାଇ ପାରିନଥିଲା। ଜବତ ହୋଇଥିବା ଭାଙ୍ଗ ଓ ଗଞ୍ଜେଇ ନଷ୍ଟ ହୋଇଯାଇଥିବା ନେଇ ସେ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ।

Advertisment

ଏହି ମାମଲାର ଶୁଣାଣି ପ୍ରଧାନ ଜିଲ୍ଲା ତଥା ସେସନ୍ସ ଜଜ୍ ରାମ ଶର୍ମାଙ୍କ କୋର୍ଟରେ ଚାଲିଥିଲା। ତଦନ୍ତ ଅଧିକାରୀ ଜୟପ୍ରକାଶ ପ୍ରସାଦ କୋର୍ଟରେ ଏ ସମ୍ପର୍କରେ ସୂଚନା ଦେଇଥିଲେ। ସେ ନିଜେ କୋର୍ଟରେ ହାଜର ହୋଇଥିଲେ ମଧ୍ୟ ଜବତ କରାଯାଇଥିବା ଭାଙ୍ଗ ଏବଂ ଗଞ୍ଜେଇକୁ ଆଣି ନଥିଲେ। ଜବତ ହୋଇଥିବା ୧୦ କିଲୋଗ୍ରାମ ମିରଜୁଆନା ତଥା ଗଞ୍ଜେଇ ଏବଂ ୯ କିଲୋଗ୍ରାମ ଭାଙ୍ଗ ମୂଷା ଦ୍ୱାରା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସରକାରୀ ଓକିଲ କୋର୍ଟଙ୍କୁ ଜଣାଇଥିଲେ।

ଶମ୍ଭୁ ଅଗ୍ରଓ୍ୱାଲ ଓ ତାଙ୍କ ପୁଅଙ୍କ ପକ୍ଷରୁ ଲଢ଼ୁଥିବା ଓକିଲ ପୁଲିସର ଏହି ରିପୋର୍ଟକୁ ମିଥ୍ୟା ବୋଲି କହିଛନ୍ତି। ସେପଟେ ଧାନବାଦ ୧୯ କିଲୋଗ୍ରାମ ଗଞ୍ଜେଇ ଓ ଭାଙ୍ଗ ପ୍ରକୃତରେ କୁଆଡେ ଗଲା? ତା'ର ତଦନ୍ତ ହେବ। ପୁଲିସ କୋର୍ଟଙ୍କୁ ଯାହା ପ୍ରମାଣ ଦେଇଛନ୍ତି ତା'ର ମଧ୍ୟ ଉଚିତ ଯାଞ୍ଚ କରାଯିବ। ସେହି ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧାନବାଦ୍ ଏସ୍‌ପି ଅଜିତ କୁମାର କହିଛନ୍ତି।

Jharkhand Ganja Seized Rat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe