Advertisment

ସ୍ତ୍ରୀକୁ ପାଇ ପୁଅ ବଦଳି ଯାଇଥିବା କହିଲେ ରବୀନ୍ଦ୍ର ଜାଡେଜାଙ୍କ ବାପା, ଜବାବ ରଖିଲେ ଇଣ୍ଡିଆ ଷ୍ଟାର

ରବୀନ୍ଦ୍ର ଜାଡେଜା ବାହା ହେବା ପରେ ବଦଳି ଯାଇଛନ୍ତି ବୋଲି ତାଙ୍କ ବାପା କହିଥିଲେ। ଏହାର ଜବାବ ଏକ୍ସ ମାଧ୍ୟମରେ ଜୁନିୟର ଜାଡେଜା ଦେଇଛନ୍ତି।

Jadeja

Jadeja

Advertisment

ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କ ବାପାଙ୍କ ବିସ୍ଫୋରକ ସାକ୍ଷାତକାର ଉପରେ ପ୍ରତିକ୍ରିୟା ରଖିଛନ୍ତି। ପୁଅ ରବୀନ୍ଦ୍ର ଓ ବୋହୂ ରିଭାବାଙ୍କ ସହ ତିକ୍ତତା ରହିଛି। ରବୀନ୍ଦ୍ର ଜାଡେଜା ବାହା ହେବା ପରେ ବଦଳି ଯାଇଛନ୍ତି ବୋଲି ତାଙ୍କ ବାପା କହିଥିଲେ। ଏହାର ଜବାବ ଏକ୍ସ ମାଧ୍ୟମରେ ଜୁନିୟର ଜାଡେଜା ଦେଇଛନ୍ତି।

Advertisment

ସେ କହିଛନ୍ତି, “ଦିବ୍ୟ ଭାସ୍କରର ସାକ୍ଷାତକାରରେ ଯାହା ସବୁ କୁହାଯାଇଛି ସେ ସବୁ ମୂଲ୍ୟହୀନ ଓ ମିଛ। ଗୋଟିଏ ପକ୍ଷର ସବୁ କିଛି ଶୁଣା ଯାଇଛି। ଯାହାକୁ ମୁଁ ଗ୍ରହଣ କରୁ ନାହିଁ। ମୋ ପତ୍ନୀଙ୍କ ଛବିକୁ ମଳିନ କରିବା ପାଇଁ ଯେଉଁ ଚେଷ୍ଟା କରାଯାଇଛି, ତାହା ନିନ୍ଦନୀୟ ଓ ଅଭଦ୍ରତାର ପରିଚୟ।

ମୋର ମଧ୍ୟ ବହୁତ କିଛି କହିବାର ଅଛି। କିନ୍ତୁ ଏହାକୁ ସର୍ବସାଧାରଣରେ ନ କହିବା ଭଲ।” ସେ ନିଜ ପ୍ରତିକ୍ରିୟାର ଶୀର୍ଷକ ତଥାକଥିତ ସାକ୍ଷାତକାରରେ କୁହାଯାଇଥିବା କଥାକୁ ଅଣଦେଖା କରାଯାଉ ବୋଲି ରଖିଛନ୍ତି। 

Advertisment

ସାକ୍ଷାତକାରରେ ଜାଡେଜାଙ୍କ ବାପା ଅନୁରୁଦ୍ଧସିଂହ ଜାଡେଜା ଖୋଲାଖୋଲି ଭାବେ କେମିତି ରବୀନ୍ଦ୍ରଙ୍କ ବାହାଘର ପରେ ସ୍ଥିତି ବଦଳି ଯାଇଛି ଓ ସେ କେମିତି ଏକାକୀ ଜାମନଗରରେ ରହୁଛନ୍ତି, ସେକଥା କହିଛନ୍ତି।

ସିନିୟର ଜାଡେଜା କହିଛନ୍ତି, “ମୁଁ ଗୋଟିଏ ସତ କୁହେ ବୋଲି ଆପଣ ଚାହୁଁଛନ୍ତି କି? ରବୀନ୍ଦ୍ର ଓ ତା’ ପତ୍ନୀ ରିଭାବା ସହ ମୋର କୌଣସି ପ୍ରକାରର ସମ୍ପର୍କ ନାହିଁ। ଆମେ ସେମାନଙ୍କୁ ଫୋନ କରୁ ନାହୁଁ କି ସେମାନେ ମଧ୍ୟ ଆମକୁ କଲ କରନ୍ତି ନାହିଁ। ବାହା ଘରର ୨ରୁ ୩ ମାସ ପରେ ସବୁ କିଛି ଆରମ୍ଭ ହୋଇଛି।

ମୁଁ ବର୍ତ୍ତମାନ ଏକାକୀ ଜାମନଗରରେ ରହୁଛି। ରବୀନ୍ଦ୍ର ନିଜସ୍ୱ ବଙ୍ଗଳାରେ ରହୁଛି। ସେ ଗୋଟିଏ ସହରରେ ରହୁଛି, କିନ୍ତୁ ମୁଁ ତାକୁ ଦେଖି ପାରୁ ନାହିଁ। ମୁଁ ଜାଣି ପାରୁନି, ତା’ ଉପରେ ତା’ ସ୍ତ୍ରୀ କି ଯାଦୁ କରିଛି।”

ସେ ଆହୁରି କହିଛନ୍ତି, “ସେ ମୋ ପୁଅ। ଏସବୁ ମୋ ହୃଦୟକୁ କଷ୍ଟ ଦେଉଛି। ତାକୁ ବାହା ନ କରିଥିଲେ ଭଲ ହୋଇଥାଆନ୍ତା ବୋଲି ଭାବୁଛି। ଯଦି ସେ କ୍ରିକେଟର ନ ହୋଇଥାଆନ୍ତା, ତା’ହେଲେ ଭଲ ହୋଇଥାଆନ୍ତା। ଆମକୁ ଏସବୁ ଜିନିଷ ସବୁ ଦେଖିବାକୁ ପଡ଼ି ନଥାଆନ୍ତା।

ବାହାଘରର ୩ ମାସ ପରେ ରିଭାବା ସବୁ କିଛି ନିଜ ନାଁକୁ ଟ୍ରାନ୍ସଫର କରି ଦେବାକୁ ମୋତେ କହିଥିଲେ। ସେ ଆମ ପରିବାରରେ ଗୋଟିଏ ବିଭ୍ରାଟ ସୃଷ୍ଟି କରିଥିଲେ। ସେ ପରିବାର ଚାହାନ୍ତି ନାହିଁ। ସେ ସବୁବେଳେ ସ୍ୱାଧୀନ ଜୀବନ ଚାହୁଁଛନ୍ତି।

ମୁଁ ଭୁଲ ହୋଇପାରେ, ନୟନାବା(ରବୀନ୍ଦ୍ରଙ୍କ ଭଉଣୀ) ଭୁଲ ହୋଇପାରେ, କିନ୍ତୁ ଆମ ପରିବାରର ସମସ୍ତ ୫୦ ଜଣ ସଦସ୍ୟ କେମିତି ଭୁଲ ହୋଇଯିବେ? ପରିବାର କାହା ସହ ସେମାନଙ୍କର ସମ୍ପର୍କ ନାହିଁ। କେବଳ ଘୃଣା ରହିଛି।

ମୁଁ କିଛି ଲୁଚାଇବାକୁ ଚାହେଁ ନାହିଁ। ଆମେ ୫ ବର୍ଷ ହେଲାଣି ଆମ ନାତୁଣୀର ମୁହଁ ଦେଖିନାହୁଁ। ରବୀନ୍ଦ୍ରଙ୍କ ଶ୍ୱଶୁର ଘର ଲୋକ ସବୁ କିଛି ବୁଝୁଛନ୍ତି। ସେମାନେ ସବୁ କଥାରେ ହସ୍ତକ୍ଷେପ କରୁଛନ୍ତି। ସେମାନେ ଗୋଟିଏ ବ୍ୟାଙ୍କ ପାଇ ଯାଇଥିବାରୁ ପୂରା ଖୁସି ମନାଉଛନ୍ତି।”

Ravindra Jadeja
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe