Advertisment

ଅପରେସନ ସିନ୍ଦୂର: ପାକିସ୍ତାନ ଛାତିରେ ଭାରତର ହମଲା

ପାକିସ୍ତାନ ଅପରେସନ ସିନ୍ଦୂର ପରେ ଭାରତର ୧୫ଟି ସହରରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ମହଙ୍ଗା ପଡ଼ିଛି।

ଅଦ୍ୟତନ ହୋଇଛି
Pak

Pak

Advertisment

ପୁଣିଥରେ ପାକିସ୍ତାନକୁ ପାନେ ଦେଇଛି ଭାରତ। ଆତଙ୍କବାଦୀ ଆଡ୍ଡାରେ ଭାରତ କରିଥିବା ଅପରେସନ ସିନ୍ଦୂରର ଜବାବ ଦେବାକୁ ଚେଷ୍ଟା କରି ପାକିସ୍ତାନ ନାମ ନେଇଛି। ପାକିସ୍ତାନ ଅପରେସନ ସିନ୍ଦୂର ପରେ ଭାରତର ୧୫ଟି ସହରରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ମହଙ୍ଗା ପଡ଼ିଛି। ପାକିସ୍ତାନ ଛାତିରେ ଭାରତ କରିଛି ଗର୍ଜନ। ଭାରତର ଡ୍ରୋନ ହମଲାରେ ଥରି ଉଠିଛି ପାକିସ୍ତାନର ବଡ଼ବଡ଼ ସହର। 

Advertisment

ପାକିସ୍ତାନ ବୁଧବାର ରାତିରେ କରିଥିବା ମିସାଇଲ ଓ ଡ୍ରୋନ ହମଲାର ଜବାବ ଅପରେସନ ସିନ୍ଦୂରର ଦ୍ୱିତୀୟ ଦିନରେ ଦେଇଛି ଭାରତ। ଆଜି ସକାଳୁ ଭାରତୀୟ ସେନାର ଡ୍ରୋନ ପାକିସ୍ତାନର ଏକାଧିକ ବଡ଼ ସହରରେ କାଉଣ୍ଟର ଷ୍ଟ୍ରାଇକ କରିଛି। ଭାରତର ଡ୍ରୋନ ହମଲାରେ ପାକିସ୍ତାନର ବନ୍ଦର ସହର ଲାହୋର ଠାରୁ ଆରମ୍ଭ କରି ରାଜଧାନୀ ଇସଲାମାବାଦ ଥରି ଉଠିଛି।

ଆଜି ସକାଳେ ଭାରତୀୟ ସେନା ପାକିସ୍ତାନର ବିଭିନ୍ନ ସହରରେ ଏୟାର ଡିଫେନ୍ସ ରାଡାର ଓ ସିଷ୍ଟମକୁ ଟାର୍ଗେଟ କରିଥିଲା। ପାକିସ୍ତାନ ଯେଉଁ ଭଳି ଆକ୍ରମଣ କରିଥିଲା ଭାରତ ମଧ୍ୟ ସମାନ ଢଙ୍ଗରେ ଏହାର ଜବାବ ଦେଇଛି। ଭାରତର ଡ୍ରୋନ ଆକ୍ରମଣରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ ହୋଇଯାଇଛି। ଚାଇନା ପକ୍ଷରୁ ଲାହୋରରେ ଏଚକ୍ୟୁ-୯ ମିସାଇଲ ଡିଫେନ୍ସ ସିଷ୍ଟମ ଖଞ୍ଜା ଯାଇଥିଲା।

Advertisment

ହେଲେ ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ତାହା ନଷ୍ଟ ହୋଇଯାଇଛି। କେବଳ ଲାହୋର ନୁହେଁ, ରାୱଲପିଣ୍ଡିରେ ଥିବେ ସେନା ପ୍ରତିଷ୍ଠାକୁ ଟାର୍ଗେଟ କରି ଭାରତ ଡ୍ରୋନ ମାଡ଼ କରିଛି। ପ୍ରଥମଥର ପାଇଁ ଭାରତୀୟ ସେନା ପାକିସ୍ତାନ ଆର୍ମି ମୁଖ୍ୟାଳୟକୁ ଟାର୍ଗେଟ କରିଥିବାରୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଲୋକମାନେ ଭୟରେ ରାସ୍ତା ଉପରେ ଭିଡ଼ କରିଥିବାର ଦୃଶ୍ୟ ସାମ୍ନାକୁ ଆସିଛି। ସ୍ଥିତିକୁ ଦେଖି ଆମେରିକା ପକ୍ଷରୁ ନିଜ ଦେଶର ଲୋକଙ୍କୁ ଲାହୋର ଛାଡ଼ିବାକୁ କୁହାଯାଇଛି।

ରାୱଲପିଣ୍ଡି ମଧ୍ୟ ଭାରତର ଡ୍ରୋନ ଷ୍ଟ୍ରାଇକରୁ ବର୍ତ୍ତି ନାହିଁ। ଏଠାରେ ଥିବା କ୍ରିକେଟ ଷ୍ଟାଡିୟମ ଭାରତର ଡ୍ରୋନ ହମଲାରେ କ୍ଷତିଗ୍ରସ୍ତ ହୋଇଛି। କିଛି ସ୍ଥାନରେ ନିଆଁ ମଧ୍ୟ ଲାଗି ଯାଇଛି। ରାୱଲପିଣ୍ଡିର କ୍ରିକେଟ ଷ୍ଟାଡିୟମରେ ଡ୍ରୋନ ମାଡ଼ ହେବାରୁ ଏଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଆଜି ସେଠାରେ ପାକିସ୍ତାନ ସୁପର ଲିଗର ଗୋଟିଏ ମ୍ୟାଚ୍‌ ଖେଳା ଯିବାର ଥିଲା। ରାତି ୮ଟାରେ ପେଶାୱର ଜାଲିମ ଓ କରାଚି କିଙ୍ଗସ ଏହି ଷ୍ଟାଡିୟମରେ ମୁହାଁମୁହିଁ ହୋଇଥାଆନ୍ତେ। କିନ୍ତୁ ଭାରତର ଡ୍ରୋନ ଆଟାକ ସବୁ କିଛିରେ ପାଣି ପକାଇ ଦେଇଛି। ସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଦୁଇ ଦଳର ଖେଳାଳିଙ୍କୁ ତୁରନ୍ତ ରାୱଲପିଣ୍ଡି ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛି ପାକିସ୍ତାନ କ୍ରିକେଟ ବୋର୍ଡ।

କରାଚି ସ୍ଥିତ ଆର୍ମି ବେସ୍‌ ନିକଟରେ ମଧ୍ୟ ଗୋଟିଏ ଡ୍ରୋନ ମାଡ଼ ହୋଇଛି। ଏଥିଯୋଗୁ ପୂରା ଅଞ୍ଚଳରେ ଆତଙ୍କ ଖେଳି ଯାଇଛି। ଭାରତର ଘନଘନ ଡ୍ରୋନ ମାଡ଼ରେ ଘାଇଲା ପାକିସ୍ତାନ ସରକାର ଏବେ କ’ଣ କରିବେ କିଛି ଜାଣି ପାରୁ ନାହାନ୍ତି। ଏବେ କେବଳ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କ ଅଫିସରେ ବୈଠକ ବସିବାରେ ଲାଗିଛି। ସେହିପରି ସମ୍ଭାବ୍ୟ ଆକ୍ରମଣ ଯୋଗୁ ଇସଲାମାବାଦ, ରାୱଲପିଣ୍ଡି, ଲାହୋର ଓ କରାଚିରେ ଯୁଦ୍ଧ ସାଇରନ ବାଜି ଚାଲିଛି। ସାଇରନ ବଜାଇ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

ଭାରତ ଅପରେସନ ସିନ୍ଦୂରକୁ ପୁଣି ତ୍ୱରାନ୍ୱିତ କରିବାର ଯଥେଷ୍ଟ କାରଣ ରହିଛି। ବୁଧବାର ରାତିରେ ପାକିସ୍ତାନ ସେନା ଅବନ୍ତିପୁରା, ଜମ୍ମୁ, ପଠାନକୋଟ, ଅମୃତସରଳ, କପୁରତାଲା, ଜଲନ୍ଧର, ଲୁଧିଆନା, ଆଦମପୁର, ଭାଟିଣ୍ଡା, ଚଣ୍ଡିଗଡ଼, ନାଲ, ଫାଲୋଡି, ଉତ୍ତରଲାଇ ଓ ଭୁଜ ଭଳି ସହର ଏବଂ ଏଠାରେ ଥିବା ସାମରିକ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରି ମିସାଇଲ ଓ ଡ୍ରୋନ ମାଡ଼ କରିଥିଲା। କିନ୍ତୁ ସେଗୁଡ଼ିକୁ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ ଓ ଏୟାର ଡିଫେନ୍ସ ସିଷ୍ଟମ ଦ୍ୱାରା ସେଗୁଡ଼ିକୁ ନଷ୍ଟ କରି ଦିଆଯାଇଛି। ନଷ୍ଟ ହୋଇଥିବା ମିସାଇଲ ଓ ଡ୍ରୋନର ଭଗ୍ନାଂବଶେଷଗୁଡ଼ିକ ଆଜି ସକାଳୁ ବିଭିନ୍ନ ସ୍ଥାନରୁ ମିଳିଛି। ଏହା ପାକିସ୍ତାନର ଆକ୍ରମଣକୁ ପ୍ରମାଣିତ କରିଛି।

ମିସାଇଲ ଓ ଡ୍ରୋନ ଆକ୍ରମଣ କରି ଫେଲ ମାରିଥିବା ପାକିସ୍ତାନ ଏଲଏସିରରେ ନିରବଚ୍ଛିନ୍ନ ଭାବେ ମୋର୍ଟାର ଓ ଗୁଳିମାଡ଼ କରିବାରେ ଲାଗିଛି। କୁପୱାଡା, ବାରମୁଲ୍ଲା, ପୁଞ୍ଚ, ରଜୌରୀ, ମେନ୍ଧର, ଉରି ଓ ଅଖନୁର ସେକ୍ଟରରେ ପାକିସ୍ତାନ ଗୁଳି ବର୍ଷା କରିବାରୁ ଏହାର ଜବାବ ଦିଆଯାଇଛି। ପାକିସ୍ତାନ ଅପରେସନ ସିନ୍ଦୂରର ଜବାବ ଦେବାକୁ ଚେଷ୍ଟା କରିବାରୁ ଭାରତ ଏବେ ଏହାର ଦୃଢ଼ ଜବାବ ଦେଇଛି। ଏବେ ପୁଣି ଯଦି ପାକିସ୍ତାନ ଡ୍ରୋନ ହମଲାର ଜବାବ ଦେବ, ତା’ହେଲେ ପରିଣାମ ଭୟଙ୍କର ହେବା ସୁନିଶ୍ଚିତ।

Terror Attack Jammu Kashmir Pahalgam Operation Sindoor
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe