Advertisment

ଆଜି RBIରେ ସରିବ ଶକ୍ତିକାନ୍ତଙ୍କ ଯୁଗ

ଶକ୍ତିକାନ୍ତଙ୍କ ପରେ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ସମ୍ଭାଳିବେ RBI ଗଭର୍ଣ୍ଣର ଦାୟିତ୍ୱ।

author-image
Madhupriya Mistry
ଅଦ୍ୟତନ ହୋଇଛି
Shaktikant Das

Shaktikant Das

ଆଜି ସରୁଛି RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ କାର୍ଯ୍ୟକାଳ। କୋଭିଡ୍ ମହାମାରୀ ସହ ଦୀର୍ଘ ୬ ବର୍ଷ କାଳ ସଫଳତାର ସହ ଦାୟିତ୍ୱ ତୁଲାଇଛନ୍ତି। ଉର୍ଜିତ ପଟେଲଙ୍କ ଅଚାନକ ଇସ୍ତଫା ପରେ ୨୦୧୮ ଡିସେମ୍ବର ୧୨ ତାରିଖରେ ସେ ଦାୟିତ୍ୱ ଗ୍ରହଣ କରିଥିଲେ।

Advertisment

କୋଭିଡ ସମୟରେ ଓ ପରେ ଦେଶର ଦରଦାମ ସମସ୍ୟାକୁ ନିୟନ୍ତ୍ରଣ କରିବା ଦିଗରେ ଉଲ୍ଲେଖନୀୟ କାମ କରିଛନ୍ତି। ୨୦୨୧ରେ ତାଙ୍କ କାର୍ଯ୍ୟକାଳ ଆଉ ୩ ବର୍ଷ ବଢ଼ାଇଥିଲେ କେନ୍ଦ୍ର ସରକାର। RBI ଇତିହାସରେ ଦୀର୍ଘକାଳୀନ ଗଭର୍ଣ୍ଣରଙ୍କ ଭିତରୁ ଶକ୍ତିକାନ୍ତ ଦାସ ଜଣେ।

ଶକ୍ତିକାନ୍ତଙ୍କ ପରେ ରାଜସ୍ୱ ସଚିବ ସଞ୍ଜୟ ମାଲହୋତ୍ରା ସମ୍ଭାଳିବେ RBI ଗଭର୍ଣ୍ଣର ଦାୟିତ୍ୱ। ତାଙ୍କ ନାଁରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟର ନିଯୁକ୍ତି ସମ୍ପର୍କିତ କମିଟି। ଆସନ୍ତାକାଲି ଶକ୍ତିକାନ୍ତ ଦାସଙ୍କଠାରୁ ସେ ଦାୟିତ୍ୱ ଗ୍ରହଣ କରିବେ।

Advertisment

ସଞ୍ଜୟ ମାଲହୋତ୍ରା ହେବେ RBIର ୨୬ତମ ଗଭର୍ଣ୍ଣର। ଆସନ୍ତା ୩ବର୍ଷ ପାଇଁ ପଦରେ ରହିବେ। ୧୯୯୦ ବ୍ୟାଚ୍ ରାଜସ୍ଥାନ କ୍ୟାଡର ଆଇଏଏସ୍ ଅଫିସର। ଏବେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ଅଧିନରେ ରାଜସ୍ୱ ସଚିବ ଅଛନ୍ତି।

ଏହା ପୂର୍ବରୁ ସେ ଅର୍ଥ ମନ୍ତ୍ରାଳୟରେ ଫାଇନାନସିଆଲ୍ ସର୍ଭିସ ବିଭାଗ ସଚିବ ଦାୟିତ୍ୱରେ ଥିଲେ। ନିଜ ୩୩ ବର୍ଷ ଚାକିରି କ୍ୟାରିୟରରେ ଅର୍ଥ ଓ ଟିକସ, ଶକ୍ତି, ଆଇଟି, ମାଇନିଂ ସମେତ ବିଭିନ୍ନ କ୍ଷେତ୍ରରେ କାମ କରିବାର ଅଭିଜ୍ଞତା ରଖିଛନ୍ତି।

Shaktikant Das RBI Governor