Advertisment

କାଲିଠୁ ବଦଳାଇ ପାରିବେ ୨୦୦୦ ଟଙ୍କିଆ ନୋଟ: ଆସିଲା ଆରବିଆଇର ନୂଆ ନିର୍ଦ୍ଦେଶନାମା

ପୂର୍ବଭଳି ବ୍ୟାଙ୍କ ଗୁଡ଼ିକରେ ୨ ହଜାର ଟଙ୍କିଆ ନୋଟ ସମେତ ଅନ୍ୟ ନୋଟକୁ ଜମା କରାଯାଇ ପାରିବ। ଏଥିରେ କୌଣସି ପ୍ରକାରର ପ୍ରତିବନ୍ଧକ କେହି ଲଗାଇ ପାରିବେ ନାହିଁ।

ଅଦ୍ୟତନ ହୋଇଛି
Note

Note

Advertisment

ଦେଶରେ ପ୍ରଚଳିତ ୨ ହଜାର ଟଙ୍କିଆ ନୋଟ ସେପ୍ଟେମ୍ବର ୩୦ ସୁଦ୍ଧା ପ୍ରତ୍ୟାହାର ହୋଇଯିବ। ଆସନ୍ତାକାଲି ଠାରୁ ସେପ୍ଟେମ୍ବର ୩୦ ମଧ୍ୟରେ ଲୋକମାନେ ବ୍ୟାଙ୍କ ଯାଇ ୨ ହଜାର ଟଙ୍କିଆ ନୋଟ ଜମା କରିପାରିବେ। ସେହିପରି ଏହାକୁ ବଦଳ ମଧ୍ୟ କରିପାରିବେ।

Advertisment

ମେ’ ୨୩ରୁ ସେପ୍ଟେମ୍ବର ୩୦ ଯାଏ ଏହି ନୋଟ ବଦଳି ପ୍ରକ୍ରିୟା ଚାଲୁ ରହିବ। ଜଣେ ବ୍ୟକ୍ତି ସର୍ବାଧିକ ୨୦ ହଜାର ଟଙ୍କାର ୨ ହଜାର ଟଙ୍କିଆ ନୋଟ ଥରକେ ବଦଳି କରିପାରିବେ। କିନ୍ତୁ ସେ ନିଜ ଆକାଉଣ୍ଟରେ ଚାହିଁଲେ ଇଚ୍ଛା ମୁତାବକ ୨ ହଜାର ଟଙ୍କିଆ ଜମା କରିପାରିବେ।

ଆସନ୍ତାକାଲି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେଉଥିବା ବେଳେ ଆଜି ଆରବିଆଇ ପକ୍ଷରୁ ଦେଶର ସମସ୍ତ ବ୍ୟାଙ୍କଗୁଡ଼ିକ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ପୂର୍ବଭଳି ବ୍ୟାଙ୍କ ଗୁଡ଼ିକରେ ୨ ହଜାର ଟଙ୍କିଆ ନୋଟ ସମେତ ଅନ୍ୟ ନୋଟକୁ ଜମା କରାଯାଇ ପାରିବ। ଏଥିରେ କୌଣସି ପ୍ରକାରର ପ୍ରତିବନ୍ଧକ କେହି ଲଗାଇ ପାରିବେ ନାହିଁ।

Advertisment

ବ୍ୟାଙ୍କର ସମସ୍ତ କାଉଉଣ୍ଟରରେ ଲୋକମାନଙ୍କୁ ୨ ହଜାର ଟଙ୍କିଆ ନୋଟ ବଦଳ କରିବା ପାଇଁ ବ୍ୟବସ୍ଥା ହେବ। ପୂର୍ବରୁ ଯେମିତି ବ୍ୟାଙ୍କଗୁଡ଼ିକ ସେବା ଯୋଗାଉଥିଲେ, ଏବେ ବି ସେମିତି ହିଁ କରିବେ।

ବ୍ୟାଙ୍କଗୁଡ଼ିକୁ ବ୍ରାଞ୍ଚରେ ଲୋକଙ୍କୁ ଆବଶ୍ୟକ ଭିତ୍ତିଭୂମି ଯଥା ଅପେକ୍ଷା କରିବା ପାଇଁ ଉପଯୁକ୍ତ ସ୍ଥାନ, ପିଇବା ପାଣି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ।

ଗୋଟିଏ ନିର୍ଦ୍ଦିଷ୍ଟ ଫର୍ମରେ ବ୍ୟାଙ୍କଗୁଡ଼ିକ ଦୈନକ ଜମା ହେଉଥବା ଓ ବଦଳ କରାଯାଉଥିବା ୨ ହଜାର ଟଙ୍କିଆ ନୋଟର ତଥ୍ୟ ଲେଖି ରଖିବେ। ଅର୍ଥାତ କିଏ କେତେ ଟଙ୍କା ବଦଳ କଲେ ଓ କିଏ କେତେ ଟଙ୍କା ଜମା କରିଛନ୍ତି, ତା’ର ତଥ୍ୟ ରେକର୍ଡ କରାଯିବ।

ଆବଶ୍ୟକ ସମୟରେ ବ୍ୟାଙ୍କଗୁଡ଼ିକ ଏହି ତଥ୍ୟ ଆରବିଆଇକୁ ଦେବେ। ତେଣୁ ରେକର୍ଡ ରଖିବାକୁ ଆରବିଆଇ ସବୁ ବ୍ୟାଙ୍କଗୁଡ଼ିକ ଆଜି ନିର୍ଦ୍ଦେଶନାମା ଜାରି କରିଛନ୍ତି।

State Bank RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe