Advertisment

ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ

ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି।

Shaktikanta Das

Shaktikanta Das

Advertisment

ରେପୋରେଟ ଅପରିବର୍ତ୍ତିତ ରଖିଲା ଆରବିଆଇ। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକ ନୂତନ ମୁଦ୍ରା ନୀତି ଘୋଷଣା କରିଛି। ଆରବିଆଇ ଏମପିସି ଏଥର ରେପୋ ରେଟରେ କୌଣସି ପରିବର୍ତ୍ତନ କରିନାହିଁ। ଦେଶରେ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଚାହିଁ ରେପୋ ରେଟ୍‌ ୬.୫ ପ୍ରତିଶତ ଅପରିବର୍ତ୍ତିତ ରଖିଛି ଆରବିଆଇ। ମନିଟାରି ପଲିସି କମିଟି (ଏମ୍‌ପିସି) ଏହି ନିଷ୍ପତ୍ତି ଗ୍ରହଣ କରିଛି।ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ ଆଜି ଏହି ସୂଚନା ଦେଇଛନ୍ତି। ଗତବର୍ଷ ମେ ମାସରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ରେପୋ ରେଟ୍‌ ୨୫୦ ବେସିସ୍‌ ପଏଣ୍ଟ୍‌ ବୃଦ୍ଧି କରିଥିଲା। ବୈଶ୍ୱିକ ଅର୍ଥନୀତି ଏବେ ଅସ୍ଥିରତାର ନୂତନ ପର୍ଯ୍ୟାୟର ସମ୍ମୁଖୀନ ହେଉଥିବାରୁ ରିଜର୍ଭ ବ୍ୟାଙ୍କ୍‌ ମନିଟାରି ପଲିସି ଆକମଡେସନ୍‌ର ପ୍ରତ୍ୟାହାର ଉପରେ ଧ୍ୟାନ ନିବେଶ କରିଛି ବୋଲି ଗଭର୍ଣ୍ଣର୍‌ ଶକ୍ତିକାନ୍ତ ଦାସ କହିଛନ୍ତି।

Advertisment

ସେ ଆହୁରି କହିଛନ୍ତି ଯେ, ୨୦୨୨ ମେ’ରେ ଗ୍ରହଣ କରାଯାଇଥିବା ନୀତି ନିଷ୍ପତ୍ତି ସବୁ ଏବେ ବି ଅର୍ଥନୈତିକ ବ୍ୟବସ୍ଥାରେ କାମ କରୁଛି। ସୁଧର ଦର କମ୍‌ ଥିବାରୁ ଅର୍ଥନୈତିକ କାର୍ଯ୍ୟକଳାପ ବିଶେଷ ସକ୍ରିୟ ଅଛି। ଆର୍ଥିକ ବର୍ଷ ୨୩ରେ ୭% ଅଭିବୃଦ୍ଧି ହାର ଆଶା ରଖି ଭାରତର ଅର୍ଥନୈତିକ କାର୍ଯ୍ୟକଳାପ ସୁଦୃଢ଼ ରହିଥିବା କଥା ମଧ୍ୟ ଗଭର୍ଣ୍ଣର୍‌ ଦାସ କହିଛନ୍ତି।

ଚଳିତ ଥର ଆରବିଆଇ ଗଭର୍ନରଙ୍କ ନେତୃତ୍ୱରେ ଗଠିତ କମିଟି ସମ୍ମୁଖରେ ଦୁଇଟି ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା, ଗୋଟିଏ ହେଉଛି କ୍ରମାଗତ ମୁଦ୍ରାସ୍ଫୀତି ୬ ପ୍ରତିଶତରୁ ଅଧିକ ଏବଂ ଅନ୍ୟଟି ପ୍ରତିକୂଳ ବିଶ୍ୱ ଆର୍ଥିକପରିସ୍ଥିତିର ମୁକାବିଲା ପାଇଁ ଯୋଜନା।

Advertisment
India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe