Advertisment

ଅଭିବୃଦ୍ଧି ହାର ୫.୪%କୁ କମାଇଲା ରିଜର୍ଭ ବ୍ୟାଙ୍କ, ରେପୋ ରେଟ୍‌ ସ୍ଥିର

ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ ରଖିଛି। କିନ୍ତୁ ଚଳିତ ବର୍ଷର ଅଭିବୃଦ୍ଧି ହାର କମାଇ ଦେଇଛି। ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ୬ ଜଣିଆ ମୁଦ୍ରା ନୀତି କମିଟିର ଏକ ବୈଠକ ବସିଥିଲା। ଏଥିରେ ରେପୋ ରେଟ୍‌ ୬.୫ ପ୍ରତିଶତରେ ସ୍ଥିର ରଖିବାକୁ ୪ ଜଣ ସଦସ୍ୟ ମତ ଦେଇଥିଲେ ଓ ୨ ଜଣ ଏହାକୁ ବିରୋଧ କରିଥିଲେ। ତେଣୁ ସଂଖ୍ୟାଧିକ ମତ ଅନୁସାରେ ନିଷ୍ପତ୍ତି ହେଲା ଯେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିବ।

author-image
Debendra Prusty
RBI Governor Shaktikant Das

RBI Governor Shaktikant Das

ମୁଦ୍ରାସ୍ଫୀତି ଦୃଷ୍ଟିକୋଣରୁ କ୍ରମାଗତ ଏକାଦଶ ଥର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ତା’ର ଋଣ ହାର ଅପରିବର୍ତ୍ତିତ ରଖିଛି। କିନ୍ତୁ ଚଳିତ ବର୍ଷର ଅଭିବୃଦ୍ଧି ହାର କମାଇ ଦେଇଛି। ଏ ନେଇ ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସେ କହିଛନ୍ତି ଯେ ରିଜର୍ଭ ବ୍ୟାଙ୍କର ୬ ଜଣିଆ ମୁଦ୍ରା ନୀତି କମିଟିର ଏକ ବୈଠକ ବସିଥିଲା। ଏଥିରେ ରେପୋ ରେଟ୍‌ ୬.୫ ପ୍ରତିଶତରେ ସ୍ଥିର ରଖିବାକୁ ୪ ଜଣ ସଦସ୍ୟ ମତ ଦେଇଥିଲେ ଓ ୨ ଜଣ ଏହାକୁ ବିରୋଧ କରିଥିଲେ। ତେଣୁ ସଂଖ୍ୟାଧିକ ମତ ଅନୁସାରେ ନିଷ୍ପତ୍ତି ହେଲା ଯେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିବ।

Advertisment

ଅଭିବୃଦ୍ଧି ହାର ଆକଳନ ହ୍ରାସ ପାଉଥିବା ସତ୍ତ୍ୱେ ରେପୋ ରେଟ୍‌ ଅପରିବର୍ତ୍ତିତ ରହିଛି। ରେପୋ ରେଟ୍‌ ଅପରିବର୍ତ୍ତିତ ରହିବା ଅର୍ଥ ବ୍ୟାଙ୍କ ଋଣର ସୁଧ ହାର ମଧ୍ୟ ଅପରିବର୍ତ୍ତିତ ରହିବ। ପୁଞ୍ଜି ନିବେଶକାରୀମାନେ ସୁଧ ହାର ହ୍ରାସ ପାଇବ ବୋଲି ଆଶା କରୁଥିଲେ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମୟରେ ଦେଶର ଅଭିବୃଦ୍ଧି ହାର ୭ ପ୍ରତିଶତ ହେବ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ ଆକଳନ କରିଥିଲା। ମାତ୍ର ଏହା କ୍ରମାଗତ ଭାବେ ହ୍ରାସ ପାଉଥିବା ହିସାବ ହେଉଛି। ଗତ ଜୁଲାଇ-ସେପ୍ଟେମ୍ବର ମଧ୍ୟରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତ ଥିବାର ହିସାବ ହୋଇଛି। ଏହା ୭ ପ୍ରତିଶତ ଅଭିବୃଦ୍ଧି ହାର ଆକଳନଠାରୁ କମ୍‌।

Advertisment

୨୦୨୨ ମେ ମାସଠାରୁ ୨୦୨୩ ଏପ୍ରିଲ ମାସ ଯାଏଁ ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ଭାବେ ଛଅ ଥର ରେପୋ ରେଟ୍‌ ବୃଦ୍ଧି କରିଥିଲା। ଏହି ସମୟରେ ରେପୋ ରେଟ୍‌ରେ ୨୫୦ ବେସିସ ପଏଣ୍ଟ ବୃଦ୍ଧି ପାଇଥିଲା। ଏହା ପରଠାରୁ ବ୍ୟାଙ୍କ କ୍ରମାଗତ ଭାବେ ରେପୋ ରେଟ୍‌ ସ୍ଥିର ରଖିଛି। ସୂଚନାଯୋଗ୍ୟ ଯେ ପ୍ରତି ଦୁଇ ମାସରେ ଥରେ ରିଜର୍ଭ ବ୍ୟାଙ୍କର ମୁଦ୍ରା ନୀତି କମିଟିର ବୈଠକ ବସି ରେପୋ ରେଟ୍‌ ବୃଦ୍ଧିହ୍ରାସ ନିଷ୍ପତ୍ତି ନେଇଥାଏ।

ଚଳିତ ଆର୍ଥିକ ବର୍ଷ ଜିଡିପି ଅଭିବୃଦ୍ଧି ହାର ୭.୨ ପ୍ରତିଶତ ହେବ ବୋଲି ଆକଳନ କରାଯାଇଥିଲା। ମାତ୍ର, ଏବେ ତାହା ୬.୬ ପ୍ରତିଶତ ହେବ ବୋଲି ରିଜର୍ଭ ବ୍ୟାଙ୍କ ହିସାବ କରୁଛି। ବ୍ୟାଙ୍କର ହିସାବ ଅନୁସାରେ ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତରୁ ୪.୮ ପ୍ରତିଶତକୁ ବୃଦ୍ଧି ପାଇଛି। ଗତ ଅକ୍ଟୋବରରେ ଏହା ୬ ପ୍ରତିଶତକୁ ବୃଦ୍ଧି ପାଇଥିଲା। ତାହା ସାଧାରଣ ଖାଉଟିଙ୍କ ପାଇଁ ଅସହ୍ୟ ଥିଲା। ବଜାରରେ, ବିଶେଷକରି ଖାଦ୍ୟଦ୍ରବ୍ୟର ମୂଲ୍ୟବୃଦ୍ଧି ଯୋଗୁଁ ଖାଉଟିମାନଙ୍କର କ୍ରୟ କ୍ଷମତା ହ୍ରାସ ପାଇଛି। ଆଗକୁ ଏହା କମିପାରେ ବୋଲି ଆକଳନ କରାଯାଉଥିବା ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର କହିଛନ୍ତି। ମୁଦ୍ରା ନୀତି କମିଟି କହିଛି ଯେ ବଜାରରେ ଦୀର୍ଘସ୍ଥାୟୀ ଭାବେ ଦର ସ୍ଥିର ରହିଲେ ହିଁ ଦେଶର ଆର୍ଥିକ ସ୍ଥିତି ମଜବୁତ୍‌ ହୋଇଥାଏ।

ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ଯେ ଚଳିତ ବର୍ଷ ବିଶ୍ୱ ସ୍ତରରେ ଆର୍ଥିକ ସ୍ଥିତି ମଜବୁତ ହୋଇଛି। ଯୋଗାଣ ଶୃଙ୍ଖଳ ସ୍ଥିତି ସୁଧୁରିଛି। ଦେଶରେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଇଛି। ସହରାଞ୍ଚଳରେ ଚାହିଦା ପ୍ରାୟତ ସ୍ଥିର ରହିଛି। ବ୍ୟାଙ୍କଗୁଡ଼ିକ ଯେପରି ଅଧିକ ଋଣ ଲଗେଇ ପାରିବେ ତଥା ଭାରତୀୟ ମୁଦ୍ରାର ସୁଦୃଢ଼ ହେବ ସେଥିପାଇଁ ପ୍ରବାସୀ ଭାରତୀୟଙ୍କ ଜମା ସୀମା ବୃଦ୍ଧି କରାଯାଇଛି। ଋଣ ଲଗାଇବାକୁ ବ୍ୟାଙ୍କରେ ଅଧିକ ଜମା ଗଚ୍ଛିତ ରଖିବା ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ ସିଆରଆର ବା କ୍ୟାସ୍‌ ରିଜର୍ଭ ରେସିଓ କମାଇ ଦେଇଛି। ପୂର୍ବରୁ ଏହା ୪.୫ ପ୍ରତିଶତ ଥିଲା। ଏବେ ଏହାକୁ ୪ ପ୍ରତିଶତକୁ ଖସାଇ ଦିଆଯାଇଛି। ଏହା ଫଳରେ ଋଣ ଲଗାଇବାକୁ ବ୍ୟାଙ୍କଗୁଡ଼ିକ ନିକଟରେ ୧.୧୬ ଲକ୍ଷ କୋଟି ଟଙ୍କା ଉପଲବ୍ଧ ହେବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

GDP RBI Rbi Repo Rate Shaktikant Das GDP Growth In India