/odisha-reporter/media/media_files/2025/09/29/shirsh-murmu-2025-09-29-17-14-30.jpg)
ଶିରୀଶ ମୁର୍ମୁ (ଫାଇଲ ଫଟୋ)
ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (ଆରବିଆଇ)ର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ପାଇଛନ୍ତି ଓଡ଼ିଆ ପୁଅ ଶିରୀଶ ଚନ୍ଦ୍ର ମୁର୍ମୁ। ତାଙ୍କୁ ଏହି ପଦରେ ୩ ବର୍ଷ ପାଇଁ ନିଯୁକ୍ତି ମିଳିଛି। ତାଙ୍କ ନିଯୁକ୍ତିକୁ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଥିବା ବେଳେ ସେ ଆସନ୍ତା ଅକ୍ଟୋବର ୯ରୁ ଡେପୁଟି ଗଭର୍ଣ୍ଣର ଭାବେ ଦାୟିତ୍ୱ ନେବେ।
ଦେଶର ଦେଶର ସର୍ବୋଚ୍ଚ ବ୍ୟାଙ୍କର ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଯୁକ୍ତି ପାଇଥିବାରୁ ଶ୍ରୀ ମୁର୍ମୁଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ(Odisha CM) ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, “ଭାରତୀୟ ରିଜର୍ଭ ବ୍ୟାଙ୍କର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ।
ଆରବିଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ତାଙ୍କର ଦୀର୍ଘ ଦିନର ଅଭିଜ୍ଞତା ଓ କାର୍ଯ୍ୟଦକ୍ଷତା ଦେଶର ଆର୍ଥିକ ବ୍ୟବସ୍ଥା ଓ ଅର୍ଥନୀତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୋର ଦୃଢ଼ ବିଶ୍ୱାସ। ଆଗାମୀ କାର୍ଯ୍ୟକାଳ ଓ ନୂତନ ଦାୟିତ୍ୱ ପାଇଁ ଶୁଭେଚ୍ଛା ଜଣାଉଛି ଏବଂ ସଫଳତା କାମନା କରୁଛି।”
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଡେପୁଟି ଗଭର୍ଣ୍ଣର ଭାବରେ ନିଯୁକ୍ତି ପାଇଥିବାରୁ ଶ୍ରୀ ଶିରୀଶ ଚନ୍ଦ୍ର ମୁର୍ମୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଜଣେ ସୁଯୋଗ୍ୟ ଓଡ଼ିଆ ଦେଶର ସର୍ବୋଚ୍ଚ ବ୍ୟାଙ୍କରେ ଏପରି ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ ହେବା ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ବିଷୟ। RBI ର କାର୍ଯ୍ୟନିର୍ବାହୀ…
— Mohan Charan Majhi (@MohanMOdisha) September 29, 2025
ବର୍ତ୍ତମାନ ଆରବିଆଇର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିବା ଶ୍ରୀ ମୁର୍ମୁ ଅକ୍ଟୋବର ୯ରେ ରାଜେଶ୍ୱର ରାଓଙ୍କ ସ୍ଥାନ ନେବେ। ରାଜେଶ୍ୱର ରାଓ ଏବେ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ କାମ କରୁଛନ୍ତି। ଆସନ୍ତା ଅକ୍ଟୋବର ୮ରେ ତାଙ୍କ କାର୍ଯ୍ୟ କାଳ ଶେଷ ହେବ। ଏହାପରେ ଶ୍ରୀ ମୁର୍ମୁ ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ଦାୟିତ୍ୱ ନେବେ।
ଆରବିଆଇ ଆଇନ ୧୯୩୪ ଆଇନ ଅନୁସାରେ କେନ୍ଦ୍ରୀୟ ବ୍ୟାଙ୍କରେ ୪ ଜଣ ଡେପୁଟି ଗଭର୍ଣ୍ଣର ରହିବେ। ୨ ଜଣ ଆରବିଆଇ ସଦସ୍ୟ ହୋଇଥିବା ବେଳେ ଜଣେ ବ୍ୟବସାୟିକ ବ୍ୟାଙ୍କିଙ୍ଗ ସେକ୍ଟର ଓ ଆଉ ଜଣେ ଅର୍ଥନୀତିଜ୍ଞ ହୋଇଥିବା ଦରକାର। କାରଣ ସେ ମନଟାରୀ ନୀତି ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରିବେ। ତେଣୁ ଏଭଳି ଭାବେ ୪ ଜଣଙ୍କୁ ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତ କରାଯାଇ ଥାଏ।
ବର୍ତ୍ତମାନ ରାଜେଶ୍ୱର ରାଓଙ୍କ ବ୍ୟତୀତ ଟି ରବି ଶଙ୍କର, ସ୍ୱାମୀନାଥନ ଜେ ଓ ପୂନମ ଗୁପ୍ତା ଡେପୁଟି ଗଭର୍ଣ୍ଣର ଭାବେ କାର୍ଯ୍ୟ କରୁଛନ୍ତି। ରାଜେଶ୍ୱର ରାଓ ଅକ୍ଟୋବର ୮ରେ ଅବସର ନେବାକୁ ଥିବା ବେଳେ ବାକି ୩ ଜଣଙ୍କ ସହ ମୁର୍ମୁ କାମ କରିବେ।
ରାଜେଶ୍ୱର ରାଓ ପ୍ରଥମେ ୨୦୨୦ରେ ୩ ବର୍ଷ ପାଇଁ ଆରବିଆଇର ଡେପୁଟି ଗଭର୍ଣ୍ଣର ହୋଇଥିଲେ। ଏହାପରେ ପ୍ରଥମେ ୨୦୨୩ ଓ ପରେ ୨୦୨୪ରେ ସରକାର ତାଙ୍କ କାର୍ଯ୍ୟକଳାପକୁ ଗୋଟିଏ ବର୍ଷ ଲେଖାଏ ବଢ଼ାଇଥିଲେ। ଅର୍ଥାତ ସେ ଏହି ପଦରେ ୫ ବର୍ଷ କାର୍ଯ୍ୟ କରିବା ପରେ ଅକ୍ଟୋବର ୮ରେ ଅବସର ନେବାକୁ ଯାଉଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
