Advertisment

Punjab Blast: ଟ୍ରେନ ଉଡ଼ାଇବାକୁ ଆରଡିଏକ୍ସର ବ୍ୟବହାର! ରେଳ ଧାରଣା କ୍ଷତିଗ୍ରସ୍ତ

ରେଳ ଅଧିକାରୀଙ୍କ କହିବା କଥା ଯେ ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଟ୍ରେନଟି ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇନାହିଁ। ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ମରାମତି କାମ ଶେଷ ହୋଇଛି।

author-image
Hemant Lenka
Rail-track

କ୍ଷତିଗ୍ରସ୍ତ ରେଳ ଧାରଣା

ପଞ୍ଜାବର ପତେଗଡ଼ ସାହିବ ଜିଲ୍ଲାର ସରହିନ୍ଦରେ ବଡ଼ ବିସ୍ପୋରଣ। ଶୁକ୍ରବାର ମଧ୍ୟରାତ୍ରରେ ହୋଇଥିବା ଏହି ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ରେଳ ଧାରଣା ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। ବାସ୍ତବରେ ଯାତ୍ରୀବାହୀ ଟ୍ରେନକୁ ଉଡ଼ାଇବାକୁ ଆରଡିଏକ୍ସର ବ୍ୟବହାର ହୋଇଥିଲା। କିନ୍ତୁ ସୌଭାଗ୍ୟବଶତଃ ବିଶେଷ କ୍ଷୟକ୍ଷତି ହୋଇନାହିଁ। ବିସ୍ଫୋରଣରେ କେବଳ ଗୋଟିଏ ମାଲବୋଝେଇ ଟ୍ରେନର ଇଞ୍ଜିନ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଟ୍ରେନର ଲୋକପାଇଲଟ ଆହତ ହୋଇଛନ୍ତି। 

Advertisment

ରେଳ ଅଧିକାରୀଙ୍କ କହିବା କଥା ଯେ ଟ୍ରେନର ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି। ଟ୍ରେନଟି ମଧ୍ୟ ଅଧିକ କ୍ଷତିଗ୍ରସ୍ତ ହୋଇନାହିଁ। ରେଳ ଧାରଣା କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏହାର ମରାମତି କାମ ଶେଷ ହୋଇଛି। ଉକ୍ତ ଟ୍ରାକରେ ରେଳ ଚଳାଚଳ ମଧ୍ୟ ସ୍ୱାଭାବିକ ହୋଇଛି।

ବିଳମ୍ବିତ ରାତିରେ ଫତେଗଡ଼ ସାହିବର ସରହିନ୍ଦ ରେଳ ଟ୍ରାକରେ ବିସ୍ଫୋରଣ ହୋଇଥିବା ଖବର ମିଳିଥିଲା। ବିସ୍ଫୋରଣ ବେଳେ ଗୋଟିଏ ମାଲବୋଝେଇ ଟ୍ରେନ ସେହି ଟ୍ରାକରେ ଯାଉଥିବାରୁ ଏହା କିଛି ମାତ୍ରାରେ କ୍ଷତିଗ୍ରସ୍ତ ହୋଇଛି। 

Advertisment

ପଞ୍ଜାବା(Punjab) ମନ୍ତ୍ରୀ ସଞ୍ଜୀବ ଅରୋରା କହିଛନ୍ତି, “ଆତଙ୍କିତ ହେବାର କୌଣସି କାରଣ ନାହିଁ। ପଞ୍ଜାବ ପୁଲିସ୍‌ ସବୁ ସ୍ଥିତିର ମୁକାବିଲା କରିବାକୁ ସକ୍ଷମ। ଯଦି କେହି କୌଣସି ଭୁଲ କରିଛନ୍ତି, ତାଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।” 

ପଞ୍ଜାବ କଂଗ୍ରେସ ନେତା ଅମରିନ୍ଦର ସିଂହ ରାଜା ୱାର୍ଣ୍ଣିଂ ଗୋଟିଏ ପୋଷ୍ଟରେ କହିଛନ୍ତି ଯେ “ରେଳ ଟ୍ରାକ ନିକଟରୁ ଆରଡିଏକ୍ସ ମିଳିଛି। ସାଧାରଣ ସ୍ଥାନରେ ବିସ୍ଫୋରଣ ହେଉଛି। ଏହା ସାଧାରଣ ଅପରାଧ ନୁହେଁ। ପଞ୍ଜାବକୁ ଅସ୍ଥିର କରିବା ଓ ଭୟ ସୃଷ୍ଟି କରିବା ପାଇଁ ଏସବୁ କରାଯାଉଛି।”

ସ୍ପେଶାଲ ଡିଜିପି ଏସଏସ ଶ୍ରୀବାସ୍ତବଙ୍କ କହିବା କଥା ଯେ ଜାନୁଆରୀ ୨୬ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ପ୍ରତିବର୍ଷ ଭଳି ଏଥର ମଧ୍ୟ ସୁବ ବନ୍ଦୋବସ୍ତ ହୋଇଛି।

ପୁଲିସ୍‌ ସମେତ ସବୁ ସୁରକ୍ଷାକର୍ମୀ ବିଭିନ୍ନ ସ୍ଥାନରେ ରହିଛନ୍ତି। ବିଭିନ୍ନ ସ୍ଥାନରେ ଚେକିଂ ବ୍ଲକିଂ ଚାଲିଛି। ଗୁଇନ୍ଦା ସୂଚନା ଆଧାରରେ ସବୁ କିଛି କରାଯାଉଥିବା ସେ କହିଛନ୍ତି।

Punjab