Advertisment

ପଞ୍ଚାୟତ ନିର୍ବାଚନ ବେଳେ ହିଂସା: ପଶ୍ଚିମବଙ୍ଗର ୬୦୪ ବୁଥ୍‌ରେ ସାନି ମତଦାନ

ସୋମବାର ସକାଳ ୭ଟାରୁ ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ କରିବେ।

Police personnel trying to maintain law and order after a clash between rival political groups durin

Police personnel trying to maintain law and order after a clash between rival political groups durin

Advertisment

ପାଶ୍ଚିମବଙ୍ଗ ୬୦୪ ବୁଥ୍‌ରେ ସାନି ମତଦାନ ହେବ। ପଞ୍ଚାୟତ ନିର୍ବାଚନ ବେଳେ ବଙ୍ଗରେ ବ୍ୟାପକ ହିଂସା ଓ ବୁଥ କବ୍‌ଜା ପରେ ଆଜି ଏହି ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ। ସୋମବାର ସକାଳ ୭ଟାରୁ ୫ଟା ଭିତରେ ଲୋକେ ମତଦାନ କେନ୍ଦ୍ରକୁ ଆସି ପୁନଃ ମତଦାନ କରିବେ।

Advertisment

ମୁର୍ଶୀଦାବାଦ୍‌ର ୧୭୫ଟି ବୁଥ୍‌ରେ, ମାଲଦାର ୧୧୨ ବୁଥ୍‌ରେ, ନଦୀଆର ୮୯ ବୁଥ୍‌ରେ, ଉତ୍ତର ୨୪ ପ୍ରଗଣାର ୪୬ ବୁଥ୍‌ରେ, ଦକ୍ଷିଣ ୨୪ ପ୍ରଗଣାର ୩୬ ବୁଥ୍‌ରେ, ପୂର୍ବମେଦିନୀପୁରର ୩୧ ବୁଥ୍‌ରେ, ହୁଗୁଳିର ୨୯ ବୁଥ୍‌ରେ, ଦକ୍ଷିଣ ଦିନାଜପୁରର ୧୮ ବୁଥ୍‌ରେ, ଜାଲପାଇଗୁରୀର ୧୪ ବୁଥ୍‌ରେ, ବୀରଭୂମୀର ୧୪ ବୁଥ୍‌ରେ, ପଶ୍ଚିମ ମେଦିନାପୁରର ୧୦ ବୁଥ୍‌ରେ, ବାଙ୍ଗରାର ୮ ବୁଥ୍‌ରେ, ହାୱଡ଼ାର ୮ ବୁଥ୍‌ରେ, ପଶ୍ଚିମ ବର୍ଦ୍ଧମାନର ୬ ବୁଥ୍‌ରେ, ପୁରୁଲିର ୪ ବୁଥ୍‌ରେ, ପୂର୍ବ ବର୍ଦ୍ଧମାନର ୩ ବୁଥ୍‌ରେ ଓ ଆଲିପୁରଦୁଆରର ଗୋଟିଏ ବୁଥ୍‌ରେ ସାନି ମତଦାନ ହେବ।

ସୂଚନା ଥାଉକି, ଶନିବାର ପଶ୍ଚିମବଙ୍ଗରେ ହୋଇଥିବା ପଞ୍ଚାୟତ ନିର୍ବାଚନ ବେଳେ ହିଂସାକାଣ୍ଡ ଘଟିଥିଲା। ଯେଉଁଥିରେ ପ୍ରାୟ ୧୯ ଜଣଙ୍କୁ ହତ୍ୟା କରାଯାଇଛି। ଏହି ହତ୍ୟା ଓ ହିଂସାକାଣ୍ଡର ବିସ୍ତୃତ ରିପୋର୍ଟ ଜିଲ୍ଲାପାଳମାନଙ୍କୁ ମାଗିଛନ୍ତି ରାଜ୍ୟ ନିର୍ବାଚନ କମିଶନ।

Advertisment
West Bengal Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe