Advertisment

ଏଣିକି ବିଳମ୍ବରେ ଆସିଲେ କଟିବ ଅଧା ଦିନର ଛୁଟି, ଡେଡଲାଇନ୍ ଜାରି କଲା କେନ୍ଦ୍ର

କେନ୍ଦ୍ରର କର୍ମଚାରୀ ଏବଂ ତାଲିମ ବିଭାଗ (DoPT) ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି।

author-image
Debibandita Barick
ଅଦ୍ୟତନ ହୋଇଛି
Office And Employees

Office And Employees

ଏଣିକି ବିଳମ୍ବରେ ଅଫିସ୍ ଆସୁଥିବା କର୍ମଚାରୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଅଫିସରେ ନ ପହଞ୍ଚିଲେ ଅଧା ଦିନର ଛୁଟି(1/2 CL) କଟିବା ନେଇ କର୍ମଚାରୀଙ୍କୁ ଚେତାବନୀ ଦେଇଛି କେନ୍ଦ୍ର।

Advertisment

ସୂଚନା ଅନୁସାରେ, କେନ୍ଦ୍ରର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (DoPT) ଦେଶର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ ଅଫିସରେ ଯୋଗଦାନ କରିବାର ଗୋଟିଏ ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ କରିଛି। ଏହି ସମୟ ମଧ୍ୟରେ ଅଫିସରେ ନ ପହଞ୍ଚିଲେ 1/2 CL(କାଜୁଆଲ ଲିଭ୍) କାଟିବାକୁ ନିଷ୍ପତ୍ତି ନେଇଛି ବିଭାଗ।

DoPT ନିଷ୍ପତ୍ତି ଅନୁସାରେ, ସମସ୍ତ କର୍ମଚାରୀ ସକାଳ 9.15 ମଧ୍ୟରେ ଅଫିସରେ ପହଞ୍ଚିବାକୁ ବାଧ୍ୟ। ଯଦି ନିର୍ଦ୍ଧାରିତ ସମୟ ପରେ ଅଫିସ୍ ବାୟୋମେଟ୍ରିକରେ ପଞ୍ଚ୍ ହୋଇଥାଏ, ତେବେ ସମ୍ପୃକ୍ତ କର୍ମଚାରୀଙ୍କର ଅଧା ଦିନର ଛୁଟି କାଟି ଦିଆଯିବ। 

Advertisment

ସେହିପରି ଯଦି ଜଣେ କର୍ମଚାରୀ କୌଣସି କାରଣରୁ ଅଫିସ୍ ନ ଆସିବେ ତେବେ ତାଙ୍କୁ ଆଗୁଆ ଜଣାଇବାକୁ ପଡ଼ିବ ଏବଂ କାଜୁଆଲ୍ ଲିଭ୍(ସିଏଲ୍) ଆପ୍ଲାଏ କରିବାକୁ ପଡ଼ିବ ବୋଲି ବିଭାଗ ନିର୍ଦ୍ଦେଶ ଦେଇଛି।

ପ୍ରକାଶ ଥାଉକି, କେନ୍ଦ୍ର ସରକାରୀ କାର୍ଯ୍ୟାଳୟଗୁଡ଼ିକ ସକାଳ 9 ଟାରୁ ସନ୍ଧ୍ୟା 5.30 ପର୍ଯ୍ୟନ୍ତ ଖୋଲା ରହିଥାଏ, କିନ୍ତୁ କନିଷ୍ଠ(ଜୁନିଅର) କର୍ମଚାରୀମାନେ ବିଳମ୍ବରେ ଆସି ଶୀଘ୍ର ଯିବା ଏକ ସାମାନ୍ୟ କଥା, ଯେଉଁଥିରେ ସାର୍ବଜନିକ କ୍ଷେତ୍ରରେ କାମ କରୁଥିବା କର୍ମଚାରୀ ମଧ୍ୟ ସାମିଲ ଅଛନ୍ତି। 

Central Government Central Govt Employees