Advertisment

'ଏହା ପଞ୍ଚମ ଆଉ ଶେଷ...' ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ଡକାଇଲେ ମମତା

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ପାଇଁ ପଞ୍ଚମ ଥର ପାଇଁ ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ନିମନ୍ତ୍ରଣ କରିଛନ୍ତି।

ଅଦ୍ୟତନ ହୋଇଛି
Mamata Banerjee

Mamata Banerjee

Advertisment

ଆନ୍ଦୋଳନରତ ଡାକ୍ତରଙ୍କୁ ମନାଇବା ପାଇଁ ପୁଣି ଥରେ ଟିଏମସି ସରକାରଙ୍କ ପ୍ରୟାସ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଲୋଚନା ପାଇଁ ପଞ୍ଚମ ଥର ପାଇଁ ଆନ୍ଦୋଳନରତ ଜୁନିୟର ଡାକ୍ତରଙ୍କୁ ନିମନ୍ତ୍ରଣ କରିଛନ୍ତି। ପୂର୍ବରୁ ବିଭିନ୍ନ କାରଣ ନେଇ ମୁଖ୍ୟମନ୍ତ୍ରୀ ଏବଂ ଜୁନିୟର ଡାକ୍ତରଙ୍କ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ପଞ୍ଚମ ଥର ପାଇଁ ନିମନ୍ତ୍ରଣ କରାଯାଇଛି।

Advertisment

ଜୁନିୟର ଡାକ୍ତରମାନଙ୍କୁ ଏକ ଇମେଲରେ ମୁଖ୍ୟ ଶାସନ ସଚିବ ମନୋଜ ପନ୍ତ କହିଛନ୍ତି, "ସେପ୍ଟେମ୍ବର 9ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡାକ୍ତରମାନେ ପୁନର୍ବାର କାର୍ଯ୍ୟ ଆରମ୍ଭ କରିବା ନିହାତି ଆବଶ୍ୟକ। ମୁଖ୍ୟମନ୍ତ୍ରୀ ଏବଂ ଆପଣଙ୍କ (ଆନ୍ଦୋଳନରତ ଡାକ୍ତରଙ୍କ) ପ୍ରତିନିଧୀଙ୍କ ମଧ୍ୟରେ ବୈଠକ ପାଇଁ ଏହା ହେଉଛି ପଞ୍ଚମ ତଥା ଅନ୍ତିମ ନିମନ୍ତ୍ରଣ।"

ଇମେଲରେ ଆହୁରି କୁହାଯାଇଛି, "ପୂର୍ବର ଆଲୋଚନା ଅନୁଯାୟୀ, ଆମେ ଆପଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକକୁ ନିମନ୍ତ୍ରଣ କରୁଛୁ। ଖୋଲା ମନ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାଳିଘାଟ ସ୍ଥିତ ବାସଭବନକୁ ଆସନ୍ତୁ।"

Advertisment

ପ୍ରକାଶ ଥାଉକି, ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ନ୍ୟାୟ ଦାବିରେ ଅଡ଼ି ବସିଛନ୍ତି ଜୁନିୟର ଡାକ୍ତର। ଯେପର୍ଯ୍ୟନ୍ତ ନ୍ୟାୟ ନ ମିଳିଛି ସେପର୍ଯ୍ୟନ୍ତ କାର୍ଯ୍ୟରେ ଯୋଗ ଦେବେନାହିଁ ବୋଲି କହିଛନ୍ତି। ସୁପ୍ରିମକୋର୍ଟ ମଧ୍ୟ ସେପ୍ଟେମ୍ବର 9ରେ ଡାକ୍ତରମାନଙ୍କୁ ସେମାନଙ୍କ କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଥିଲେ, ତଥାପି ଆନ୍ଦୋଳନ ପ୍ରତ୍ୟାହାର କରାଯାଉ ନାହିଁ।

ସେପଟେ ଡାକ୍ତରଙ୍କ ଅଭାବ କାରଣରୁ ହସ୍ପିଟାଲରେ ରୋଗୀଙ୍କ ଜୀବନ ଯାଉଥିବା ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ କରିଛି। ଏଥିପାଇଁ ଆନ୍ଦୋଳନରତ ଡାକ୍ତରଙ୍କ ସହ ଆଲୋଚନା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସେମାନଙ୍କୁ ନିମନ୍ତ୍ରଣ କରିଥିଲେ। ମାତ୍ର ଡାକ୍ତରମାନେ ଆଲୋଚନାକୁ ଆସୁନାହାନ୍ତି। ଫଳରେ ନିକଟରେ ମମତା ବାନାର୍ଜୀ ଆନ୍ଦୋଳନସ୍ଥଳକୁ ଯାଇ ଡାକ୍ତରମାନଙ୍କୁ ଭେଟିଥିଲେ। ତଥାପି ଆନ୍ଦୋଳନ ପ୍ରତ୍ୟାହାର ହୋଇ ପାରୁନାହିଁ। 

Mamata Banerjee Doctor Rape Murder Case Kolkata Doctors Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe