Advertisment

ଜମ୍ମୁ-କଶ୍ମୀରରେ ଖୁବଶୀଘ୍ର ନିର୍ବାଚନ, କିନ୍ତୁ ରାଜ୍ୟ ମାନ୍ୟତା କେବେ ମିଳିବ କହିଲେନି କେନ୍ଦ୍ର ସରକାର

ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ମିଳିବ, ସେକଥା କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଭାବେ କହି ନାହାନ୍ତି। ଭାରତର ସ୍ୱର୍ଗ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଆଉ କିଛି ସମୟ ଲାଗିବ ବୋଲି ସରକାର କହିଛନ୍ତି।

SC

SC

Advertisment

ଦୁଇ ଭାଗ ହୋଇ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ପାଇଥିବା ଜମ୍ମୁ-କଶ୍ମୀରରେ ୪ ବର୍ଷ ହେଲା ବିଧାନସଭା ନିର୍ବାଚନ ହୋଇନାହିଁ। କିନ୍ତୁ ଏବେ ଠାରୁ ଯେକୌଣସି ସମୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ହେବ। ଏଥିପାଇଁ ସବୁ ପ୍ରକାରର ପ୍ରସ୍ତୁତି କରାଯାଇଛି ବୋଲି ଆଜି କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି।

Advertisment

କିନ୍ତୁ ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ମିଳିବ, ସେକଥା କେନ୍ଦ୍ର ସରକାର ନିର୍ଦ୍ଦିଷ୍ଟ ଭାବେ କହି ନାହାନ୍ତି। ଭାରତର ସ୍ୱର୍ଗ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ଦେବାକୁ ଆଉ କିଛି ସମୟ ଲାଗିବ ବୋଲି ସରକାର କହିଛନ୍ତି।

ଧାରା ୩୭୦ ଉଚ୍ଛେଦ ବିରୋଧୀ ଆବେଦନର ଶୁଣାଣି ବେଳେ ସୁପ୍ରିମକୋର୍ଟ ମଙ୍ଗଳବାର କେନ୍ଦ୍ରକୁ ଏକାଧିକ ପ୍ରଶ୍ନ କରିଥିଲେ। ଏଥିସହ ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟ ମାନ୍ୟତା ମିଳିବ, ସେକଥା କହିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଜବାବ ରଖିବାକୁ ଗୋଟିଏ ଦିନ ସମୟ ନେଇଥିବା କେନ୍ଦ୍ର ସରକାର ଆଜି ରାଜ୍ୟ ମାନ୍ୟତା ପ୍ରଦାନ କରିବାକୁ ସମୟ ଲାଗିବ ବୋଲି କହିଛନ୍ତି।

Advertisment

କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ସାମ୍ବିଧାନିକ ଖଣ୍ଡପୀଠଙ୍କୁ କହିଛନ୍ତି ଯେ ଜମ୍ମୁ-କଶ୍ମୀରରେ ଏବେ ଭୋଟର ଲିଷ୍ଟ ସଂଶୋଧନ ପ୍ରକ୍ରିୟା ଜାରି ରହିଛି। ନିର୍ବାଚନ କରିବା ପାଇଁ ଆବଶ୍ୟକ ସବୁ କାମ ଶେଷ ହୋଇଛି। ତେଣୁ ଯେକୌଣସି ସମୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। କେନ୍ଦ୍ର ସରକାର ଓ ରାଜ୍ୟ ନିର୍ବାଚନ ପ୍ୟାନେଲ ନିକଟରେ ଏସଂକ୍ରାନ୍ତ ପ୍ରସ୍ତାବ ରହିଛି ବୋଲି ଶ୍ରୀ ମେହେଟା କହିଛନ୍ତି।

ରାଜ୍ୟ ମାନ୍ୟତା ପ୍ରସଙ୍ଗରେ କେନ୍ଦ୍ର ସରକାର କହିଛନ୍ତି ଯେ ଜମ୍ମୁ-କଶ୍ମୀରକୁ ରାଜ୍ୟ ମାନ୍ୟତା ପର୍ଯ୍ୟାୟକ୍ରମେ ଦିଆଯିବ। ସରକାର ଏନେଇ ନିର୍ଦ୍ଦିଷ୍ଟ ଭାବେ ତାରିଖ କହିପାରିବେ ନାହିଁ।

ନିର୍ବାଚନ ସମ୍ପର୍କରେ ତୁଷାର ମେହେଟା ଆହୁରି କହିଛନ୍ତି, ଜମ୍ମୁ-କଶ୍ମୀରରରେ ୩ଟି ପର୍ଯ୍ୟାୟ ନିର୍ବାଚନ ହେବ। ପ୍ରଥମ ପର୍ଯ୍ୟାୟରେ ପଞ୍ଚାୟତ, ଦ୍ୱିତୀୟ ପର୍ଯ୍ୟାୟରେ ପୌରପାଳିକ ଓ ଶେଷରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଜିଲ୍ଲା ବିକାଶ ପରିଷଦ ନିର୍ବାଚନ ସେଠାରେ ହୋଇ ସାରିଛି। ଅତିରିକ୍ତ ଭାବେ ପଞ୍ଚାୟତ ନିର୍ବାଚନ ଖୁବଶୀଘ୍ର ହେବ।

ଲେହ ହିଲ ବିକାଶ ପରିଷଦ ନିର୍ବାଚନ ସରକାର ଶେଷ କରିଥିବା ବେଳେ କାର୍ଗିଲରେ ନିର୍ବାଚନ ସେପ୍ଟେମ୍ବର ମାସରେ ଅନୁଷ୍ଠିତ ହେବାର ଅଛି ବୋଲି ସେ କହିଛନ୍ତି। ୨୦୧୯ ଅଗଷ୍ଟ ୫ରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗ କରିଥିଲେ। ଏହାପରେ ଜମ୍ମୁ-କଶ୍ମୀର ଓ ଲଦାଖ ଭାବେ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ତିଆରି କରାଯାଇଥିଲା।

ତେବେ କେନ୍ଦ୍ର ସରକାର ଅସ୍ଥାୟୀ ଭାବେ ଜମ୍ମୁ-କଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳର ମାନ୍ୟତା ଦେଇଥିବା ସର୍ବୋଚ୍ଚ ଅଦାଲତକୁ ସୋମବାର କହିଥିଲେ। ଏହା ଶୁଣିବା ପରେ ମଙ୍ଗଳବାର ସର୍ବୋର୍ଚ୍ଚ ଅଦାଲତ ପୁଣି ଜମ୍ମୁ-କଶ୍ମୀରକୁ କେବେ ରାଜ୍ୟ ମାନ୍ୟ ମିଳିବ ଓ ଏହା ପାଇଁ କ’ଣ ସବୁ ସମୟ ସୀମା ରଖାଯାଇଛି ବୋଲି କେନ୍ଦ୍ରକୁ ଜବାବ ମାଗିଥିଲେ।

Jammu Kashmir Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe