Advertisment

‘ସତ ସାମନାକୁ ଆଣିବାକୁ ମୁଁ ନାର୍କୋ ଟେଷ୍ଟ ପାଇଁ ପ୍ରସ୍ତୁତ, କିନ୍ତୁ...’

ଏପରି ସମୟରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଫେସବୁକ୍‌ରେ ଏକ ପୋଷ୍ଟ କରି ସତ ସାମନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ଏପରିକି ସେ ନାର୍କୋ ଟେଷ୍ଟ, ଲାଇ ଡିଟେକସନ୍‌ ଟେଷ୍ଟ ତଥା ପଲିଗ୍ରାଫ୍‌ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି।

Brij Bhushan Saran Singh

Brij Bhushan Saran Singh

Advertisment

ଭାରତୀୟ କୁସ୍ତି ମହାସଂଘର ସଭାପତି ତଥା ବିଜେପି ସାଂସଦ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବିରେ ଦେଶର ଷ୍ଟାର ରେସଲରମାନେ ଦୀର୍ଘ ଦିନ ଧରି ଆନ୍ଦୋଳନ ଚଳାଇ ଆସିଛନ୍ତି। ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ ପରେ ଦିଲ୍ଲୀ ପୁଲିସ୍‌ ଶ୍ରୀ ସିଂହଙ୍କ ବିରୋଧରେ ୨ଟି ମାମଲା ରୁଜୁ କରିଥିବା ସତ୍ତ୍ୱେ ରେସଲରମାନେ ନିଜ ଆନ୍ଦୋଳନରୁ ଓହରି ନାହାନ୍ତି।

Advertisment

ଏପରି ସମୟରେ ବ୍ରିଜ ଭୂଷଣ ଶରଣ ସିଂହଙ୍କ ଫେସବୁକ୍‌ରେ ଏକ ପୋଷ୍ଟ କରି ସତ ସାମନାକୁ ଆଣିବାକୁ ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ଥିବା ଘୋଷଣା କରିଛନ୍ତି। ଏପରିକି ସେ ନାର୍କୋ ଟେଷ୍ଟ, ଲାଇ ଡିଟେକସନ୍‌ ଟେଷ୍ଟ ତଥା ପଲିଗ୍ରାଫ୍‌ ଟେଷ୍ଟ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ମାତ୍ର ଏଥିନିମନ୍ତେ ସେ ନିଜର ଏକ ସର୍ତ୍ତ ରଖିଛନ୍ତି।

ବ୍ରିଜ ଭୂଷଣ ଶରଣ ସିଂହ କରିଥିବା ଦାବି ଅନୁଯାୟୀ, ରେସଲର ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟ ବି ସମାନ ପ୍ରକାର ପରୀକ୍ଷାର ସମ୍ମୁଖୀନ ହେବା ଉଚିତ। ଫଳରେ କିଏ ସତ କହୁଛି ଓ କିଏ ମିଛ କହୁଛି ତାହା ଦୁନିଆ ସାମନାକୁ ଆସି ପାରିବ । ହେଲେ ଏ ନେଇ ଉଭୟ ରେସଲରଙ୍କ ମତ ମିଳିପାରିନି  ।

Advertisment

ବଜରଙ୍ଗ ପୁନିଆ ଓ ଭିନେଶ ଫୋଗଟଙ୍କ ସମେତ ବହୁ ରେସଲର ବ୍ରିଜ ଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବି କରି ଗତ ଏପ୍ରିଲ ୨୩ ତାରିଖରୁ ଜନ୍ତରମନ୍ତରରେ ଧାରଣାରେ ବସିଛନ୍ତି। ବହୁ କସରତ ପରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀଳ ଏପ୍ରିଲ ୨୮ରେ ଦିଲ୍ଲୀ ପୁଲିସ୍‌ ବ୍ରିଜ ଭୂଷଙ୍କ ବିରୋଧରେ ୨ଟି ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି।

ଗତ ୭ ତାରିଖରେ ଫେସବୁକ୍‌ରେ ବ୍ରିଜ ଭୂଷଣ ଏକ ପୋଷ୍ଟ କରି ନିଜ ବିରୋଧରେ ହୋଇଥିବା ଅଭିଯୋଗ ପ୍ରମାଣିତ ହେଲେ ଫାଶି ଖୁଣ୍ଟରେ ଝୁଲିଯିବେ ବୋଲି ବି ଘୋଷଣା କରିଥିଲେ । ଏପରି କହି ବ୍ରିଜ ଭୂଷଣ ଇମୋଶନାଲ କାର୍ଡ ଖେଳିବାକୁ ଚେଷ୍ଟା ମାତ୍ର ତାହାର କିଛି ଲାଭ ସେ ପାଇ ପାରି ନ ଥିଲେ।

ଭିନେଶ ଫୋଗଟ, ସାକ୍ଷୀ ମଲିକ ଓ ବଜରଙ୍ଗ ପୁନିଆଙ୍କ ଭଳି ପଦକ ବିଜେତା ରେସଲରମାନେ ଦିଲ୍ଲୀର ଯନ୍ତରମନ୍ତରେ ଆନ୍ଦୋଳନ କରୁଛନ୍ତି। ସେମାନେ ପ୍ରଥମେ ଜାନୁଆରୀ ମାସରେ ଆନ୍ଦୋଳନ କରିଥିଲେ। ସେତେବେଳେ ସେମାନଙ୍କୁ ଶ୍ରୀ ସିଂହଙ୍କ ବିରୋଧରେ ତଦନ୍ତ ହେବ ବୋଲି କୁହାଯାଇଥିଲା। ସେମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ। ହେଲେ ପ୍ରତିଶ୍ରୁତିକୁ ୩ ମାସ ବିତିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବାରୁ ସେମାନେ ପୁଣି ଆନ୍ଦୋଳନକୁ ଓହ୍ଲାଇଛନ୍ତି। 

ଦେଶର କୁସ୍ତିଯୋଦ୍ଧାମାନେ ୪ ମାସ ହେଲା ବ୍ରିଜ ଭୂଷଣଙ୍କ ବିରୋଧରେ ଅଭିଯୋଗ କରି ଆନ୍ଦୋଳନ କରୁଛନ୍ତି। ଏଥିପାଇଁ କୌଣସି ପ୍ରକାରର କୁସ୍ତି କାର୍ଯ୍ୟକ୍ରମ ହୋଇ ପାରୁନି। ତେଣୁ ବ୍ରିଜ ଭୂଷଣ ବେଶ ଇମୋଶନାଲ ହୋଇ କହି ମୋତେ ଫାଶୀ ଖୁଣ୍ଟରେ ଝୁଲାଇ ଦିଅ। କିନ୍ତୁ ରେସଲିଂ କାର୍ଯ୍ୟକ୍ରମ ଆଦୌ ବନ୍ଦ କରନି ବୋଲି କହିଥିଲେ। ମାତ୍ର ଏହାସତ୍ତ୍ୱେ ବି ରେସଲରଙ୍କ ଆନ୍ଦୋଳନ ଥମିବା ନାଁ ଧରୁନି  । 

Indian Wrestler Brij Bhushan Sharan Singh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe