Advertisment

ଦୁଷ୍କର୍ମ ପୀଡ଼ିତା ଛାତ୍ରୀଙ୍କୁ ବିଦା କରିଥିଲା ସ୍କୁଲ, ରଦ୍ଦ ହେଲା ଅନୁମୋଦନ

ସ୍କୁଲରୁ ବିଦା ହେବା ଯୋଗୁ ଛାତ୍ରୀଜଣକ ଦ୍ୱାଦଶ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ। ଏହି ମାମଲାରେ ସ୍କୁଲ ଉପରେ ନିଆଯାଇଛି ବଡ଼ ଆକ୍ସନ ।

author-image
Niharika Rout
undefined

Stop Rape

ଦୁଷ୍କର୍ମ ପୀଡ଼ିତା ଛାତ୍ରୀଙ୍କୁ ସହାନଭୂତି ଜଣାଇବା ପରିବର୍ତ୍ତେ ତାଙ୍କୁ ବାହାର ରାସ୍ତା ଦେଖାଇଲା ସ୍କୁଲ। ସ୍କୁଲରୁ ବିଦା ହେବା ଯୋଗୁ ଛାତ୍ରୀଜଣକ ଦ୍ୱାଦଶ ପରୀକ୍ଷା ଦେବାରୁ ବଞ୍ଚିତ ହେଲେ। ଏହି ମାମଲାରେ ସ୍କୁଲ ଉପରେ ନିଆଯାଇଛି ବଡ଼ ଆକ୍ସନ । ସ୍କୁଲର ମାନ୍ୟତାକୁ ରଦ୍ଦ କରିଛି ଶିକ୍ଷା ନିର୍ଦ୍ଦେଶାଳୟ। ଏଥିସହ ସ୍କୁଲ କର୍ତ୍ତୃପକ୍ଷ ଓ ପ୍ରିନ୍ସିପାଲଙ୍କ ବିରୋଧରେ ରୁଜୁ ହୋଇଛି ମାମଲା । ଏପରି ଏକ ଘଟଣା ରାଜସ୍ଥାନର ବିକାନେରରେ ଘଟିଛି।

Advertisment

ରାଜସ୍ଥାନର ଅଜମେରର ଗେଗଲ ଥାନା ଅନ୍ତର୍ଗତ ଏକ ବିଦ୍ୟାଳୟର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର କିଛଇ ଦିନ ପୂର୍ବେ ଗଣବଳାତ୍କାରର ସମ୍ମୁଖୀନ ହୋଇଥିଲେ। ଏହି ଘଟଣାରେ ପୁଲିସ୍‌ ୩ ଜଣଙ୍କୁ ଗିରଫ କରି ଜେଲ୍‌ ପଠାଇ ଦେଇଛି।

ଛାତ୍ରୀଜଣକ ପାଶବିକ ଅତ୍ୟାଚାରର ଶିକାର ହୋଇଥିବା ସତ୍ତ୍ୱେ ସ୍କୁଲ କର୍ତ୍ତୃପକ୍ଷ ତିଳେ ବି ସହାନୁଭୂତି ଦେଖାଇ ନ ଥିଲେ। ଏପରିକି ଅମାନବୀୟ ଭାବେ ସ୍କୁଲରୁ ଟିସି ଦେଇ ତାଙ୍କୁ ବାହାର କରି ଦେଇଥିଲେ । ଫଳରେ ଛାତ୍ରୀଜଣକ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଦେଇ ପାରି ନ ଥିବା ବେଳେ ତାଙ୍କର ବର୍ଷେ ସମୟ ବରବାଦ ହୋଇଥିଲା।

Advertisment

ରାଜସ୍ଥାନର ବାଲ କଲ୍ୟାଣ ସମିତି ଏହି ଘଟଣାକୁ ଗୁରୁତର ସହ ନେଇଥିଲା। ସମିତିର ଅଧ୍ୟକ୍ଷ ଅଞ୍ଜଳି ଶର୍ମା ଏହି ମାମଲାର ତଦନ୍ତ କି ସ୍କୁଲ କର୍ତ୍ତୃପକ୍ଷ ତଥା ପ୍ରିନ୍ସିପାଲଙ୍କ ବିରୋଧରେ ମାମଲା ରୁଜୁ କରିବା ସହ ସ୍କୁଲର ଅନୁମୋଦନକୁ ବାତିଲ କରି ଦେଇଛନ୍ତି।

ଏଥିସହ ସମ୍ପୃକ୍ତ ଛାତ୍ରୀଙ୍କୁ ଓପନ୍‌ ସ୍କୁଲରେ ଆଡମିଶନ କରାଯାଇ ତାଙ୍କ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଛି।

Rajasthan Minor Raped