Advertisment

ମୁମ୍ବାଇ ସ୍ଥିତି ବେହାଲ, ଆଜି ବି ପ୍ରବଳ ବର୍ଷିବ

ଆଜି ମଧ୍ୟ ମୁମ୍ବାଇରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି ।

author-image
Niharika Rout
Heavy Rain

Heavy Rain

ଉବୁଟୁବୁ ମୁମ୍ବାଇକୁ ବେହାଲ୍ କରିଛି ଗତରାତିର ଲଗାଣ ବର୍ଷା। ରାତି ତମାମ୍ ବର୍ଷା ଲାଗି ରହିଥିବାରୁ ତ୍ରାହି ତ୍ରାହି ଡାକୁଛି ଦେଶର ବାଣିଜ୍ୟିକ ରାଜଧାନୀ। ମୁମ୍ବାଇରେ ରବିବାର ରାତିରୁ ଗତକାଲି ସକାଳ ଭିତରେ ୩ଶହ ମିଲିମିଟର ବର୍ଷା ରେକର୍ଡ କରାଯାଇଥିଲା । ସହରୀ ବନ୍ୟା ଓ ଜଳବନ୍ଦୀ ସ୍ଥିତି ଯୋଗୁଁ ଜୀବନ ଯାତ୍ରା ଭୀଷଣ ପ୍ରଭାବିତ ହୋଇଛି । ତେବେ କାଲି ମଧ୍ୟ ସାରାରାତି ବର୍ଷା ଲାଗି ରହିବା ଫଳରେ ସ୍ଥିତି ଆହୁରି ଜଟିଳ ହୋଇଛି ।

Advertisment

ଆଜି ମଧ୍ୟ ମୁମ୍ବାଇରେ ଅତି ପ୍ରବଳ ବର୍ଷା ସମ୍ଭାବନା ଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏଥିପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ଆଜି ମୁମ୍ବାଇର ସମସ୍ତ ସ୍କୁଲ ଛୁଟି ଘୋଷଣା କରିଛି ମହାନଗର ନିଗମ। ଏଥିସହ ଆବଶ୍ୟକ ନ ଥିଲେ ଲୋକଙ୍କୁ ଘରୁ ନ ବାହାରିବାକୁ ସତର୍କ କରାଯାଇଛି ।

ରାସ୍ତାରେ ବର୍ଷାଜଳ ଲହଡ଼ି ଭାଙ୍ଗୁଥିବା ବେଳେ ଖରାପ ପାଗ ଯୋଗୁଁ ପ୍ରାୟ ୫୦ଟି ବିମାନକୁ ବାତିଲ କରାଯାଇଛି । ଟ୍ରେନ୍ ଟ୍ରାକରେ ମଧ୍ୟ ପାଣି ଜମି ରହିବାରୁ ଏକାଧିକ ଟ୍ରେନ୍ ବାତିଲ ହୋଇଯିବା ସହ ସମୟରେ ପରିବର୍ତ୍ତନ କରାଯାଇଛି। ଥାନେ, ଅନ୍ଧେରି, କୁର୍ଲା, ଭଣ୍ଡୁପ୍, କିଙ୍ଗ୍ ସର୍କଲ୍ ଏବଂ ଦାଦର ସମେତ ଅନେକ ଅଞ୍ଚଳ ଜଳବନ୍ଦୀ ହୋଇଛି।

Advertisment

ଗତକାଲି ବିଦ୍ୟାବିହାରର ଟ୍ରେନ୍ ଟ୍ରାକରେ ପାଣି ବହୁଥିବା ଏବଂ ଅନେକ ଅଣ୍ଡର ପାସ୍ ଜଳବନ୍ଦୀ ସ୍ଥିତିରେ ଥିବା ଦେଖିବାକୁ ମିଳିଥିଲା । ଭୀଷଣ ବର୍ଷା ଆଶଙ୍କା ଥିବାରୁ ବିଭିନ୍ନ ସ୍ଥାନରେ ଏନଡିଆରଏଫ ଟିମ୍ ମୁତୟନ ହୋଇଛନ୍ତି।

Heavy Rain Mumbai