Advertisment

ଗଣମାଧ୍ୟମକୁ ପରାମର୍ଶ, ରାମ ମନ୍ଦିର ସହ ଜଡିତ ମିଥ୍ୟା ଖବର ପ୍ରସାରଣଠୁ ଦୂରେଇ ରୁହନ୍ତୁ

ଏଥିରେ ରାମ ମନ୍ଦିର ସହ ଜଡିତ ସମସ୍ତ ଖବରକୁ ଯାଞ୍ଚ କରି ପ୍ରସାରଣ କରିବାକୁ ପରାମର୍ଶ ଦିଆଯାଇଛି।

author-image
Debibandita Barick
Ram Temple

Ram Temple

କିପରି ଶାନ୍ତିଶୃଙ୍ଖଳରେ ରାମ ଲଲାଙ୍କ ପ୍ରତିମା ସ୍ଥାପନ ହେବ, ସେଥିପାଇଁ ଆଗୁଆ ସତର୍କ କରାଇଲା କେନ୍ଦ୍ର। ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବକୁ ନେଇ ଯାଞ୍ଚ କରି ଖବର ପ୍ରସାରଣ କରିବାକୁ ଗଣମାଧ୍ୟମକୁ ପରାମର୍ଶ ଦେଇଛି କେନ୍ଦ୍ର ସୂଚନା ଓ ପ୍ରସାରଣ ବିଭାଗ।

Advertisment

ଏଥିପାଇଁ ଖବରକାଗଜ, ବେସରକାରୀ ସାଟେଲାଇଟ୍ ଟିଭି ଚ୍ୟାନେଲ, ଡିଜିଟାଲ୍ ମିଡିଆ ଏବଂ ସୋଶାଲ ମିଡିଆ ପ୍ଲାଟଫର୍ମକୁ ଏକ ପରାମର୍ଶ ଜାରି କରିଛି ବିଭାଗ। ଏଥିରେ ରାମ ମନ୍ଦିର ସହ ଜଡିତ ସମସ୍ତ ଖବରକୁ ଯାଞ୍ଚ କରି ପ୍ରସାରଣ କରିବାକୁ ପରାମର୍ଶ ଦିଆଯାଇଛି। ଯେପରି କୌଣସି ପ୍ରକାର ମିଥ୍ୟା ଏବଂ ବିଭ୍ରାନ୍ତକର ବିଷୟବସ୍ତୁ ପ୍ରକାଶନ ଏବଂ ପ୍ରସାରଣ ନହୁଏ ସେଥିପ୍ରତି ସତର୍କ ରହିବାକୁ କହିଛି। 

ମନ୍ତ୍ରଣାଳୟ ଏହାର ପରାମର୍ଶରେ କହିଛି ଯେ, ବିଶେଷ କରି ସୋଶାଲ ମିଡିଆରେ କିଛି ଯାଞ୍ଚ ହୋଇନଥିବା, ଉତ୍ତେଜକ ତଥା ବିଭ୍ରାନ୍ତିକର ବାର୍ତ୍ତା ଭାଇରାଲ ହେବାରେ ଲାଗିଛି। ଏହି ବାର୍ତ୍ତାଗୁଡ଼ିକ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଏବଂ ସାଧାରଣ ଶୃଙ୍ଖଳାକୁ ଭଙ୍ଗ କରିପାରେ। ତେଣୁ ଏଥିପ୍ରତି ସମସ୍ତ ଗଣମାଧ୍ୟମ ସଚେତନ ହେବା ଆବଶ୍ୟକ।

Advertisment

ଆଉ ଦିନକ ପରେ ଜାନୁୟାରୀ 22ରେ ଅନୁଷ୍ଠିତ ଅଯୋଧ୍ୟା ରାମ ମନ୍ଦିର ପ୍ରତିଷ୍ଠା ସମାରୋହ ହେବ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ।

Ram Temple Event Media Advisory