Advertisment

ଏକକ ନାଗରିକ ସଂହିତା: ଲିଭ୍-ଇନରେ ରହିବାକୁ ହେଲେ ମାନିବାକୁ ପଡ଼ିବ ଏହି ନିୟମ, ନହେଲେ...

ଲିଭ୍-ଇନ୍ ସମ୍ପର୍କରେ ରହିବା ପାଇଁ ୟୁସିସି ନିୟମ କଣ କହୁଛି, ଜାଣନ୍ତୁ...

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ଦେଶର ପ୍ରଥମ ରାଜ୍ୟ ଭାବେ ଉତ୍ତରାଖଣ୍ଡ ଲାଗୁ କରିବାକୁ ଯାଉଛି ୟୁନିଫର୍ମ ସିଭିଲ କୋଡ (ୟୁସିସି) ବା ଏକକ ନାଗରିକ ସଂହିତା। ଆଜି ବିଧାନସଭାରେ ଏହି ବିଲ୍ ଆଗତ ହୋଇଛି। ଏହି ବିଲ୍ ଆଇନରେ ପରିଣତ ହେଲେ ଆଗାମୀ ଦିନରେ ୟୁସିସି ଅଧୀନରେ ସମସ୍ତ ଧର୍ମର ନାଗରିକ ଗୋଟିଏ ନିୟମ ମାନିବେ।

Advertisment

ପୈତୃକ ସମ୍ପତ୍ତିରେ ପୁଅ-ଝିଅଙ୍କର ସମାନ ଅଧିକାର ସହ ବିବାହ ପାଇଁ ନିର୍ଦ୍ଦିଷ୍ଟ ବୟସ ଏବଂ ବହୁବିବାହ ରୋକିବା ଉପରେ ଏହି ଆଇନ କାର୍ଯ୍ୟକାରୀ ହେବ। ଏଥିସହ ଲିଭ୍-ଇନ୍-ରିଲେସନସିପ୍ ପାଇଁ ମଧ୍ୟ ପଞ୍ଜୀକରଣ ବାଧ୍ୟତାମୂଳକ ରହିବ। ଲିଭ୍-ଇନ୍ ସମ୍ପର୍କରେ ରହିବା ପାଇଁ ୟୁସିସି ନିୟମ କଣ କହୁଛି, ଜାଣନ୍ତୁ...

ୟୁସିସି ଲାଗୁହେଲେ ଏଣିକି ଲିଭି-ଇନ୍-ରିଲେସନସିପରେ ଥିବା କିମ୍ବା ରହିବାକୁ ଯୋଜନା କରୁଥିବା କପଲଙ୍କୁ ଜିଲ୍ଲା ଅଧିକାରୀଙ୍କ ନିକଟରେ ପଞ୍ଜୀକରଣ କରିବାକୁ ପଡ଼ିବ। ଯଦି ୨୧ ବର୍ଷରୁ କମ୍ ବୟସର ପିଲା ରହିବାକୁ ଚାହୁଁଛନ୍ତି, ତେବେ ସେମାନଙ୍କୁ ବାପା-ମାଆଙ୍କଠାରୁ ଅନୁମତି ଆଣିବାକୁ ପଡ଼ିବ। କେବଳ ଏତିକି ନୁହେଁ, ଉତ୍ତରାଖଣ୍ଡର ନାଗରିକତ୍ୱ ଥାଇ ଯଦି ଅନ୍ୟ ରାଜ୍ୟରେ ଲିଭ୍-ଇନରେ ରହିବାକୁ ଚାହୁଁଛନ୍ତି, ତେବେ ସେମାନେ ମଧ୍ୟ ପଞ୍ଜୀକରଣ କରିବାକୁ ବାଧ୍ୟ। 

Advertisment

ସେହିପରି ଯାହା ‘ସାଧାରଣ ନୀତି ଏବଂ ନୈତିକତା ବିରୁଦ୍ଧରେ’ସେ କ୍ଷେତ୍ରରେ ଲିଭ୍-ଇନ୍ ସମ୍ପର୍କକୁ ପଞ୍ଜୀକୃତ କରାଯିବ ନାହିଁ। ଯଦି ଜଣେ ବ୍ୟକ୍ତି ବିବାହିତ କିମ୍ବା ଅନ୍ୟ ସମ୍ପର୍କରେ ଥିବେ, ଯଦି ଏକ ପାର୍ଟନର ନାବାଳକ ହୋଇଥିବେ, ବାଧ୍ୟବାଧକତା କିମ୍ବା ଠକେଇ ହୋଇଥିବ ତେବେ ଲିଭ୍-ଇନ୍ ସମ୍ପର୍କକୁ ପଞ୍ଜିକୃତ କରାଯିବ ନାହିଁ।

ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଲିଭ୍-ଇନ୍ ସମ୍ପର୍କର ବିବରଣୀ ଗ୍ରହଣ କରିବାକୁ ଏକ ୱେବସାଇଟ୍ ପ୍ରସ୍ତୁତ ହେଉଛି। ଏହି ୱେବସାଇଟ୍ ମାଧ୍ୟମରେ ପଞ୍ଜୀକରଣ ହୋଇପାରିବ, ଯାହା ଜିଲ୍ଲା ରେଜିଷ୍ଟ୍ରାରଙ୍କ ଦ୍ୱାରା ବୈଧ, କି ନୁହେଁ ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳରେ ରେଜିଷ୍ଟ୍ରାରଙ୍କ ପକ୍ଷରୁ ଉଭୟ ପାର୍ଟନର୍ କିମ୍ବା ଅନ୍ୟ କାହାକୁ ଡକାଯାଇପାରେ।

ଯଦି ରେଜିଷ୍ଟ୍ରାର ପଞ୍ଜିକରଣକୁ ଖାରଜ କରିଦିଅନ୍ତି, ତେବେ ତାଙ୍କୁ ଏହାର ଯଥାର୍ଥ କାରଣ ଲିଖିତ ଆକାରରେ ଜଣାଇବେ। ଯଦି ସମ୍ପର୍କ ଶେଷ ହେବାର କାରଣ ଭୁଲ୍ କିମ୍ବା ସନ୍ଦେହଜନକ ମନେହୁଏ, ତେବେ ପୁଲିସ ଏହାର ଯାଞ୍ଚ ପାଇଁ ପାର୍ଟନରଙ୍କୁ ଡକାଇପାରେ। ଯଦି ୨୧ ବର୍ଷର କମ୍ ବୟସ୍କ ପିଲା ହୋଇଥିବେ ତେବେ ସେମାନଙ୍କ ସହ ସେମାନଙ୍କ ଅଭିଭାବକ ମଧ୍ୟ ତଦନ୍ତର ପରିସରକୁ ଆସିବେ।

ନିୟମର ଉଲ୍ଲଙ୍ଘନ କଲେ କି ଦଣ୍ଡ ମିଳିବ?

  • ଲିଭ୍-ଇନ୍ ସମ୍ପର୍କ ଘୋଷଣାନାମା ଦାଖଲ କରିବାରେ ବିଫଳତା, କିମ୍ବା ମିଥ୍ୟା ସୂଚନା ପ୍ରଦାନ ପାଇଁ ତିନି ମାସ ଜେଲ୍, ୨୫,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଲାଗୁ ହୋଇପାରେ। 
  • ଲିଭ-ଇନ୍ ସମ୍ପର୍କ ପଞ୍ଜିକରଣ କରିବାରେ ବିଫଳ ହେଲେ ସର୍ବାଧିକ ୬ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ। ଏଥିସହ ୨୫,୦୦୦ ଜୋରିମାନା କିମ୍ବା ଉଭୟ ଦଣ୍ଡ ଲାଗୁ ହେବ। 
  • ପଞ୍ଜିକରଣରେ ବିଳମ୍ବ ହେଲେ ତିନି ମାସ ପର୍ଯ୍ୟନ୍ତ ଜେଲଦଣ୍ଡ, ୧୦,୦୦୦ ଟଙ୍କା ଜରିମାନା କିମ୍ବା ଉଭୟ ଦଣ୍ଡ ଭୋଗିବାକୁ ପଡ଼ିବ। 
Uniform Civil Code UCC Live-In Relationship Uttarakhand Civil Code
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe