Advertisment

ବୀଭତ୍ସ, ହୃଦୟ ବିଦାରକ: ଗୀତ ବଜାଇ ମହିଳାଙ୍କୁ ପିଟିଲେ, ବ୍ଲେଡ୍‌ରେ କାଟି ପକାଇଲେ

ସମ୍ପର୍କୀୟମାନେ କର୍କସ ଶବ୍ଦର ଗୀତ ବଜାଇ ୨୩ ବର୍ଷୀୟ ମହିଳାଙ୍କୁ କାଠ ଫାଳିଆ, ଲୁହା ରଡରେ ପିଟିଥିଲେ। ଏହାପରେ ବାରମ୍ବାର ବ୍ଲେଡ୍‌ରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ କାଟି ପକାଇ ଥିଲେ।

Woman

Woman

Advertisment

ନିର୍ମମ। ବୀଭତ୍ସ। ହୃଦୟ ବିଦାରକ। ଅମାନବୀୟ। ଯେତେ ଶବ୍ଦ ବ୍ୟବହାର କଲେ ମଧ୍ୟ ସାମ୍ନାକୁ ଆସିଥିବା ଘଟଣା ପାଇଁ କମ ପଡ଼ିଯିବ। କାରଣ ଜଣେ ମହିଳାଙ୍କୁ ତାଙ୍କ ସମ୍ପର୍କୀୟମାନେ ଅତ୍ୟନ୍ତ ନୃଶଂସ ଭାବେ ହତ୍ୟା କରିଛନ୍ତି।

Advertisment

ସମ୍ପର୍କୀୟମାନେ କର୍କସ ଶବ୍ଦର ଗୀତ ବଜାଇ ୨୩ ବର୍ଷୀୟ ମହିଳାଙ୍କୁ କାଠ ଫାଳିଆ, ଲୁହା ରଡରେ ପିଟିଥିଲେ। ଏହାପରେ ବାରମ୍ବାର ବ୍ଲେଡ୍‌ରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ କାଟି ପକାଇ ଥିଲେ। ସେ ଚିତ୍କାର କରୁଥିଲେ ହେଁ ଜୋରରେ ଗୀତ ବାଜୁ ଥିବାରୁ କେହି ବି ଘର ଭିତରେ କ’ଣ ହେଉଛି, ସେକଥା ଜାଣି ପାରି ନଥିଲେ। ଶେଷରେ ମହିଳା ଜଣଙ୍କ ସେହି ଠାରେ ହିଁ ନିର୍ଯାତନା ସହି ନ ପାରି ସବୁ ଦିନ ପାଇଁ ଆଖି ବୁଜିଛନ୍ତି।

ଉତ୍ତର ପ୍ରଦେଶର ଗାଜିଆବାଦରେ ଚୋରି ସନ୍ଦେହରେ ମହିଳାଙ୍କୁ ଏପରି ହତ୍ୟା କରାଯାଇଛି। ମହିଳାଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟମାନେ ଫେରାର ହୋଇ ଯାଇଛନ୍ତି। ୨ ଦିନ ଧରି ଘର ଭିତରେ ନନ୍‌ଷ୍ଟପ ମ୍ୟୁଜିକ ବାଜୁଥିବାରୁ ପଡ଼ୋଶୀମାନେ ସନ୍ଦେହ କରି ଆଜି ପୁଲିସ୍‌କୁ ଖବର ଦେଇଥିଲେ। ଆଜି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରିଛି।

Advertisment

୨୩ ବର୍ଷୀୟ ସମୀନା ସୋମବାର ଗାଜିଆବାଦର ସିଦ୍ଧାର୍ଥ ବିହାରରେ ରହୁଥିବା ତାଙ୍କର ସମ୍ପର୍କୀୟ ହୀନା ଓ ରମେଶଙ୍କ ଘରକୁ ଯାଇଥିଲେ। ଦମ୍ପତିଙ୍କ ପୁଅର ଜନ୍ମଦିନ ପାର୍ଟିରେ ସମୀନା ଯୋଗ ଦେଇଥିଲେ। ସମସ୍ତେ ପାର୍ଟି ସେଲିବ୍ରେଟ କରୁଥିବା ବେଳେ ହଠାତ୍‌ ଘରୁ ୫ ଲକ୍ଷ ଟଙ୍କାର ଗହଣା ହଜି ଯାଇଥିବା ଜଣାପଡ଼ିଥିଲା। ହୀନା ଓ ରମେଶ ତୁରନ୍ତ ସମୀନାଙ୍କ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ। ସମୀନା ହିଁ ଅଳଙ୍କାର ଚୋରି କରିଥିବା ସନ୍ଦେହ କରି ତାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ।

ପୁଲିସ କହିଛି ଯେ ହୀନା, ରମେଶ ଓ ତାଙ୍କର କିଛି ସମ୍ପର୍କୀୟ ଚୋରି ସନ୍ଦେହରେ ସମୀନାଙ୍କୁ କାଠ ଫାଳିଆ ଓ ରଡ୍‌ରେ ପିଟିଥିଲେ। ଚୋରି କରିଥିବା କଥାକୁ ସ୍ୱୀକାର କରିବା ପାଇଁ ସେମାନେ ଗୋଟିଏ ବ୍ଲେଡରେ ତାଙ୍କ ଶରୀରର ବିଭିନ୍ନ ଅଂଶକୁ କାଟି ପକାଇଥିଲେ। ସେ ଚିତ୍କାର କରୁଥିବାରୁ ପଡ଼ୋଶୀ ଜାଣିଯିବାର ସନ୍ଦେହ ଥିଲା। ତେଣୁ ହୀନା ଓ ରମେଶ ଘର ଭିତରେ ଉଚ୍ଚ ସାଉଣ୍ଡରେ ଗୀତ ବଜାଇ ଚାଲିଥିଲେ। ଦୀର୍ଘ ଘଣ୍ଟା ଧରି ନିର୍ଯାତନା ଦିଆଯିବାରୁ ଘଟଣା ସ୍ଥଳରେ ସମୀନାଙ୍କ ମୃତ୍ୟୁ ହୋଇଥିଲା।

ଏହା ଦେଖି ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ତେବେ ସେମାନେ ଗୀତ ବନ୍ଦ କରିବାକୁ ଭୁଲି ଯାଇଥିଲେ। ଦୁଇ ଦିନ ଧରି ଘର ଭିତରେ ଗୀତ ବାଜୁଥିବାରୁ ପଡ଼ୋଶୀମାନେ ପୁଲିସ୍‌କୁ ଖବର ଦେଇଥିଲେ। ଏହାପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି। ଏଥିସହ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ କରୁଥିବା ଖବର ମିଳିଛି।

Murder Uttar Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe