Advertisment

ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ବଡ଼ ନିର୍ଦ୍ଦେଶ

ଏହି ରାୟ କେବଳ ଦିଲ୍ଲୀ-ଏନସିଆର ନୁହେଁ, ବରଂ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ। ଏଥିପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ କରିଛନ୍ତି।

ଅଦ୍ୟତନ ହୋଇଛି
SC

SC

Advertisment

ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟ ଅଗଷ୍ଟ ୮ରେ ଦେଇଥିବା ରାୟରେ ସାମାନ୍ୟ ସଂଶୋଧନ କରିଛନ୍ତି। ଦିଲ୍ଲୀ-ଏନସିଆରରେ ବୁଲୁ ଥିବା କୁକୁରମାନଙ୍କୁ ଧରି ତୁରନ୍ତ ଆଶ୍ରୟସ୍ଥଳକୁ ନେବାକୁ ଦେଇଥିବା ରାୟରେ ପରିବର୍ତ୍ତନ ହୋଇଛି। ଆଜି ସୁପ୍ରିମକୋର୍ଟ ସଂଶୋଧିତ ରାୟରେ କହିଛନ୍ତି ଯେ ବୁଲା କୁକୁରମାନଙ୍କୁ ପୌର ପାଳିକାର ଅଧିକାରୀମାନେ ଧରିବା ସହ ବନ୍ଧ୍ୟାକରଣ ଓ ଟିକା ଦେବେ। ଏହାପରେ ସେମାନଙ୍କୁ ଯେଉଁ ସ୍ଥାନରୁ ଧରିଥିବେ, ସେଠାରେ ଛାଡ଼ିବେ।

Advertisment

ଅନିର୍ଦ୍ଦିଷ୍ଟ କାଳ ପାଇଁ ବୁଲା କୁକୁରଙ୍କୁ ଆଶ୍ରୟ ସ୍ଥଳରେ ରଖାଯାଇ ପାରିବ ନାହିଁ। କିନ୍ତୁ ରୋଗ ଗ୍ରସ୍ତ ଓ କାମୁଡ଼ିବାକୁ ଗୋଡ଼ାଉଥିବା କୁକୁରମାନଙ୍କୁ ପୌର ପାଳିକା ସର୍ବସାଧାରଣରେ ଛାଡ଼ିବ ନାହିଁ। ସେମାନଙ୍କୁ ଅଲଗା ଆଶ୍ରୟସ୍ଥଳରେ ରଖାଯିବ। ଏହାବାଦ ବୁଲା କୁକୁରମାନଙ୍କୁ ତଥାକଥିତ ପଶୁପ୍ରେମୀମାନେ ସର୍ବସାଧାରଣରେ ଖାଇବାକୁ ଦେଇ ପାରିବେ ନାହିଁ। ସେମାନଙ୍କୁ କେବଳ ପୌରପାଳିକା ପକ୍ଷରୁ ଚିହ୍ନଟ ହୋଇଥିବା ସ୍ଥାନରେ ଖାଇବାକୁ ଦିଆଯିବ ବୋଲି ଆଜି ସୁପ୍ରିମକୋର୍ଟ କହିଛନ୍ତି।

ଏହି ରାୟ କେବଳ ଦିଲ୍ଲୀ-ଏନସିଆର ନୁହେଁ, ବରଂ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଲାଗୁ ହେବ। ଏଥିପାଇଁ ସୁପ୍ରିମକୋର୍ଟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବମାନଙ୍କୁ ନୋଟିସ କରିଛନ୍ତି। ସୁପ୍ରିମକୋର୍ଟଙ୍କ କହିବା କଥା ଯେ ମାମଲାର ବିସ୍ତୃତ ଶୁଣାଣି କରିବା ପରେ ବୁଲା କୁକୁର ପ୍ରସଙ୍ଗରେ ଗୋଟିଏ ଜାତୀୟ ନୀତି ମଧ୍ୟ ପ୍ରସ୍ତୁତ କରାଯିବ।

Advertisment

ଜଷ୍ଟିସ ବିକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହତା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଏପରି ରାୟ ଦେଇଛନ୍ତି। ଶୁଣାଣି ବେଳେ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ସର୍ବସାଧାରଣରେ ବୁଲା କୁକୁରଙ୍କୁ କୌଣସି ବି ପରିସ୍ଥିତିରେ ଖାଇବା ପାଇଁ ଅନୁମତି ମିଳି ପାରିବ ନାହିଁ। ଉଲ୍ଲଙ୍ଘନକାରୀଙ୍କ ବିରୋଧରେ ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ବୁଲା କୁକୁରଙ୍କୁ ଖାଇବାକୁ ଦିଆଯିବା ସ୍ଥାନ ସ୍ଥାନୀୟ ଅଧିକାରୀ ଚିହ୍ନଟ କରିବେ। ଏହାପରେ ଯଦି କେହି ରାସ୍ତାରେ କୁକୁରଙ୍କୁ ଖାଇବାକୁ ଦିଅନ୍ତି, ତା’ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଅଗଷ୍ଟ ୮ ରାୟକୁ ବଦଳାଇବାକୁ ଦାବି କରି ଥିବା ସମସ୍ତ ଆବେଦନକାରୀ ଓ ଏନଜିଓଗୁଡ଼ିକୁ ସୁପ୍ରିମକୋର୍ଟ ଯଥାକ୍ରମେ ୨୫ ହଜାର ଲେଖାଏ ଏବଂ ୨ ଲକ୍ଷ ଲେଖାଏ ରେଜିଷ୍ଟ୍ରାରଙ୍କ ନିକଟରେ ଜମା କରିବାକୁ କହିଛନ୍ତି। ପଶୁପ୍ରେମୀମାନେ କୁକୁରକୁ ପୋଷ୍ୟ ଭାବେ ଗ୍ରହଣ କରିବାକୁ ଆବେଦନ କରିପାରିବେ। ରାସ୍ତାକୁ ଯେମିତି କୁକୁରମାନେ ନ ଆସିବେ, ତା’କୁ ସେମାନେ ନିଶ୍ଚିତ କରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

ଶୁଣାଣିର ଶେଷ ଭାଗରେ ବୁଲା କୁକୁରଙ୍କୁ ନେଇ ବିଭିନ୍ନ ହାଇକୋର୍ଟରେ ପଡ଼ି ରହିଥିବା ଆବେଦନଗୁଡ଼ିକ ସର୍ବୋଚ୍ଚ ଅଦାଲତକୁ ସ୍ଥାନାନ୍ତର ହେବ। ଏହାପରେ ସୁପ୍ରିମକୋର୍ଟ ବୁଲା କୁକୁର ପ୍ରସଙ୍ଗରେ ଗୋଟିଏ ଜାତୀୟ ନୀତି ପ୍ରଣୟନ କରିବେ।

Stray Dogs Stray Dog Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe