Advertisment

ଚନ୍ଦ୍ରବାବୁ ନାଇଡୁଙ୍କୁ ମିଳିଲା ଜାମିନ

ତିନୋଟି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି।

Chandrababu Naidu

Chandrababu Naidu

Advertisment

ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟ ତଥା ତେଲୁଗୁ ଦେଶମ ପାର୍ଟିର ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କୁ ତିନୋଟି ମାମଲାରେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ ଜାମିନ ପ୍ରଦାନ କରିଛନ୍ତି।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଇନର୍‌ ରିଙ୍ଗ ରୋଡ୍‌ ମାମଲା, ମଦ ଦୁର୍ନୀତି ଓ ବାଳି ଦୁର୍ନୀତି ମାମଲାରେ ଯାଞ୍ଚ ଚାଲିଛି। ଏହି ମାମଲାରେ ଜାମିନ ପାଇଁ ଟିଡିପି ମୁଖ୍ୟ ହାଇକୋର୍ଟରେ ତିନୋଟି ଭିନ୍ନ ଭନ୍ନ ଆବେଦନ କରିଥିଲେ। ତେବେ ଏହି ଆବେଦନର ଶୁଣାଣି କରି ବୁଧବାର ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମି ପ୍ରଦାନ କରିଛନ୍ତି।

ଜେଲରୁ ମୁକୁଳିବା ପରେ ସାର୍ବଜନୀନ ବୈଠକ କରିବାକୁ ଚନ୍ଦ୍ରବାବୁ ନାଇଡୁଙ୍କୁ ବାରଣ କରାଯାଇଛି। ଏଥିସହ କୌଣସି ବି ମିଡିଆ ପ୍ଲାଟଫର୍ମରେ ଉକ୍ତ ମାମଲା ସହ ଜଡିତ କୌଣସି ବି ଆଲୋଚନା ନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ତିନୋଟି ମାମଲାର ତଦନ୍ତରେ ସହଯୋଗ କରୁବାକୁ ମଧ୍ୟ କୋର୍ଟ ତାଙ୍କୁ କହିଛନ୍ତି।

Advertisment

ଗତବର୍ଷ ସେପ୍ଟେମ୍ବର ୯ ତାରିଖରେ ଚନ୍ଦ୍ରବାବୁ ନାଇଡୁ ଗିରଫ ହୋଇଥିଲେ। କୌଶଳ ବିକାଶ ଯୋଜନାରେ ହୋଇଥିବା ଦୁର୍ନୀତି ମାମଲାରେ ତାଙ୍କୁ କ୍ରାଇମ ଇନ୍‌ଭେଷ୍ଟିଗେସନ୍‌ ଡିପାର୍ଟମେଣ୍ଟ ତଥା ସିଆଇଡି ଗିରଫ କରିଥିଲା। 

Andhra Pradesh High Court Chandrababu Naidu
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe