Advertisment

ଧର୍ମାନ୍ତୀକରଣ: ଫେବୃଆରୀ ୩ରେ ଶୁଣାଣି କରିବେ ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଧର୍ମାନ୍ତୀକରଣ ଆଇନ ବିରୋଧରେ ଆଗତ ସମସ୍ତ ପିଟିସନର ଶୁଣାଣି ଫେବୃଆରୀ ୩ରେ କରାଯିବ।

Supreme Court

Supreme Court

Advertisment

ଏକାଧିକ ରାଜ୍ୟ ଆଣିଥିବା ଧର୍ମାନ୍ତୀକରଣ ବିରୋଧୀ ଆଇନକୁ ଚ୍ୟାଲେଞ୍ଜ କରି ହୋଇଥିବା ପିଟିସନର ଶୁଣାଣିକୁ ଶୁକ୍ରବାର ଯାଏ ଘୁଞ୍ଚାଇ ଦେଇଛନ୍ତି ସୁପ୍ରିମକୋର୍ଟ। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ କହିଛନ୍ତି, ଧର୍ମାନ୍ତୀକରଣ ଆଇନ ବିରୋଧରେ ଆଗତ ସମସ୍ତ ପିଟିସନର ଶୁଣାଣି ଫେବୃଆରୀ ୩ରେ କରାଯିବ।

Advertisment

ଆଜି ଅଳ୍ପ ସମୟ ପାଇଁ ହୋଇଥିବା ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ ସିୟୁ ସିଂହ କହିଥିଲେ ଯେ ଧର୍ମାନ୍ତୀକରଣ ସମ୍ପର୍କରେ ଆଇନ ପ୍ରସ୍ତୁତ କରିଥିବା ରାଜ୍ୟଗୁଡ଼ିକୁ ନୋଟିସ କରାଯାଉ ଓ ଏହା ଉପରେ ଶୁଣାଣି ନ ସରିବା ଯାଏ ରୋକ ଲଗାଯାଉ ବୋଲି ଅନୁରୋଧ କରିଥିଲେ। ଏଥିସହ ରାଜ୍ୟଗୁଡ଼ିକ ପ୍ରସ୍ତୁତ କରିଥିବା ଆଇନ ପୂର୍ବାପେକ୍ଷା ଆହୁରି ବିଷାକ୍ତ। ଆଇନରେ ଏପରି ବ୍ୟବସ୍ଥା ହୋଇଛି ଯେ ଭିନ୍ନ ଧର୍ମର ଲୋକ ବିବାହ କରିବାରେ ଅନେକ ସମସ୍ୟା ଭୋଗୁଛନ୍ତି ବୋଲି ସେ କହିଥିଲେ।

ଏହାର ଜବାବରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ ତେସ୍ତା ସୀତଲଭାଦ ଧର୍ମାନ୍ତୀକରଣ ଆଇନ ବିରୋଧରେ ଆବେଦନ କରିବାର କୌଣସି ଅଧିକାର ପାଇ ନାହାନ୍ତି। କାରଣ ଆବେଦନ ଜରିଆରେ ତାଙ୍କର ରାଜନୀତିକ ଅଭିସନ୍ଧି ରହିଛି ଓ ସେ ନିଜେ ଠକେଇ ମାମଲାର ଅଭିଯୁକ୍ତ।

Advertisment

ଏକଥା ଶୁଣିବା ପରେ ସର୍ବୋଚ୍ଚ ଅଦାଲତ ଆବଶ୍ୟକ ନିର୍ଦ୍ଦେଶ ରିଜେଷ୍ଟ୍ରାଙ୍କୁ ଦେବେ ଓ ଶୁକ୍ରବାର ଆବେଦନର ଶୁଣାଣି ହେବ ବୋଲି କହିଛନ୍ତି।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe