Advertisment

ପାତରଅନ୍ତର ହୋଇଛି କି? ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ AMU ଶିକ୍ଷାର୍ଥୀଙ୍କ ନାରାବାଜୀ

ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଛାତ୍ର ଜଣଙ୍କ ଏନସିସି ୟୁନିଫର୍ମ ପିନ୍ଧି ଧାର୍ମିକ ମନ୍ତ୍ର ପାଠ କରିଥିଲେ। ଏହି ସମୟରେ ହିନ୍ଦୁ ଧର୍ମର ପିଲାମାନେ ମଧ୍ୟ ଧାର୍ମିକ ନାରା ଦେଇଥିଲେ।

ଅଦ୍ୟତନ ହୋଇଛି
AMU

AMU

Advertisment

ଉତ୍ତର ପ୍ରଦେଶରେ ଥିବା ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟ(ଏଏମୟୁ)ରେ ପୁଣି ଶୁଣିବାକୁ ମିଳିଛି ଧାର୍ମିକ ନାରା। ବିଶ୍ୱବିଦ୍ୟାଳୟର ଅନେକ ଶିକ୍ଷାର୍ଥୀ ଶୁକ୍ରବାର ପ୍ରାର୍ଥନା ପରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଆହ୍ଲା ହୁ ଆକବର ଓ ନାରା-ଇ-ତକବୀର ସ୍ଲୋଗାନ ଦେଇଛନ୍ତି। ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ଆଦେଶକୁ ପ୍ରତ୍ୟାହାର କରିବା ପାଇଁ ସେମାନେ ଏପରି ବିକ୍ଷୋଭ କରାଯାଇଛି।

Advertisment

ସାଧାରଣତନ୍ତ୍ର ଦିବସ କାର୍ଯ୍ୟକ୍ରମରେ ଛାତ୍ର ଜଣଙ୍କ ଏନସିସି ୟୁନିଫର୍ମ ପିନ୍ଧି ଧାର୍ମିକ ମନ୍ତ୍ର ପାଠ କରିଥିଲେ। ଏହି ସମୟରେ ହିନ୍ଦୁ ଧର୍ମର ପିଲାମାନେ ମଧ୍ୟ ଧାର୍ମିକ ନାରା ଦେଇଥିଲେ। ହେଲେ କେବଳ ମୁସଲିମ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାରୁ ବିଶ୍ୱବିଦ୍ୟାଳୟର ଶିକ୍ଷାର୍ଥୀମାନେ ଏହାକୁ ବିରୋଧ କରିଛନ୍ତି।

ବିକ୍ଷୋଭକାରୀମାନେ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଏ ସଂକ୍ରାନ୍ତରେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଗୋଟିଏ ସ୍ମାରକପତ୍ର ଦେଇଛନ୍ତି। ଏଥିସହ ବିବିସି ଡକ୍ୟୁମେଣ୍ଟାରୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ପର୍କରେ ଉପସ୍ଥାପନ କରାଯାଇଥିବା ତଥ୍ୟରେ ସତ୍ୟତା ରହିଛି ବୋଲି ସେମାନେ ମତ ରଖିଛନ୍ତି।

Advertisment

ଏଏମୟୁ ପ୍ରୋକ୍ଟର ୱାସିମ ଅଲୀ ଗୋଟିଏ ବିବୃତିରେ କହିଛନ୍ତି, “ବିବିସି ଫିଲ୍ମକୁ ନେଇ କ୍ୟାମ୍ପସରେ ଲାଗିଥିବା ପୋଷ୍ଟରକୁ ବାହାର ଲୋକ ମାରିଛନ୍ତି। ଶିକ୍ଷାର୍ଥୀ କିମ୍ବା କର୍ତ୍ତୃପକ୍ଷଙ୍କର ଏଥରେ କୌଣସି ଭୂମିକା ନାହିଁ।”

ସାଧାରଣତନ୍ତ୍ର ଦିବସରେ ଜଣେ ମୁସଲିମ ଛାତ୍ର ଧାର୍ମିକ ନାରା ଦେଇଥିଲେ। ଏଥିପାଇଁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ତାଙ୍କୁ ନିଲମ୍ବିତ କରିଥିଲେ। ସେହିପରି ପୁଲିସ୍‌ ମଧ୍ୟ ତାଙ୍କ ନାଁରେ ଏଫଆଇଆର କରିଛି। ଉକ୍ତ ଏନସିସି କ୍ୟାଡେଟ୍‌ ଧାର୍ମିକ ସ୍ଲୋଗାନ ଦେଉଥିବା ବେଳେର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ହିନ୍ଦୁ ଶିକ୍ଷାର୍ଥୀମାନେ ମଧ୍ୟ ଧାର୍ମିକ ସ୍ଲୋଗାନ ଦେଉଥିବା ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ତେଣୁ ଶୁକ୍ରବାର ଏଏମୟଚର ଶିକ୍ଷାର୍ଥୀମାନେ ଜାମା ମସଜିଦରୁ ବାବା ସୟିଦ ଗେଟ୍‌ ଯାଏ ଶୋଭାଯାତ୍ରା କରି ନିଜର ଦାବି ଉପସ୍ଥାନ କରିଛନ୍ତି। ଗୋଟିଏ ସଂପ୍ରଦାୟ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ଅନ୍ୟ ସଂପ୍ରଦାୟ ବିରୋଧରେ ଚୁପ ରହିବା କର୍ତ୍ତୃପକ୍ଷଙ୍କ ପକ୍ଷପାତିତାକୁ ଦର୍ଶାଉଛି ବୋଲି ବିକ୍ଷୋଭକାରୀମାନେ କହିଛନ୍ତି।

Student Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe