Advertisment

କେଜ୍ରିଓ୍ୱାଲଙ୍କୁ ଝଟ୍‌କା, ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ମାମଲା କେଜ୍ରିଓ୍ୱାଲଙ୍କୁ ସମନ ଜାରି ହୋଇଥିଲା। ଏହା ଉପରେ ରୋକ ଲଗାଇବାକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

SC on Kejriwal

SC on Kejriwal

Advertisment

ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କ୍ରଜିଓ୍ୱାଲଙ୍କୁ ଲାଗିଲା ସୁପ୍ରିମ ଝଟ୍‌କା। ଆବେଦନ ଖାରଜ କଲେ ସର୍ବୋଚ୍ଚ ଅଦାଲତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ମାମଲା କେଜ୍ରିଓ୍ୱାଲଙ୍କୁ ସମନ ଜାରି ହୋଇଥିଲା। ଏହା ଉପରେ ରୋକ ଲଗାଇବାକୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ କରିଥିବା ଆବେଦନକୁ କୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ପ୍ରକୃତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିଗ୍ରୀକୁ ନେଇ କରାଯାଇଥିବା ଟିପ୍ପଣୀ ମାମଲାରେ ଗୁଜରାଟ ବିଶ୍ୱବିଦ୍ୟାଳୟ ତରଫରୁ ମାନହାନୀ ମାମଲା ରୁଜୁ ହୋଇଥିଲା। ଏହାକୁ ନେଇ କେଜ୍ରିଓ୍ୱାଲଙ୍କ ବିରୋଧରେ ତଳ କୋର୍ଟ ସମନ ଜାରି କରିଥିଲେ। ଏହି ସମନକୁ ରଦ୍ଦ କରିବା ପାଇଁ ପ୍ରଥମେ କେଜ୍ରିଓ୍ୱାଲ ହାଇକୋର୍ଟ ଓ ପରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ।

ତେବେ ଆଜି ଏହି ମାମଲାର ଶୁଣାଣି କରି ଜଷ୍ଟିସ୍‌ ଋଷିକେଶ ରୟ ଓ ଜଷ୍ଟିସ ଏସ୍‌ଭିଏନ୍‌ ଭଟ୍ଟିଙ୍କ ଖଣ୍ଡପୀଠ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ଏଭଳି ସ୍ଥିତିରେ ଏବେ ତାଙ୍କ ବିରୋଧରେ ଗୁଜରାଟରେ ମାନହାନୀ ମାମଲାର ତଦନ୍ତ ଜାରି ରହିବ। ଏହାପୂର୍ବରୁ ଗୁଜରାଟ ହାଇକୋର୍ଟ ମଧ୍ୟ କେଜ୍ରିଓ୍ୱାଲଙ୍କ ଆବେଦନକୁ ଖାରଜ କରିଦେଇଥିଲେ।

Advertisment

ପୂର୍ବରୁ ଏପ୍ରିଲ ୨୦୨୪ରେ ସୁପ୍ରିମକୋର୍ଟ ଏହି ମାମଲାରେ ଆପ୍‌ ନେତା ସଞ୍ଜୟ ସିଂହଙ୍କ ଆବେଦନକୁ ମଧ୍ୟ ଖରାଜ କରିଦେଇଥିଲେ। ତାଙ୍କୁ ମଧ୍ୟ ସମନ ଜାରି ହୋଇଥିଲା। କହିରଖୁ ଗୁଜରାଟ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ପିୟୁଷ ପଟୋଲ ଅରିବିନ୍ଦ କେଜ୍ରିଓ୍ୱାଲ ଓ ଆମ୍‌ ଆଦମି ପାର୍ଟି ନେତା ସଞ୍ଜୟ ସିଂହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଡିଗ୍ରୀକୁ ନେଇ ଦେଇଥିବା ମନ୍ତବ୍ୟ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ।

Arvind Kejriwal Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe