Advertisment

Stray Dogs: ହସ୍ପିଟାଲ, ବସଷ୍ଟାଣ୍ଡ ଓ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ସରକାରୀ, ଘରୋଇ ଶିକ୍ଷାନୁଷ୍ଠାନ ଓ କ୍ରୀଡ଼ା ଅନୁଷ୍ଠାନ ଚିହ୍ନଟ କରିବେ। ସମସ୍ତ ସ୍କୁଲ, କଲେଜ, ହସ୍ପିଟାଲ, କ୍ରୀଡ଼ା କେନ୍ଦ୍ର, ସରକାରୀ ଅନୁଷ୍ଠାନ ଗୁଡ଼ିକ କେମିତି ବୁଲା କୁକୁର ମୁକ୍ତ ହେବ, ତା’ର ବ୍ୟବସ୍ଥା ଜିଲ୍ଲା ମାଜିଷ୍ଟ୍ରେଟମାନେ କରିବେ।

stray-Dog

Stray Dog

Advertisment

ବୁଲା କୁକୁର ପ୍ରସଙ୍ଗରେ ଶୁକ୍ରବାର ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସଷ୍ଟାଣ୍ଡ, ରେଳ ଷ୍ଟେସନ ଓ କ୍ରୀଡ଼ା କେନ୍ଦ୍ର ନିକଟରୁ ବୁଲା କୁକୁରଙ୍କୁ ସଂପୂର୍ଣ୍ଣ ଭାବେ ହଟାଇବାକୁ ସର୍ବୋଚ୍ଚ ଅଦାଲତ କହିଛନ୍ତି। ପଶୁ ଜନ୍ମ ନିୟନ୍ତ୍ରଣ ନିୟମ ଅନୁସାରେ ସେମାନଙ୍କ ଟିକାକରଣ ଓ ବନ୍ଧ୍ୟାକରଣ କରି ଆଶ୍ରୟ ସ୍ଥଳରେ ରଖିବାକୁ ସୁପ୍ରିମକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଜଷ୍ଟିସ ବକ୍ରମ ନାଥ, ଜଷ୍ଟିସ ସନ୍ଦୀପ ମେହଟା ଓ ଜଷ୍ଟିସ ଏନଭି ଅଞ୍ଜାରିଆଙ୍କ ଖଣ୍ଡପୀଠ ଶୁଣାଣି ବେଳେ ସ୍ପଷ୍ଟ ଭାବେ କହିଛନ୍ତି ଯେ କୁକୁରମାନଙ୍କୁ ଯେଉଁ ସବୁ ସ୍ଥାନରୁ ଧରାଯାଇଥିବ, ସେହି ସ୍ଥାନରେ ପୁଣି ଛଡ଼ା ଯାଇପାରିବ ନାହିଁ। ପୁଣି ଧରା ଯାଇଥିବା ସ୍ଥାନରେ ଛାଡ଼ିବା ପାଇଁ ଅନୁମତି ଦିଆଗଲେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାକୁ ବୁଲା କୁକୁର ମୁକ୍ତ କରିବା ଉଦ୍ଦେଶ୍ୟ ବିଫଳ ହୋଇଯିବ ବୋଲି ଖଣ୍ଡପୀଠ କହିଛନ୍ତି।

ବୁଲା କୁକୁର(Stray Dogs)ଙ୍କ ଉତ୍ପାତ୍ତ ବଢ଼ି ଚାଲିଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ସୁପ୍ରିମକୋର୍ଟ ଜୁଲାଇ ୨୮ରେ ଏହାର ବିଚାର ନିଜ ଆଡ଼ୁ କରିଥିଲେ। ଏବେ ସେହି ମାମଲା ଅଧୀନରେ ସର୍ବୋଚ୍ଚ ଅଦାଲତ ଏପରି ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଆଜି ସର୍ବୋଚ୍ଚ ଅଦାଲତ(Supreme Court) ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ସରକାରୀ, ଘରୋଇ ଶିକ୍ଷାନୁଷ୍ଠାନ ଓ କ୍ରୀଡ଼ା ଅନୁଷ୍ଠାନ ଚିହ୍ନଟ କରିବାକୁ କହିଛନ୍ତି। ସମସ୍ତ ସ୍କୁଲ, କଲେଜ, ହସ୍ପିଟାଲ, କ୍ରୀଡ଼ା କେନ୍ଦ୍ର, ସରକାରୀ ଅନୁଷ୍ଠାନ ଗୁଡ଼ିକ କେମିତି ବୁଲା କୁକୁର ମୁକ୍ତ ହେବ, ତା’ର ବ୍ୟବସ୍ଥା ଜିଲ୍ଲା ମାଜିଷ୍ଟ୍ରେଟମାନେ କରିବେ। ଏହି ସବୁ ସ୍ଥାନରେ ଯେମିତି ବୁଲା କୁକୁର ମୁକ୍ତ ରହିବ, ତା’କୁ ନିଶ୍ଚିତ କରିବାକୁ ନିୟମିତ ଯାଞ୍ଚ ମଧ୍ୟ କରାଯିବ।

ବସ ଷ୍ଟାଣ୍ଡ ସମେତ ଉପରୋକ୍ତ କୌଣସି ସ୍ଥାନରୁ ଯଦି ବୁଲା କୁକୁର ଦେଖାଯାଉଛନ୍ତି, ତା’ହେଲେ ସେମାନଙ୍କୁ ତୁରନ୍ତ କାବୁ କରି ଆଶ୍ରୟ ସ୍ଥଳରେ ଛଡ଼ାଯିବ। ସେମାନେ ନିଜ ନିଜର ପୁରୁଣା ସ୍ଥାନକୁ ଯେମିତି ନ ଫେରିବେ, ତା’କୁ ନିଶ୍ଚିତ କରିବାକୁ କୋର୍ଟ କହିଛନ୍ତି। 

କେବଳ ବୁଲା କୁକୁର ନୁହନ୍ତି, ଜାତୀୟ ରାଜପଥରୁ ଗାଈଗୋରୁଙ୍କୁ ମଧ୍ୟ ହଟାଇବାକୁ ସୁପ୍ରିମକୋର୍ଟ କହିଛନ୍ତି। ଜାନୁଆରୀ ୧୩ରେ ଏବେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

Supreme Court Stray Dogs
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe