Advertisment

କେଜ୍ରିୱାଲଙ୍କ ବଙ୍ଗଳାର ନବୀକରଣ: ଅନିୟମିତତାର ଅଡିଟ କରିବେ ସିଏଜି

ରୋଷେଇ ଘରେ ୧.୧ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ କେବଳ ପରଦାରେ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

Arvind Kejriwal

Arvind Kejriwal

Advertisment

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। କେଜ୍ରିୱାଲ ତାଙ୍କ ବଙ୍ଗଳାର ନବୀକରଣ ପାଇଁ ଖର୍ଚ୍ଚ କରିଥିବା ଅର୍ଥରେ ବ୍ୟାପକ ଚଞ୍ଚକତ କରିଥିବା ଅଭିଯୋଗ ହୋଇଥିଲା। ଏବେ ଦେଶର ଟପ୍‌ ଅଡିଟର ଏହି ଅନିୟମିତତା ଅଭିଯୋଗର ଅଡିଟ୍‌ କରିବେ।

Advertisment

ସୂତ୍ର ଅନୁସାରେ, ସିଏଜି ବର୍ତ୍ତମାନ ଠାରୁ ହିଁ କେଜ୍ରିୱାଲଙ୍କ ବାସଭବନର ନବୀକରଣ ପାଇଁ ହୋଇଥିବା ତଥାକଥିତ ପ୍ରଶାସନିକ ଓ ଆର୍ଥିକ ଅନିୟମିତତାର ସ୍ୱତନ୍ତ୍ର ଅଡିଟ ଆରମ୍ଭ କରିଛନ୍ତି। ବାସ୍ତବରେ ବେଆଇନ ଭାବେ ବ୍ୟାପକ ଟଙ୍କା ଖର୍ଚ୍ଚ କରି କେଜ୍ରିୱାଲଙ୍କ ବାସଭବନର ରିନୋଭେସନ କରାଯାଇଛି କି ନାହିଁ, ତା’ର ସତ ସିଏଜିଙ୍କ ଅଡିଟ ରିପୋର୍ଟ ପରେ ହିଁ ସାମ୍ନାକୁ ଆସିବ।

ପ୍ରଥମେ ପୂରା ଘଟଣାର ଅଡିଟ ପାଇଁ ଦିଲ୍ଲୀ ଉପ ରାଜ୍ୟପାଳ ଭିକେ ସକ୍ସେନା ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ଚିଠି ଲେଖିଥିଲେ। ଏହି ଚିଠିକୁ ଆଧାର କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଅଡିଟ ପାଇଁ ନିର୍ଦ୍ଦେଶ ଦେଇଛି। ଉପ ରାଜ୍ୟପାଳ ଚିଠିରେ ବାସଭବନର ନବୀକରଣ ପାଇଁ ବ୍ୟାପକ ଆର୍ଥିକ ଅନିୟମିତତା ହୋଇଥିବା କୁହାଯାଉଛି।

Advertisment

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣରେ ପ୍ରାୟ ୪୫ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ଅଭିଯୋଗ ହୋଇଛି। ବିଭିନ୍ନ ଜାତୀୟ ଗଣମାଧ୍ୟମ ଓ ବିଜେପି ପକ୍ଷରୁ ଏନେଇ ତଥ୍ୟ ପ୍ରଦାନ କରାଯାଇଛି।

ଏଥିରେ ଦାବି କରାଯାଇଛି ଯେ ୨୦୨୦ ସେପ୍ଟେମ୍ବରରୁ ୨୦୨୨ ଜୁନ ମଧ୍ୟରେ କେଜ୍ରିୱାଲଙ୍କ ସରକାରୀ ବାସଭବନର ନବୀକରଣ ନିମନ୍ତେ ୪୪.୭୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ସରକାରୀ ଭବନର ଭିତରର ସାଜସଜା ପାଇଁ ୧୧.୩୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାର୍ବଲ ଓ ଚଟାଣ କାର୍ଯ୍ୟ ବାବଦକୁ ୬.୦୨ କୋଟି ଖର୍ଚ୍ଚ କରାଯାଇଥିବା ବେଳେ ବୈଦ୍ୟୁତିକ ଉପକରଣ ପାଇଁ ୨.୫୮ କୋଟି ଓ ଅଗ୍ନି ନିରାପତ୍ତା ବ୍ୟବସ୍ଥା ବାବଦକୁ ୨.୫୮ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି।

ରୋଷେଇ ଘରେ ୧.୧ କୋଟି ଟଙ୍କା ବ୍ୟୟ କରାଯାଇଥିବା ବେଳେ କେବଳ ପରଦାରେ ୧ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ସେହିଭଳି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପରିସରରେ ଥିବା କ୍ୟାମ୍ପ ଅଫିସ ପାଇଁ ୯.୯୯ କୋଟି ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ପରେ ଆହୁରି ୮ କୋଟିରୁ ଅଧିକ ଟଙ୍କା ଏଥିରେ ଖର୍ଚ୍ଚ କରାଯାଇଛି ବୋଲି ଅଭିଯୋଗ ହୋଇଛି।

ଏହାକୁ ନେଇ ଦିଲ୍ଲୀ ରାଜନୀତିରେ ମଧ୍ୟ ହଇଚଇ ସୃଷ୍ଟି ହୋଇଥିଲା। ବିଜେପି କେଜ୍ରିୱାଲଙ୍କ ଇସ୍ତଫା ଦାବି କରି ତାଙ୍କ ବାସଭବନ ମଧ୍ୟ ଘେରାଉ କରିଥିଲା।

Bjp Arvind Kejriwal CAG
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe