Advertisment

ଏନସିବି ରିପୋର୍ଟ: ସମୀର ୱାଙ୍ଖେଡେଙ୍କ ବିରୋଧରେ ସାଂଘାତିକ ତଥ୍ୟ, ଆର୍ଯ୍ୟନଙ୍କ ମାମଲାରେ ବଡ଼ ଖୁଲାସା

ସମୀର ତାଙ୍କ ପରିବାର ଲୋକଙ୍କ ସହ ଅନେକ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିସହ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଏନସିବି ରିପୋର୍ଟ ଦେଇଛି।

sammer

sammer

Advertisment

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ଗିରଫ କରିଥିବା ଏନସିବିର ପୂର୍ବତନ ମୁମ୍ବାଇ ଜୋନ ମୁଖ୍ୟ ସମୀର ୱାଙ୍ଖେଡେଙ୍କ ଅଡ଼ୁଆ ବଢ଼ିଛି। ତାଙ୍କ ବିଷୟରେ ସାଂଘାତିକ ତଥ୍ୟ ଏନସିବି ତା’ର ରିପୋର୍ଟରେ ଉଲ୍ଲେଖ କରିଛି। ସିବିଆଇ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଥିବା ବେଳେ ଏବେ ସାମ୍ନାକୁ ଆସିଥିବା ଏନସିବି ରିପୋର୍ଟ ସମୀରଙ୍କ ଅଡ଼ୁଆ ବଢ଼ାଇଛି।

Advertisment

ସମୀର ତାଙ୍କ ପରିବାର ଲୋକଙ୍କ ସହ ଅନେକ ଥର ବିଦେଶ ଯାତ୍ରା କରିଛନ୍ତି। ଏଥିସହ ଆୟ ଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଏନସିବି ରିପୋର୍ଟ ଦେଇଛି। ଏହାପୂର୍ବରୁ ସିବିଆଇ ତାଙ୍କ ବିରୋଧରେ ରୁଜୁ କରିଥିବା ଏଫଆଇଆରରେ ସେ ଓ ତାଙ୍କ ସହଯୋଗୀମାନେ କେମିତି ଆର୍ଯ୍ୟନଙ୍କ ପରିବାର ଲୋକଙ୍କ ଠାରୁ ୨୫ କୋଟି ଟଙ୍କା ହଡ଼ପ କରିବାକୁ ଚାହୁଁଥିଲେ, ତା’ର ତଥ୍ୟ ରହିଥିଲା।

ସିବିଆଇ ମାମଲା କରିବା ପୂର୍ବରୁ ଏନସିବିର ଭିଜିଲାନ୍ସ ବିଭାଗ ତାଙ୍କ ବିରୋଧରେ ତଦନ୍ତ କରିଥିଲା। ଏହି ସମୟରେ ଜଣାପଡ଼ିଛି ଯେ ଡ୍ରଗ୍ସ ମାମଲାରେ ଆର୍ଯ୍ୟନ ଓ ତାଙ୍କ ବନ୍ଧୁ ଅରବାଜ ମରଚାଣ୍ଟଙ୍କ ନାଁ ଶେଷ ମୁହୂର୍ତ୍ତରେ ଅଭିଯୁକ୍ତ ତାଲିକାରେ ସାମିଲ କରାଯାଇଥିଲା।

Advertisment

କିଛି ସନ୍ଦିଗ୍ଧଙ୍କ ନାଁକୁ ହଟାଇ ଏହି ଦୁଇ ଯୁବକଙ୍କ ନାଁ ଉଲ୍ଲେଖ କରାଯାଇଥିଲା। କ୍ରୁଜରେ ରେଡ୍‌ ବେଳେ ଜଣେ ସନ୍ଦିଗ୍ଧ ଯୁବତୀଙ୍କ ଠାରୁ ରୋଲିଂ ପେପର ମିଳିଥିଲା। ତଥାପି ସମୀର ଓ ତାଙ୍କ ଟିମ ଉକ୍ତ ଯୁବତୀଙ୍କୁ ସେଠାରୁ ଖସି ଯିବା ପାଇଁ ଅନୁମତି ଦେଇଥିଲେ।

ଆର୍ଯ୍ୟନ ଖାନ ଏନସିବି ହେପାଜତରେ ଥିବା ବେଳେ ଅନେକ ନିୟମର ଉଲ୍ଲଙ୍ଘନ ହୋଇଥିଲା। ଜାଣିଶୁଣି ସମୀର ୱାଙ୍ଖେଡେ ସବୁ କିଛିରେ ବୁଝାମଣା କରି କିରଣ ଗୋସାଭିଙ୍କୁ ଆର୍ଯ୍ୟନଙ୍କ ପାଖକୁ ଯିବାକୁ ଅନୁମତି ଦେଇଥିଲେ। ତଦନ୍ତକାରୀ ଟିମ ଦ୍ୱାରା ଏନସିବି ଅଫିସରୁ ସଂଗୃହୀତ ହୋଇଥିବା ସିସିଟିଭି ଫୁଟେଜ ଖରାପ ହୋଇଯାଇଥିଲା। ଆର୍ଯ୍ୟନ ଖାନଙ୍କୁ ଯେଉଁଦିନ ରାତିରେ ଏନସିବି ଅଫିସକୁ ଅଣାଯାଇଥିଲା, ସେସମୟରେ ଡିଭିଆର ଓ ହାର୍ଡକପି, ଏନସିବିର ମୁମ୍ବାଇ ଟିମ ଦ୍ୱାରା ପ୍ରସ୍ତୁତ କପି ଠାରୁ ଅଲଗା ଥିଲା।

ରିପୋର୍ଟରେ ଆହୁରି କୁହାଯାଇଛି ଯେ ୨୦୧୭ ଠାରୁ ୨୦୨୧ ମଧ୍ୟରେ ସମୀର ୱାଙ୍ଖେଡେ ପରିବାର ଲୋକଙ୍କ ସହ ୬ଥର ବିଦେଶ ଗସ୍ତରେ ଯାଇଥିଲେ। ବ୍ରିଟେନ, ଆୟର୍ଲ୍ୟାଣ୍ଡ, ପର୍ତ୍ତୁଗାଲ, ଦକ୍ଷିଣ ଆଫ୍ରିକା ଓ ମାଳଦ୍ୱୀପରେ ସେମାନେ ୫୫ ଦିନ ରହିଥିଲେ। ଏହି ସମୟରେ ସେ ମାତ୍ର ୮.୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା କହିଛନ୍ତି। କିନ୍ତୁ ଏତିକି ଟଙ୍କା କେବଳ ବିମାନ ଖର୍ଚ୍ଚ ହିଁ ଭରଣା କରାଯାଇ ପାରିବ। ତେଣୁ ସେ ଭୁଲ ତଥ୍ୟ ଦେଇଛନ୍ତି।

ସମୀର ୱାଙ୍ଖେଡେ ତାଙ୍କ ଆୟ ତୁଳନାରେ ଅଧିକ ପରିମାଣର ସମ୍ପତ୍ତି ସହ ଦାମୀ ଘଣ୍ଟା ସବୁ କିଣିଥିଲେ। ଏହା ମଧ୍ୟରେ ଗୋଟିଏ ରୋଲେକ୍ସ ଘଣ୍ଟା ରହିଛି। ଏହାର ଏମଆରପି ୨୨ ଲକ୍ଷ ଟଙ୍କା ହୋଇଥିବା ବେଳେ ସମୀର ୧୭ ଲକ୍ଷ ଟଙ୍କା ଦେଇ କିଣିଥିଲେ। ମୁମ୍ବାଇରେ ତାଙ୍କର ୪ଟି ଫ୍ଲାଟ ଥିବା ବେଳେ ୱାଶିମରେ ୪୧,୬୮୮ ଏକର ଜମି ରହିଛି।

ତଦନ୍ତ ଏଜେନ୍ସି ସହ କଥାବାର୍ତ୍ତା ହେବା ବେଳେ ସମୀର ଦାବି କରିଥିଲେ ଯେ ଗୋରେଗାଓଁରେ ଥିବା ୫ମ ଫ୍ଲାଟରେ ସେ ୮୨.୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଏହାର ମୂଲ୍ୟ ୨.୪୫ କୋଟି ଟଙ୍କା ହେବ। ବାହାଘର ପୂର୍ବରୁ ସମୀର ଓ ତାଙ୍କ ପତ୍ନୀ ୧.୨୫ କୋଟି ଟଙ୍କା ଦେଇ ଗୋଟିଏ ଫ୍ଲାଟ କିଣିଥିଲେ। ହେଲେ ଏହି ଟଙ୍କାର ସୂତ୍ର ଏବେ ବି ରହସ୍ୟ ହୋଇ ରହିଛି।

ସମୀର ୱାଙ୍ଖେଡେ ଓ ତାଙ୍କ ପତ୍ନୀ ଦାଖଲ କରିଥିବା ଆୟକର ରିଟର୍ଣ୍ଣରେ ଦର୍ଶାଇଛନ୍ତି ଯେ ସେମାନଙ୍କ ବାର୍ଷିକ ଆୟ ୪୫,୬୧,୪୬୦ ଟଙ୍କା। କିନ୍ତୁ ସେମାନେ ନିଜର ବିଦେଶ ଗସ୍ତ ଓ ଅନ୍ୟ ସମ୍ପତ୍ତି ପାଇଁ କେଉଁଠୁ ଟଙ୍କା ଆଣିଲେ, ସେ ବିଷୟରେ କୌଣସି ତଥ୍ୟ ଦେଇ ନଥିବା ରିପୋର୍ଟରେ କୁହାଯାଇଛି।

NCB Shah Rukh Khan Aryan Khan Drug Case NCB Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe