Advertisment

ଚିତାଙ୍କ ମୃତ୍ୟୁର ଫାନ୍ଦ ସାଜୁଛି ରେଡିଓ କୋଲାର !

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ ଚିତା ଓ ୩ ବାଘ ଶବକଙ୍କ ମୃତ୍ୟୁ ହେବାକୁ ନେଇ ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରୁଛନ୍ତି।

ଅଦ୍ୟତନ ହୋଇଛି
Tiger

Tiger

Advertisment

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ ଚିତା ଓ ୩ ବାଘ ଶବକଙ୍କ ମୃତ୍ୟୁ ହେବାକୁ ନେଇ ପରିବେଶବିତ୍ ଉଦ୍‌ବେଗ ପ୍ରକାଶ କରୁଛନ୍ତି। କାରଣ ଚଳିତ ସପ୍ତାହରେ ୨ ଅଣ୍ଡିରା ଚିତା ତେଜସ ଓ ସୁରଜର ମୃତ୍ୟୁ ହୋଇଥିଲା। ଚିତାଙ୍କ ଗଳାରେ ବନ୍ଧା ଯାଉଥିବା ରେଡିଓ କୋଲାର ଯୋଗୁ ସେମାନେ ମୃତ୍ୟୁ ମୁଖରେ ପଡ଼ୁଥିବା ଅଭିଯୋଗ ହୋଇଛି। ରେଡିଓ କୋଲାର ବନ୍ଧା ଯିବାରୁ ଚିତାଙ୍କୁ ସେପ୍ଟିସିମିୟା ହେଉଥିବା ଅଭିଯୋଗ କରାଯାଇଛି।  ଦକ୍ଷିଣ ଆଫ୍ରିକାର ଜଣେ ପ୍ରାଣୀ(ଚିତା) ବିଶେଷଜ୍ଞ ଏହି ମତ ପ୍ରକାଶ କରିଛନ୍ତି। ତେବେ ସରକାର ଏହାକୁ ଅସ୍ୱୀକାର କରିଛନ୍ତି। ଏହି ଦାବି ଉପରେ କୌଣସି ପ୍ରକାର ବୈଜ୍ଞାନିକ ପ୍ରମାଣ ନଥିବା କୁହାଯାଇଛି।

Advertisment

ଅଭିଯୋଗ ମୁତାବକ ସେପ୍ଟିସିମିୟା ଏକ ଗମ୍ଭୀର ବ୍ଲକ ଇନ୍‌ଫେକସନ ଏବଂ ଏଥିପାଇଁ ରକ୍ତ ବିଷାକ୍ତ ହେବାରେ ଲାଗିଥାଏ। ପ୍ରାଣୀମାନଙ୍କ ଶରୀର ଦୀର୍ଘ ସମୟ ଯାଏଁ ଓଦା ରହିବାରୁ ଏହି ସଂକ୍ରମଣ ହୋଇଥାଏ ବୋଲି ଦକ୍ଷିଣ ଆଫ୍ରିକାର ପ୍ରାଣୀ ବିଶେଷଜ୍ଞ ଦାବି କରିଥିଲେ। ଚିତାଙ୍କ ଗଳାରେ ରେଡିଓ କୋଲାର ବନ୍ଧା ଯିବାରୁ ତେଜସ ଓ ସୁରଜ କୌଣସି ମତେ ସେପ୍ଟିସିମିୟାରେ ଆକ୍ରାନ୍ତ ହେବାରୁ ସେମାନଙ୍କ ମୃତ୍ୟୁ ହୋଇଥିଲା।

ତେବେ ସରକାରଙ୍କ କହିବା କଥା, ପ୍ରୋଜେକ୍ଟ ଚିତା ଅନ୍ତର୍ଗତ ନାମିବ୍ୟା ଓ ଦକ୍ଷିଣ ଅଫ୍ରିକାରୁ ମୋଟ ରେଡିଓ କଲର ଥିବା ୨୦ଟି ଚିତା ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କକୁ ଅଣାଯାଇଥିଲା। କ୍ୱାରେଣ୍ଟାଇନ ଅବଧି ପରେ ସେମାନଙ୍କୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା। ଏବେ ୧୧ ଚିତା ମୁକ୍ତ ହୋଇ ବୁଲୁଛନ୍ତି। ବିଦେଶରୁ ଆସି ଶାବକ ଜନ୍ମ ଦେଇଥିବା ୫ ଚିତା କ୍ୱାରାଣ୍ଟାଇନ୍‌ରେ ଅଛନ୍ତି। ସେମାନଙ୍କର ୨୪ ଘଣ୍ଟା ଯତ୍ନ ନିଆଯାଉଛି। ଅଫ୍ରିକାରୁ ସ୍ଥାନାନ୍ତରଣ ପରେ ବିଭିନ୍ନ କାରଣରୁ ୫୦ ପ୍ରତିଶତ ଚିତାଙ୍କ ମୃତ୍ୟୁ ହୋଇଥାଏ ବୋଲି ସର୍ଭେ କହୁଛି। ଲଢ଼େଇରେ, ଅସୁସ୍ଥତା, ଶିକାର, ଆଘାତ ଲାଗିବା ପ୍ରଭୃତି ବିଭିନ୍ନ କାରଣରୁ ଚିତାଙ୍କ ମୃତ୍ୟୁ ହୋଇଥାଏ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe