Advertisment

ଗଣତନ୍ତ୍ର ଦିବସରେ ୧୧୩୨ ଜଣ ବୀରଙ୍କୁ ମିଳିବ ସମ୍ମାନ, ଜମ୍ମୁ କଶ୍ମୀରରୁ ପାଇବେ ସର୍ବାଧିକ

ଆଜି ଗୃହ ମନ୍ତ୍ରଣାଳୟ ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପାଇଁ ପୁରସ୍କାର ଘୋଷଣା କରିଛନ୍ତି।

author-image
Debibandita Barick
ଅଦ୍ୟତନ ହୋଇଛି
Security Force

Security Force

ବିଭିନ୍ନ କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପ୍ରଦର୍ଶନ ପାଇଁ ୧୧୩୨ ଜଣଙ୍କୁ ମିଳିବ ସମ୍ମାନ। ଆଜି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ତାଲିକା ପ୍ରକାଶ କରିଛି।ଆସନ୍ତାକାଲି ୭୫ତମ ଗଣତନ୍ତ୍ର ଦିବସରେ ଏହି ସମ୍ମାନ ପ୍ରଦାନ କରାଯିବ। 

Advertisment

ପୁଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଆଦି କ୍ଷେତ୍ରରେ ଉତ୍କୃଷ୍ଠତା ଏବଂ ସାହସିକତା ପ୍ରଦର୍ଶନ କରିଥିବା ବ୍ୟକ୍ତିଙ୍କୁ ଏହି ସମ୍ମାନ ଦିଆଯିବ। ଗୃହ ମନ୍ତ୍ରଣାଳୟ ପ୍ରକାଶ କରିଥିବା ସରକାରୀ ବିବୃତ୍ତି ଅନୁଯାୟୀ, ଚଳିତ ବର୍ଷ ଦୁଇଜଣ ସୁରକ୍ଷା କର୍ମୀଙ୍କୁ ରାଷ୍ଟ୍ରପତି ସାହସିକତା ସମ୍ମାନ ପ୍ରଦାନ କରାଯିବ। ଅନ୍ୟପକ୍ଷରେ, ୨୭୫ ଜଣ କର୍ମଚାରୀ ସାହସିକତା ସମ୍ମାନ ପାଇବେ। 

ସେମାନଙ୍କ ମଧ୍ୟରୁ ୧୩୩ ଜଣ ପୁଲିସ କର୍ମୀଙ୍କୁ ଜମ୍ମୁ କଶ୍ମୀରରେ ସେବା ପାଇଁ ସାହସିକତା ସମ୍ମାନ ମିଳିବ। ଏଥିସହ ଉଗ୍ରବାଦ ବା ମାଓବାଦୀ ପ୍ରଭାବିତ ଅଞ୍ଚଳରେ କାର୍ଯ୍ୟ ପାଇଁ ୧୧୯ ଜଣ ପୁଲିସ କର୍ମଚାରୀ ଏବଂ ଅନ୍ୟ ୨୫ ଜଣଙ୍କୁ ଅନ୍ୟାନ୍ୟ କ୍ଷେତ୍ରରେ କାର୍ଯ୍ୟ ପାଇଁ ସମ୍ମାନିତ କରାଯିବ।

Advertisment

କେଉଁ ରାଜ୍ୟରୁ କେତେ ଜଣ ଗ୍ରହଣ କରିବେ ସାହସିକ ପୁରସ୍କାର?
୨୭୫ ସାହସିକତା ପୁରସ୍କାର ମଧ୍ୟରୁ ଜମ୍ମୁ କାଶ୍ମୀର ପୁଲିସ ବିଭାଗରେ କାର୍ଯ୍ୟ କରୁଥିବା ସର୍ବାଧିକ ୭୨ ଜଣ ପୁଲିସ କର୍ମ ପୁରସ୍କାର ପାଇବେ। ଏହାପରେ ଛତିଶଗଡ ଦ୍ୱିତୀୟ ରହିଛି। ଶତିଶଗଡରୁ ୨୬ ଜଣ ପୁଲିସ କର୍ମୀ ସମ୍ମାନିତ ହେବେ। ସେହିପରି ଝାଡଖଣ୍ଡର ୨୩ ଜଣ, ମହାରାଷ୍ଟ୍ରର ୧୮ ଜଣ, ଓଡିଶାର ୧୫ ଜଣ, ଦିଲ୍ଲୀର ୮ ଜଣ, CRPFରୁ ୬୫ ଜଣ ଏବଂ ଏସସିବି-ସିଏପିଏଫ ଏବଂ ଅନ୍ୟାନ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସେବା ବିଭାଗର ୨୧ ଜଣ କର୍ମଚାରୀଙ୍କୁ ସାହସିକତା ପୁରସ୍କାର ପ୍ରଦାନ କରାଯିବ।

ସାହସିକତା ପୁରସ୍କାର ବ୍ୟତୀତ ବିଶିଷ୍ଟ ସେବା ପାଇଁ ୧୦୨ ଜଣଙ୍କୁ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବ। ସେଥିମଧ୍ୟରୁ ପୁଲିସ ସେବାକୁ ୯୪, ଫାୟାର ସର୍ଭିସକୁ ଚାରିଟି, ସିଭିଲ ଡିଫେନ୍ସ ଏବଂ ହୋମ ଗାର୍ଡକୁ ପଦକ ଚାରିଟି ଲେଖାଏଁ ପଦକ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ରାଷ୍ଟ୍ରପତିଙ୍କ ସ୍ୱତନ୍ତ୍ର ସେବା ପୁରସ୍କାର ବ୍ୟତୀତ, ସମ୍ମାନଜନକ ସେବା ପାଇଁ ୭୫୩ ପୁରସ୍କାର ମଧ୍ୟ ଘୋଷଣା କରାଯାଇଛି। ସେଥିମଧ୍ୟରୁ ୬୬୭ଟି ପୁଲିସ ସେବାକୁ, ୩୨ଟି ଅଗ୍ନିଶମ ସେବାକୁ, ୨୭ଟି ସିଭିଲ ଡିଫେନ୍ସ-ହୋମଗାର୍ଡ ସେବାକୁ ଏବଂ ୨୭ ଜଣଙ୍କୁ ସୁଧାର ସେବା କର୍ମଚାରୀ ପୁରସ୍କୃତ ହେବେ। 

Republic Day 2024 Gallantry Award Security Personnel