ଆଜି ଦିଲ୍ଲୀ କର୍ତ୍ତବ୍ୟପଥରେ ଉଡ଼ିବ ତ୍ରିରଙ୍ଗା, ପ୍ରଦର୍ଶୀତ ହେବ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର

ଦିଲ୍ଲୀ କର୍ତ୍ତବ୍ୟପଥରେ ଆଜି ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଏହା ଦ୍ରୌପଦୀଙ୍କ ପ୍ରଥମ ସାଧାରଣତନ୍ତ୍ର ଦିବସ ।

Representational Image

  • Published: Thursday, 26 January 2023
  • , Updated: 26 January 2023, 07:51 AM IST

ଆଜି ୭୪ତମ ସାଧାରଣତନ୍ତ୍ର ଦିବସ । ବିଶ୍ୱର ସବୁଠୁ ବଡ଼ ଗଣତନ୍ତ୍ର ରାଷ୍ଟ୍ରର ସବୁଠୁ ବଡ଼ ଦିନ । ଦିଲ୍ଲୀଠୁ ପଲ୍ଲୀ ସବୁଠି ଖୁସି ଓ ଉତ୍ସାହ । ଦେଶ ମାତୃକା ପାଇଁ ସମସ୍ତଙ୍କ ମନରେ ଗର୍ବ ଓ ଦେଶର ପ୍ରତିଟି ବ୍ୟକ୍ତି କହୁଛି ମୁଁ ଭାରତୀୟ । ଦିଲ୍ଲୀ କର୍ତ୍ତବ୍ୟପଥରେ ଆଜି ପତାକା ଉତ୍ତୋଳନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି ଭାବେ ଦାୟିତ୍ୱ ସମ୍ଭାଳିବା ପରେ ଏହା ଦ୍ରୌପଦୀଙ୍କ ପ୍ରଥମ ସାଧାରଣତନ୍ତ୍ର ଦିବସ ।

ଆଜିର ପରେଡରେ ଭାରତୀୟ ସ୍ଥଳସେନା ପ୍ରଦର୍ଶନ କରିବ କେବଳ ମେଡ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର । ଫାଇଟର ଜେଟ୍‌ରୁ ଅତ୍ୟାଧୁନିକ ଯୁଦ୍ଧ ଟ୍ୟାଙ୍କ, ଶକ୍ତିଶାଳୀ କ୍ଷେପଣାସ୍ତ୍ରରୁ କ୍ଷେପଣାସ୍ତ୍ର ବିଧ୍ୱଂସୀ ବ୍ୟବସ୍ଥା, କେବଳ ଭାରତରେ ପ୍ରସ୍ତୁତ ଆଉ ଭାରତରେ ବିକଶିତ ଯୁଦ୍ଧାସ୍ତ୍ର ହିଁ ସାଜିବ । ଏଥର ସାଧାରଣତନ୍ତ୍ର ଦିବସ ପରେଡରେ ଆକର୍ଷଣ ପରେଡରେ ଆତ୍ମନିର୍ଭର ଭାରତ ନାରାକୁ ଆଉ ପାଦେ ଆଗକୁ ନେବାକୁ ଏଭଳି ଐତିହାସିକ ନିଷ୍ପତ୍ତି ନେଇଛି । ସେନା ବିଦେଶୀ ଅସ୍ତ୍ରଶସ୍ତ୍ର ବିନା କେବଳ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କେ-ନାଇନ୍ ବଜ୍ର ଓ MBT ଅର୍ଜୁନ୍ ଟ୍ୟାଙ୍କ୍ ସାମିଲ ହେବେ ।

ସେହିଭଳି ସ୍ଥଳସେନାର ଅନ୍ୟତମ ଶକ୍ତି ନାଗ ଆଣ୍ଟି ଟ୍ୟାଙ୍କ୍ ଗାଇଡେଡ୍ ମିଜାଇଲ ଓ ବ୍ରହ୍ମୋଶ ସୁପରସୋନିକ୍ କ୍ରୁଜ୍ ମିଜାଇଲକୁ ପ୍ରଦର୍ଶନ କରାଯିବ। ସେନାରେ ଏବେ ନୂଆ କରି ସାମିଲ ହୋଇଥିବା ଅତ୍ୟାଧୁନିକ ଆକାଶ ଏୟାର ଡିଫେନ୍ସ ମିଜାଇଲ ବି ପରେଡରେ ମୁଖ୍ୟ ଆକର୍ଷଣ ସାଜିବ ।

Related story