Advertisment

୩ ଦିନ ହେଲାଣି ବୋରୱେଲରେ ଫସିଛି ୩ ବର୍ଷର ଝିଅ, ଉଦ୍ଧାର କରିବ ରୋବର୍ଟ

ଖେଳୁ ଖେଳୁ କୁନି ଝିଅଟି ବୋରୱେଲ ଭିତରେ ଖସି ପଡ଼ିଥିବା ବେଳେ ୩ ଦିନ ହେଲାଣି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ହେଲେ ଏଯାଏ ସଫଳତା ମିଳିପାରିନି ।

author-image
Niharika Rout
Robort

Robort

୩ଶହ ଫୁଟ ବୋରୱେଲ ତଳେ ୩ ଦିନ ହେଲା ଫସି ରହିଥିବା ୩ ବର୍ଷୀୟା କୁନି ଝିଅକୁ ଉଦ୍ଧାର କରିବା ପାଇଁ ନିଆଯିବ ରୋବର୍ଟର ସହାୟତା। ଖେଳୁ ଖେଳୁ କୁନି ଝିଅଟି ବୋରୱେଲ ଭିତରେ ଖସି ପଡ଼ିଥିବା ବେଳେ ୩ ଦିନ ହେଲାଣି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି। ହେଲେ ଏଯାଏ ସଫଳତା ମିଳିପାରିନି । ତେଣୁ ପିଲାଟିକୁ ଉଦ୍ଧାର ପାଇଁ ଏବେ ରୋବର୍ଟର ସହାୟତା ନିଆଯିବ ବୋଲି ମଧ୍ୟପ୍ରଦେଶ ସରକାରଙ୍କ ପକ୍ଷରୁ କୁହାଯାଇଛି।

Advertisment

ମଧ୍ୟପ୍ରଦେଶ ସିହୋର ଜିଲ୍ଲା ମୁଗାବଲି ଗାଁରେ କିଛି ବର୍ଷ ପୂର୍ବେ ଜଣେ ଚାଷୀ ପାଣି ଲାଗି ବୋଲୱେଲ ଖୋଳିଥିଲେ। ତେବେ ୩୦୦ ମିଟର ଖୋଳିଥିଲେ ବି ପାଣି ନ ବାହାରିବାରୁ ସେ ଆଉ ଖୋଳିନଥିଲେ। ସେବେଠୁ ବୋରୱେଲଟି ଖୋଲାଥିବା ବେଳେ ଗତ ମଙ୍ଗଳବାର ଛୋଟ ଝିଅଟି ଅଜାଣତରେ ସେଥିରେ ଖସିପଡିଥିଲା।

ଝିଅକୁ ଖୋଜି ଖୋଜି ପରିବାର ଲୋକେ ପାଇ ନ ଥିବା ବେଳେ ବୋଲୱେଲ ଭିତରୁ କାନ୍ଦ ଶବ୍ଦ ଶୁଣିବାକୁ ପାଇଥିଲେ। ଏନେଇ ସେମାନେ ସ୍ଥାନୀୟ ପୁଲିସ୍‌କୁ ଜଣାଇବାରୁ ତୁରନ୍ତ ପୁଲିସ୍‌ ସମେତ ସ୍ଥାନୀୟ ପ୍ରଶାସନ, ଏନଡିଆରଏଫ ଓ ଅଗ୍ନିଶମ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏହାପରେ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ।

Advertisment

ସିହୋର ଜିଲ୍ଲାରେ ଏହି ଅଘଟଣ ଘଟିଥିବା ବେଳେ ତାହା ହେଉଛି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଜିଲ୍ଲା। ତେଣୁ ଯେକୌଣସି ପରିସ୍ଥିତିରେ ମଧ୍ୟ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ କହିଛନ୍ତି। ତେଣୁ ଝିଅଟିକୁ ଉଦ୍ଧାର କରିବା ପାଇଁ ରୋବର୍ଟକୁ ନିୟୋଜିତ କରାଯିବ ବୋଲି ଜଣାଯାଇଛି। ଝିଅଟି ବୋରୱେଲରେ ଖସି ପଡ଼ିବା ପରଠୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଲଗାତର ଭାବେ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗରେ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଉପରେ କଡ଼ା ନଜର ରଖିଛନ୍ତି।

Madhya Pradesh Trapped In Bore Well