Advertisment

ଏବେ ବି ଟନେଲ ଭିତରେ ୪୦ ଜୀବନ, ଲୋଡ଼ାଗଲା ବିଦେଶୀ ବିଶେଷଜ୍ଞଙ୍କ ସହାୟତା

ଉଦ୍ଧାର କାର୍ଯ୍ୟରେ ଦେଖାଦେଇଥିବା ଜଟିଳତା ସଙ୍କଟ ବଢ଼ାଉଥିବାରୁ ବିଦେଶୀ ବିଶେଷଙ୍କ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର ।

author-image
Niharika Rout
ଅଦ୍ୟତନ ହୋଇଛି
Tonel

Tonel

ଉତ୍ତରାଖଣ୍ଡର ଉତ୍ତରକାଶୀର ଟନେଲରେ ୪ ଦିନ ଧରି ଫସି ରହିଥିବା ୪୦ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି। ଉଦ୍ଧାର କାର୍ଯ୍ୟରେ ଦେଖାଦେଇଥିବା ଜଟିଳତା ସଙ୍କଟ ବଢ଼ାଉଥିବାରୁ ବିଦେଶୀ ବିଶେଷଙ୍କ ସହାୟତା ଲୋଡ଼ିଛନ୍ତି ରାଜ୍ୟ ସରକାର । ଭୂସ୍ଖଳନ ଯୋଗୁଁ ଶ୍ରମିକମାନଙ୍କ ଜୀବନ ପ୍ରତି ବିପଦ ଦେଇଥିବାରୁ ଉଦ୍ଧାରକାରୀ ଦଳ ଅସହାୟ ହୋଇପଡ଼ିଛନ୍ତି। ତେବେ ଉଦ୍ଧାର ଅପରେସନକୁ ସଫଳ ଓ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଥାଇଲାଣ୍ଡ ଓ ନରୱେର ବିଶେଷଜ୍ଞମାନଙ୍କ ସହାୟତା ଲୋଡ଼ିଛନ୍ତି।

Advertisment

୨୦୧୮ରେ ଥାଇଲାଣ୍ଡର ଏକ ଗୁମ୍ଫାରେ ବନ୍ୟାଜଳ ପଶିଯିବାରୁ ସେଠାରେ ଫସି ରହିଥିବା ପିଲାମାନଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଥିଲା। ଏହି ଅଭିଯାନରେ ଯେଉଁ ବିଶେଷଜ୍ଞମାନେ ନିୟୋଜିତ ଥିଲେ, ଏବେ ସେମାନଙ୍କର ସହାୟତା ନିଆଯିବ। ଏହାସହିତ ନରୱେ ଜିଓଟେକ୍ନିକାଲ୍ ଇନଷ୍ଟିଚ୍ୟୁଟର ସହାୟତା ମଧ୍ୟ ଉତ୍ତରାଖଣ୍ଡ ସରକାର ମାଗିଛନ୍ତି।

ଗତ ୫ ଦିନ ହେବ ଟନେଲ ଭିତରେ ଫସି ରହିଥିବା ଶ୍ରମିକମାନେ ମାନସିକ ଭାବେ ଭାଙ୍ଗି ପଡ଼ିଛନ୍ତି। ଏପରି ସ୍ଥିତିରେ ସେମାନଙ୍କ ମାନସିକ ସ୍ଥିତିକୁ ଦୃଢ କରିବାକୁ ବେଳେ ବିଶେଷଜ୍ଞମାନେ ୱାକିଟକି ମାଧ୍ୟମରେ ଲଗାତର ଭାବେ ସେମାନଙ୍କ ସହ କଥାବାର୍ତ୍ତା ଜାରି ରଖିଛନ୍ତି। କେନ୍ଦ୍ର ମନ୍ତ୍ରୀ ଜେନେରାଲ ଭି.କେ ସିଂ ଆଜି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିବାର କାର୍ଯ୍ୟକ୍ରମ ରହିଛି।

Advertisment

ସୂଚନା ଅନୁସାରେ ୬୦ ମିଟର ମାଟି ଧସିଥିବା ବେଳେ ଏ ପର୍ଯ୍ୟନ୍ତ ୨୦ ମିଟର ସଫା କରାଯାଇ ପାରିଛି। ପାଇପ ମାଧ୍ୟମରେ ଶ୍ରମିକଙ୍କୁ ଉଦ୍ଧାର କରିବାକୁ ଯୋଜନା ରହିଛି । ଫସିଥିବା ଶ୍ରମିକମାନଙ୍କ ପାଇଁ ଟ୍ୟୁବ୍ ମାଧ୍ୟମରେ ଅକ୍ସିଜେନ୍, ପାଣି, ଖାଦ୍ୟ ପ୍ୟାକେଟ୍ ଏବଂ ଔଷଧ ଯୋଗାଇ ଦିଆଯାଉଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

ରବିବାର ଭୋର ପ୍ରାୟ ୫ଟା ସମୟରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲ୍ଲାର ବ୍ରହ୍ମଖାଲ-ଯମୁନୋତ୍ରୀ ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ଟନେଲ ଆଂଶିକ ଭୁଶୁଡି ପଡିଥିଲା। ଏଥିରେ କାମ କରୁଥିବା ୪୦ ଜଣ କର୍ମଚାରୀ ଫସି ରହିଥିଲେ। ଚାର୍ ଧାମ ରୋଡ୍ ପ୍ରକଳ୍ପ ଅଧୀନରେ ଏହି ନିର୍ମାଣ ଚାଲିଥିଲା। ଉତ୍ତରକାଶୀରୁ ଯମୁନୋତ୍ରି ଧାମ ପର୍ଯ୍ୟନ୍ତ ଯାତ୍ରାକୁ ୨୬ କିଲୋମିଟର ହ୍ରାସ କରିବାକୁ ଲକ୍ଷ୍ୟ ରଖାଯାଇ ଏହି ଟନେଲ୍ ନିର୍ମାଣ କରାଯାଉଥିଲା।

Rescue