Advertisment

ଆରବିଆଇର ମୁମ୍ବାଇ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟ ଉଡ଼ାଇ ଦେବାକୁ ଧମକ

ସଞ୍ଜୟ ମଲହୋତ୍ରା ଆରବିଆଇର ୨୬ତମ ଗଭର୍ଣ୍ଣର ଭାବେ ଡିସେମ୍ବର ୧୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବା ପରଦିନ ଆସିଛି ଧମକପୂର୍ଣ୍ଣ ଇମେଲ ।

RBI

RBI

Advertisment

ମୁମ୍ବାଇ ସ୍ଥିତ ‍ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ମୁଖ୍ୟ କାର୍ଯ୍ୟାଳୟକୁ ବୋମାରେ ଉଡ଼ାଇ ଦେବାକୁ ଆସିଛି ଧମକ। ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା‌‌ଙ୍କ ଅଫିସିଆଲ ଇମେଲ ଆଇଡିକୁ ଏହି ଧମକ ଆସିଛି। ଗତକାଲି ଆସିଥିବା ଏହି ଇମେଲଟି ରୁଷୀୟ ଭାଷାରେ ଲେଖାଯାଇଛି। 

Advertisment

ଏନେଇ ଅଭିଯୋଗ ପାଇବା ପରେ ମୁମ୍ବାଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଇମେଲ ପଠାଇବା ପାଇଁ ଭିପିଏନ୍‌ର ବ୍ୟବହାର କରାଯାଇଛି ନା ନାହିଁ, ସେ ନେଇ ଖୋଳତାଡ଼ କରୁଛି ପୁଲିସ। ସେହିପରି ଇମେଲ ପଠାଇଥିବା ବ୍ୟକ୍ତିଙ୍କ ଆଇପି ଆଡ୍ରେସ ଖୋଜୁଛି ପୁଲିସ।

ସଞ୍ଜୟ ମଲହୋତ୍ରା ଆରବିଆଇର ୨୬ତମ ଗଭର୍ଣ୍ଣର ଭାବେ ଡିସେମ୍ବର ୧୧ ତାରିଖରେ ଦାୟିତ୍ୱ ଗ୍ରହଣ କରିବା ପରଦିନ ଏହି ଧମକପୂର୍ଣ୍ଣ ଇମେଲ ଆସିଛି। ଶକ୍ତିକାନ୍ତ ଦାସ ଅବସର ନେବା ପରେ ସଞ୍ଜୟ ମଲହୋତ୍ରା ନୂଆ ଆରବିଆଇ ଗଭର୍ଣ୍ଣର ଭାବେ ଅବସ୍ଥାପିତ ହୋଇଛନ୍ତି।  

Advertisment

ଚଳିତ ମାସ ପ୍ରାରମ୍ଭରେ ମୁମ୍ବାଇ ସ୍ଥିତ ଆରବିଆଇ ଗ୍ରାହକ ସେବା କେନ୍ଦ୍ରକୁ ଜଣେ ବ୍ୟକ୍ତି ଫୋନ୍ କରି ବିସ୍ଫୋରଣ ହେବା ନେଇ କହିଥିଲା। ସେ ନିଜକୁ ପାକିସ୍ତାନର ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ସିଇଓ ବୋଲି ପରିଚୟ ଦେଇଥିଲା। ପରେ ପୁଲିସ ଘଟଣାର ତଦନ୍ତ କରିଥିଲା ଓ କେହି ମିଛରେ ଧମକ ଦେଇଥିବା ଜଣାପଡ଼ିଥିଲା।   

RBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe