Advertisment

RBI କାର୍ଯ୍ୟାଳୟକୁ ବୋମା ପକାଇ ଉଡ଼ାଇ ଦେବାକୁ ଧମକ

ଧମକପୂର୍ଣ୍ଣ ଇ-ମେଲ୍‌ରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
RBI

RBI

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ମିଳିଲା ଧମକ। ମୁମ୍ବାଇରେ ଥିବା ଆର୍‌ବିଆଇ କାର୍ଯ୍ୟାଳୟକୁ ବୋମା ପକାଇ ଉଡାଇ ଦେବାକୁ ଧମକ ମିଳିଛି। କେବଳ ସେତିକି ନୁହେଁ ମୁମ୍ବାଇର ପ୍ରାୟ ୧୧ଟି ସ୍ଥାନରେ ବୋମା ରଖାଯାଇଥିବା ନେଇ ଆର୍‌ବିଆଇକୁ କେହି ଜଣେ ଦୁର୍ବୃତ୍ତ ଧମକ ଦେଇଛି। ଏକ ଇ-ମେଲ ମାଧ୍ୟମରେ ଏହି ଧମକ ମିଳିଛି। ଇ-ମେଲ ପଠାଇଥିବା ବ୍ୟକ୍ତି ନିଜକୁ ଭାରତ ବିରୋଧୀ ବୋଲି ଦାବି କରିଛି। ଏହାକୁ ନେଇ ଏବେ ହଇଚଇ ସୃଷ୍ଟି ହୋଇଛି।

Advertisment

ସୂଚନା ମୁତାବକ, ଆଜି ସାକଳୁ ମୁମ୍ବାଇ ସ୍ଥିତ ଆରବିଆଇ କାର୍ଯ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ ମିଳିଥିଲା ​​ଯେଉଁଥିରେ ଅନେକ ସ୍ଥାନରେ ବୋମା ଲଗାଯାଇଥିବା ଦାବି କରାଯାଇଥିଲା। ଇ-ମେଲରେ ଆରବିଆଇ କାର୍ଯ୍ୟାଳୟ, HDFC ବ୍ୟାଙ୍କ ଏବଂ ଆଇସିଆଇସିଆଇ ବ୍ୟାଙ୍କରେ ବୋମା ରଖାଯାଇଥିବା ଦାବି କରାଯାଇଥିଲା।

କେବଳ ସେତିକି ନୁହେଁ ଇ-ମେଲ ମାଧ୍ୟମରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଇସ୍ତଫା ଦାବି କରାଯାଇଥିଲା। ମୁମ୍ବାଇର ମୋଟ ୧୧ଟି ସ୍ଥାନରେ ବୋମା ରଖାଯାଇ ଉଡ଼ାଇ ଦେବାକୁ ଏଥିରେ ଧମକ ଦିଆଯାଇଥିଲା। ଏହି ଇ-ମେଲ ଅନୁଯାୟୀ ଆଜି ମଧ୍ୟାହ୍ଣ ପ୍ରାୟ ସାଢ଼େ ଗୋଟେ ସମୟରେ ଏହି ବିସ୍ଫୋରଣ ଘଟିବାର ଥିଲା କିନ୍ତୁ ଏଭଳି କିଛି ଘଟିନାହିଁ।

Advertisment

ସେପଟେ ଧମପୂର୍ଣ୍ଣ ଇ-ମେଲ୍‌ ଆସିବା ପରେ ପୁଲିସ ଚାରିଆଡେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ତେବେ ସର୍ଚ୍ଚ ବେଳେ ସେପରି କୌଣସି ସନ୍ଧିଗ୍ଧ ଜିନିଷ ମିଳିନଥିଲା। ଏହି ଘଟଣାରେ ଏବେ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କିଏ ଏହି ଇ-ମେଲ ପଠାଇଛି ସେ ନେଇ ଯାଞ୍ଚ ଚାଲିଛି।

RBI Bomb Threat