Advertisment

ରାହୁଲ ପ୍ରସଙ୍ଗରେ ମୁହଁ ଖୋଲିଲା ଆମେରିକା

ରାହୁଲ ମାମଲାରେ ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି।

undefined

Rahul Gandhi

Advertisment

ଦିନକୁ ଦିନ ଜୋର୍ ଧରୁଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦ ମାମଲା। ଏହାକୁ ନେଇ ବିରୋଧୀ ମେଳି ହୋଇ ଆନ୍ଦୋଳନ ଜରି ରଖିଥିବା ବେଳେ ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଆମେରିକା। ରାହୁଲ ମାମଲାରେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏକ ବୟାନ ଜାରି କରାଯାଇଛି।

Advertisment

ଆମେରିକା ବୈଦେଶିକ ମନ୍ତ୍ରାଳୟର ପ୍ରଧାନ ମୁଖପାତ୍ର ବେଦାନ୍ତ ପଟେଲ କହିଛନ୍ତି, ଆମେରିକା ଭାରତ ସହ ଯୋଡି ହୋଇଛି। ବାକ୍ ସ୍ୱାଧୀନତା ସହ ଲୋକତନ୍ତ୍ର ମୂଲ୍ୟବୋଧ ପାଇଁ ଆମେରିକା ପ୍ରତିବଦ୍ଧତା ହୋଇ ଭାରତ ସରକାରଙ୍କ ସହ କାର୍ଯ୍ୟ ଜାରି ରଖିଛି। 

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟ ପଦ ରଦ୍ଦ ନେଇ ଗଣମାଧ୍ୟମର ପ୍ରଶ୍ନର ଜବାବ ଦେଇ ବେଦାନ୍ତ କହିଛନ୍ତି, ‘ଆଇନ ଏବଂ ଶାସନ ପ୍ରତି ସମ୍ମାନ ଏବଂ ନ୍ୟାୟିକ ସ୍ୱାଧୀନତା ଯେକୌଣସି ଗଣତନ୍ତ୍ରର ମୂଳଦୁଆ ଅଟେ। ଭାରତୀୟ କୋର୍ଟରେ ଏହି ମାମଲାର ବିଚାର ଚାଲିଛି । ଭାରତୀୟ କୋର୍ଟ ଦ୍ୱାରା ରାହୁଲ ଗାନ୍ଧୀଙ୍କୁ ଦିଆଯାଇଥିବା ଦଣ୍ଡାଦେଶ ଉପରେ ଆମେ ନଜର ରଖିଛୁ।’

Advertisment

 

ରାହୁଲ ଗାନ୍ଧୀଙ୍କ ସାଂସଦ ପଦ ରଦ୍ଦକୁ ନେଇ ବେଦାନ୍ତ କହିଛନ୍ତି, ଆମେରିକାରେ ଏଭଳି କୌଣସି କାର୍ଯ୍ୟକ୍ରମ ନାହିଁ। ହେଲେ ଯେଉଁ ଦେଶ ସହିତ ଆମେରିକାର ଦ୍ୱିପାକ୍ଷିକ ସମ୍ପର୍କ ରହିଛି, ସେହି ଦେଶର ବିପକ୍ଷ ନେତାଙ୍କ ସହ ଆଲୋଚନା କରିବା ମାନଦଣ୍ଡ ରହିଛି। ମାତ୍ର ରାହୁଲଙ୍କ ମାମଲାରେ କୌଣସି ବିଶିଷ୍ଟ ଆଲୋଚନା ହୋଇନାହିଁ। 

ଉଲ୍ଲେଖଯୋଗ୍ୟ, ୨୦୧୯ରେ ମୋଦି ସାଜ୍ଞିଆକୁ ନେଇ ବିଦାୀୟ ବୟାନ ଦେଇଥିଲେ ରାହୁଲ ଗାନ୍ଧୀ। ଏହାକୁ ନେଇ ପଶ୍ଚିମ ସୁରଟର ବିଧାୟକ ଏକ ମାନହାନୀ ମାମଲା ରୁଜୁ କରିଥିଲେ। ଏହି ମାମଲାରେ ସୁରଟ ଜିଲ୍ଲା କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହି ରାୟ ଆସିବାର ୨୪ ଘଣ୍ଟା ଭିତରେ ରାହୁଲଙ୍କ ସାଂସଦ ପଦ ରଦ୍ଦ ହୋଇଥିଲା। ଏହାକୁ ନେଇ ବିରୋଧୀ ଏବେ ଆକ୍ରମଣାତ୍ମକ ମୁଡ୍‌ରେ ଅଛନ୍ତି। ଏହାକୁ ବିରୋଧ କରି କଂଗ୍ରେସ ଓ ବିଭିନ୍ନ ବିରୋଧୀ ଦଳ ବିକ୍ଷୋଭ ଜାରି ରଖିଛନ୍ତି। 

Rahul Gandhi Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe