କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (ଫାଇଲ ଫଟୋ)
ଏନସିଇଆରଟି(NCERT)ର ବିବାଦୀୟ ୮ମ ଶ୍ରେଣୀ ସାମାଜିକ ବିଜ୍ଞାନ ବହିରେ ଥିବା ବିଷୟବସ୍ତୁକୁ ସୁପ୍ରିମକୋର୍ଟକୁ ବ୍ୟାନ କରିବା ସହ ଅଦାଲତ ଅବମାନନା ନୋଟିସ ଜାରି କରିବା ପରେ ମୁହଁ ଖୋଲିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ପୂରା ପ୍ରସଙ୍ଗରେ ଦୁଃଖ ପ୍ରକାଶ କରିବା ସହ ସରକାର ସଂପୂର୍ଣ୍ଣ ଭାବେ କୋର୍ଟଙ୍କ ନିର୍ଦ୍ଦେଶକୁ ଅନୁପାଳନ କରିବେ ବୋଲି କହିଛନ୍ତି।
ଜାମସେଦପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ “ଆମେ ନ୍ୟାୟପାଳିକାଙ୍କୁ ସମ୍ମାନ କରୁ। କୋର୍ଟ ଯାହା ବି କହିଛନ୍ତି କିମ୍ବା ଯାହା ବି କହିବେ, ଆମେ ଏହାକୁ ଅନୁପାଳନ କରିବୁ। ଯାହା ସବୁ ଘଟିଛି ସେଥିପାଇଁ ମୁଁ ଅତ୍ୟନ୍ତ ମାର୍ମାହତ। ମୁଁ ପୂରା ଘଟଣାରେ ମୋର ଦୁଃଖପ୍ରକାଶ କରୁଛି।”
ଶ୍ରୀ ପ୍ରଧାନଙ୍କ କହିବାକ କଥା ଯେ ତାଙ୍କ ଦୃଷ୍ଟିକୁ ଏହି ପ୍ରସଙ୍ଗ ଆସିବା କ୍ଷଣି ସେ ତୁରନ୍ତ ଏନସିଇଆରଟିକୁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନେବାକୁ କହିଥିଲେ। ସେ କହିଛନ୍ତି, “ନ୍ୟାୟପାଳିକାଙ୍କୁ ଅସମ୍ମାନ କରିବାର କୌଣସି ଉଦ୍ଦେଶ୍ୟ ନଥିଲା। ସରକାରଙ୍କ ସେଭଳି କୌଣସି ଆଭିମୁଖ୍ୟ କେବେ ବି ନଥିଲା। ଆମେ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛୁ। ନିଶ୍ଚିତ ଭାବେ ଗୋଟିଏ ତଦନ୍ତ ହେବ।”
ବହି ପ୍ରସ୍ତୁତ କରିଥିବା ଓ ନିର୍ଦ୍ଦିଷ୍ଟ ବିଷୟବସ୍ତୁ ସହ ଜଡ଼ିତ ଲୋକଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପ୍ରଧାନ। ସେ କହିଛନ୍ତି, “ନ୍ୟାୟପାଳିକା ଉପରେ ଆମର ସଂପୂର୍ଣ୍ଣ ବିଶ୍ୱାସ ରହିଛି ଓ ଏହାର ନିର୍ଦ୍ଦେଶକୁ ପାଳନା କରିବା ଆମର ସମ୍ବିଧାନିକ ଏବଂ ନୈତିକ ଦାୟିତ୍ୱ।” ସେ ଲୋକଙ୍କୁ ଆଶ୍ୱସନା ଦେଇଛନ୍ତି ଯେ ସରକାର ନ୍ୟାୟପାଳିକାଙ୍କ ଆଦେଶକୁ ସମ୍ମାନ କରିବା ପାଇଁ ପ୍ରତିବଦ୍ଧ ରହିଛନ୍ତି।
ସୁପ୍ରିମକୋର୍ଟ(Supreme Court)ଙ୍କ ନାଲି ଆଖି ପରେ ପ୍ରଥମେ କେନ୍ଦ୍ର ସରକାର ବିବାଦୀୟ ବିଷୟବସ୍ତୁ ପାଇଁ କ୍ଷମା ମାଗିଥିଲେ। ଏଥିସହ ଏପରି ବିଷୟବସ୍ତୁ ପ୍ରସ୍ତୁତ କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ଧର୍ମେନ୍ଦ୍ରଙ୍କ ବୟାନ ସାମ୍ନାକୁ ଆସିଛି।
କେନ୍ଦ୍ରର କ୍ଷମା ଆବେଦନରେ ମଧ୍ୟ ସୁପ୍ରିମକୋର୍ଟ ସନ୍ତୁଷ୍ଟ ହୋଇନାହାନ୍ତି। କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ସର୍ବୋଚ୍ଚ ଅଦାଲତ କହି ବହିର ପ୍ରଚାର ଓ ପ୍ରକାଶନ ଉପରେ ରୋକ ଲଗାଇ ଦେଇଥିଲେ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ୩ ଜଣିଆ ଖଣ୍ଡପୀଠ ୮ମ ଶ୍ରେଣୀର ସାମାଜିକ ବିଜ୍ଞାନ ବହି-Exploring Society: India and Beyond, Vol II ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇ ଦେଇଛନ୍ତି।
ଏହି ବହିର ଆଉ ପ୍ରକାଶନ କିମ୍ବା ଡିଜିଟାଲ ପ୍ରଚାର ହୋଇପାରିବ ନାହିଁ। ଖଣ୍ଡପୀଠ କହିଛନ୍ତି, “ଆଦେଶକୁ ବାଇପାସ କରିବା ପାଇଁ ଯେକୌଣସି ଉଦ୍ୟମକୁ ଆଦୌ ସହ୍ୟ କରାଯିବ ନାହିଁ।
ଆଦେଶକୁ ଅଣଦେଖା କରିବା ପାଇଁ ଯଦି ଡିଜିଟାଲ ବିତରଣ କିମ୍ବା ଶୀର୍ଷକକୁ ବଦଳାଇବାକୁ ଚେଷ୍ଟା କରାଯାଏ, ତା’ହେଲେ ମଧ୍ୟ ଏହାକୁ ଅଦାଲତନ ଅବମାନନା ଭାବେ ବିବେଚନା କରାଯିବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/26/dp-2026-02-26-17-20-34.jpg)