Advertisment

ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ପୂର୍ବରୁ ଆରମ୍ଭ ହେଲା ‘ମୋଦି ଜୀ ଥାଳି’

ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ନେଇ ପ୍ରସ୍ତୁତ ଏହି ଥାଳିକୁ ତିଆରି କରିଛନ୍ତି ସେଫ୍ ଶ୍ରୀପଦ କୁଲକର୍ଣ୍ଣୀ।

Modi Ji Thali

Modi Ji Thali

Advertisment

ଚଳିତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ସେଠାକାର ସରକାରଙ୍କ ପକ୍ଷରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ମୋଦିଙ୍କୁ ସ୍ୱାଗତ କରିବା ପାଇଁ ସେଠାରେ କେବଳ ସରକାରୀ ସ୍ତରରେ ପ୍ରସ୍ତୁତି ଚାଲିନି, ସେଠାକାର ଲୋକେ ନିଜ ନିଜ ଢଙ୍ଗରେ ତାଙ୍କୁ ସ୍ୱାଗତ କରିବା ପାଇଁ ମଧ୍ୟ ପ୍ରସ୍ତୁତି କରୁଛନ୍ତି। ଏହି କ୍ରମରେ ନ୍ୟୁ ଜର୍ସିର ଏକ ହୋଟେଲ ଆରମ୍ଭ କରିଛି ‘ମୋଦି ଜୀ ଥାଳି’।

Advertisment

ବିଭିନ୍ନ ପ୍ରକାର ବ୍ୟଞ୍ଜନକୁ ନେଇ ପ୍ରସ୍ତୁତ ଏହି ଥାଳିକୁ ତିଆରି କରିଛନ୍ତି ହୋଟେଲ ମୁଖ୍ୟ ସେଫ୍ ଶ୍ରୀପଦ କୁଲକର୍ଣ୍ଣୀ। ଏହି ଥାଳିରେ ଖେଚୁଡ଼ି, ରସଗୋଲା, ସୋରିଷ ଶାଗ, କଶ୍ମୀରୀ ଦମ୍ ଆଳୁ, ଇଡ୍‌ଲି, ଢୋକଲା, ଛାଞ୍ଚ୍ ଓ ପାମ୍ପଡ ଆଦି ସ୍ଥାନ ପାଇଛି।

ଶ୍ରୀପଦ କୁଲକର୍ଣ୍ଣୀଙ୍କ କହିବା ଅନୁଯାୟୀ ନ୍ୟୁ ଜର୍ସିରେ ରହୁଥିବା ଭାରତୀୟଙ୍କ ଦାବି ଅନୁସାରେ ଏହି ଥାଳି ପ୍ରସ୍ତୁତ କରାଯାଇଛି। ଭାରତ ସରକାରଙ୍କ ସୁପାରିଶ କ୍ରମେ ଜାତିସଂଘ ଚଳିତ ବର୍ଷକୁ ଇଣ୍ଟରନ୍ୟାଶନାଲ ଇୟର ଅଫ ମିଲେଟ୍‌ସ ଭାବେ ଘୋଷଣା କରିଥିବା ଯୋଗୁ, ଏହି ଥାଳିକୁ ସେଥିପ୍ରତି ମଧ୍ୟ ଉତ୍ସର୍ଗ କରାଯାଇଛି। ‘ମୋଦି ଜୀ ଥାଳି’ରେ ମିଲେଟ୍‌ସରୁ ପ୍ରସ୍ତୁତ ବ୍ୟଞ୍ଚନ ମଧ୍ୟ ସ୍ଥାନ ପାଇଛି। ‘ମୋଦି ଜୀ ଥାଳି’କୁ ଲୋକେ ବେଶ୍ ପସନ୍ଦ କରିବେ ବୋଲି ଶ୍ରୀପଦ କୁଳକର୍ଣ୍ଣୀ ଆଶା ରଖିଛନ୍ତି।

Advertisment

ନ୍ୟୁ ଜର୍ସିର ଏହି ହୋଟେଲ ପକ୍ଷରୁ ଆଉ ଏକ ସ୍ୱତନ୍ତ୍ର ଥାଳି ପ୍ରସ୍ତୁତ କରିବାକୁ ଯୋଜନା କରାଯାଇଛି। ଏହି ଥାଳିଟି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନାଁରେ ନାମିତ ହେବ।

Modi Ji Thali US PM Narendra Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe