Resturant
ଏଣିକି ହରିୟାଣାରେ ଥିବା ରେଷ୍ଟୁରାଣ୍ଟ ୨୪ ଘଣ୍ଟା ଖୋଲା ରହିବ । ରାତି ଅଧରେ ବି ମିଳିବ ଖାଦ୍ୟ। ଏପରି ନିଷ୍ପତ୍ତି ସମ୍ପର୍କରେ ହରିୟାଣାର ଉପମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲା ଘୋଷଣା କରିଛନ୍ତି ।
Advertisment
ଗତ କିଛି ଦିନ ତଳେ ହରିୟାଣା ରାଜ୍ୟର ରେଷ୍ଟୁରାଣ୍ଟ ୟୁନିୟନ ଉପମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ରାତିରେ ବି ରେଷ୍ଟୁରାଣ୍ଟ ଖୋଲିବାକୁ ଅନୁମତି ଦେବାକୁ ଦାବି କରିଥିଲେ। ଫଳରେ ରାତି ଅଧରେ ବି ଭୋକିଲା ଲୋକେ ଖାଦ୍ୟ ପାଇପାରିବେ ବୋଲି ସେମାନେ କହିଥିଲେ।
ରେଷ୍ଟୁରାଣ୍ଟ ୟୁନିୟନର ଦାବି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା କରାଯାଇ ଏପରି ନିଷ୍ପତ୍ତି ନିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି। ଏଥିରେ ଖାଦ୍ୟ ଓ ଯୋଗାଣ ବିଭାଗ ବିଭାଗ ମନ୍ତ୍ରୀ ଉପସ୍ଥିତ ଥିଲେ।
Advertisment
ଏହି ନିଷ୍ପତ୍ତି ଘୋଷଣା ହେବା ପରେ ଆଉ କେହି ରାତିରେ ରେଷ୍ଟୁରାଣ୍ଟ ବନ୍ଦ କରିବାକୁ ଧମକ ଦେଇ ପାରିବେନି । ଏନେଇ ଖାଦ୍ୟ ଓ ଯୋଗାଣ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିବା ଉପମୁଖ୍ୟମନ୍ତ୍ରୀ ଚୌଟାଲା କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
