Advertisment

ମଣିପୁରର କିଛି ସ୍ଥାନରେ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆଜି ମଣିପୁରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆଶିଂକ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Hemant Lenka
Manipur

Manipur

ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇ ପଡ଼ିଥିବା ମଣିପୁରରେ ଅଚଳା ଅବସ୍ଥା ଜାରି ରହିଛି। ମାସେରୁ ଅଧିକ ଦିନ ହେଲା ଲୋକମାନେ ଇଣ୍ଟରନେଟ ଠାରୁ ଆରମ୍ଭ କରି ବିଭିନ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ରହିଛନ୍ତି।

Advertisment

ମଣିପୁର ଜଳୁଥିବା ବେଳେ ସତେ ଯେମିତି ଏଥିପ୍ରତି କାହାର ନିଘା ନଥିବା ଭଳି ସ୍ଥିତି ସୃଷ୍ଟି ହୋଇଛି। ଏସବୁ ଭିତରେ ଆଜି ମଣିପୁରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଆଶିଂକ ଇଣ୍ଟରନେଟ ସେବା ଆରମ୍ଭ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଇଣ୍ଟରନେଟ ବ୍ୟାନ ଯୋଗୁ ରାଜ୍ୟବାସୀ ନାନା ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ନାମଲେଖା ପ୍ରକ୍ରିୟା ଚାଲିଥିବାରୁ ଶିକ୍ଷାର୍ଥୀମାନେ ସମସ୍ୟା ଭୋଗୁଛନ୍ତି। ତେଣୁ କିଛି ସ୍ଥାନରେ ସୀମିତ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଲୋକମାନଙ୍କୁ ସେମାନଙ୍କ ଜରୁରୀ କାମ କରିବା ପାଇଁ କୋର୍ଟ ଏପରି ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ଏବେ ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୩ରେ ହେବ।

Advertisment

ଭୋଡାଫୋନ, ଆଇଡିଆ, ଜିଓ, ବିଏସଏନଏଲ ଓ ଏୟାରଟେଲ ଭଳି ଇଣ୍ଟରନେଟ ସେବା ପ୍ରଦାନକାରୀ ସଂସ୍ଥାଗୁଡ଼ିକୁ କୋର୍ଟ ସତ୍ୟପାଠ ଦାଖଲ କରିବାକୁ କହିଛନ୍ତି। ସୋଶାଲ ମିଡିଆ ୱେବସାଇଟକୁ ବନ୍ଦ କରି ଇଣ୍ଟରନେଟ ସେବା ଯୋଗାଇ ଦେବା ସମ୍ଭବ କି ବୋଲି କୋର୍ଟ ଉକ୍ତ ସଂସ୍ଥାଗୁଡ଼ିକୁ ପ୍ରଶ୍ନ କରିଛନ୍ତି।

କୁକିସ ଓ ମୈତୈ ସଂପ୍ରଦାୟ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଯୋଗୁ ମେ’ ୩ରୁ ରାଜ୍ୟରେ ଇଣ୍ଟରନେଟ ସେବା ବନ୍ଦ ରହିଛି। ମୈତୈ ସଂପ୍ରଦାୟର ଲୋକଙ୍କୁ ଅନୁସୂଚିତ ଜନଜାତିର ମାନ୍ୟତା ହାଇକୋର୍ଟ ଦେବାରୁ ସଂଘର୍ଷ ଆରମ୍ଭ ହୋଇଥିଲା। ଏବେ ସଂଘର୍ଷ ଜାରି ରହିଥିବା ବେଳେ ଇଣ୍ଟରନେଟ ସେବା ମଧ୍ୟ ପୁନଃ ଚାଲୁ କରାଯାଇନି।

Manipur Manipur Violence