Advertisment

ଦିଲ୍ଲୀରେ ଜାନୁଆରୀ ୨୬ ଯାଏଁ ଏହି ସମୟରେ କରିବନି ବିମାନ ଚଳାଚଳ

ସକାଳ ୧୦:୨୦ରୁ ଦିନ୧୨:୪୫ ମଧ୍ୟରେ କୌଣସି ବିମାନ ଉଡାଣ କିମ୍ବା ଅବତରଣ କରିପାରିବ ନାହିଁ।

author-image
Debibandita Barick
ଅଦ୍ୟତନ ହୋଇଛି
Delhi Airport

Delhi Airport

ବିମାନ ଯାତ୍ରୀଙ୍କ ପାଇଁ ବଡ ଖବର। ଆଜିଠାରୁ ଗଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଦିଲ୍ଲୀ ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହି ଦିନ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟରେ ବିମାନ ଉଡାଣ ଏବଂ ଅବତରଣ ହୋଇପାରିବ ନାହିଁ। 

Advertisment

ରିପୋର୍ଟ ଅନୁସାରେ, ସକାଳ ୧୦:୨୦ରୁ ଦିନ୧୨:୪୫ ମଧ୍ୟରେ ବିମାନ ଚଳାଚଳ ବନ୍ଦ ରଖାଯାଇଛି। ଆଜି( ଜାନୁଆରୀ ୧୯)ଠାରୁ ଜାନୁଆରୀ ୨୬ ଗଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଲାଗୁ ରହିବ। ଏଥିସହ ଗଣତନ୍ତ୍ର ଦିବସ ଦିନ ସକାଳ ୬ଟାରୁ ରାତି ୯ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ। 

ଏନେଇ NOTAM (Notice to Airmen) ଆଜି ଏକ ସରକାରୀ ଘୋଷଣା କରାଯାଇଛି। ଏହି ସମୟରେ ବାୟୁସେନା, ସେନା, କିମ୍ବା ସୀମା ସୁରକ୍ଷା ବାହିନୀର ହେଲିକପ୍ଟର କାର୍ଯ୍ୟ କିମ୍ବା କୌଣସି ରାଜ୍ୟର ରାଜ୍ୟପାଳ କିମ୍ବା ରାଜ୍ୟ ଓ କେନ୍ଦ୍ର ଦ୍ୱାରା ପରିଚାଳିତ ବିମାନ ଉପରେ ପ୍ରଭାବ ପଡିବ ନାହିଁ ବୋଲି NOTAM କହିଛି।

Advertisment

ଗଣତନ୍ତ୍ର ଦିବସ ଉପଲକ୍ଷେ ଦିଲ୍ଲୀ ଏବେ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି। ଏହାକୁ ଦୃଷ୍ଟିରେ ରଖି ବିମାନ ଚଳାଚଳ ଉପରେ କଟକଣା ଲଗାଯାଇଛି। ଏହା ପୂର୍ବରୁ କୁହୁଡି କାରଣରୁ ଦିଲ୍ଲୀ ବିମାନବନ୍ଦରରେ ହନ୍ତସନ୍ତ ହୋଇଥିଲେ ଯାତ୍ରୀ। ଅନେକ ବିମାନ ବାତିଲ ହେବା ସହ ବିଳମ୍ବ ହୋଇଥିଲା। 

Republic Day Delhi AirPort Restrictions On Flight