Advertisment

ଭାରତ ହରାଇ ଥିବା ୨୬ଟି ପାଟ୍ରୋଲିଂ ପଏଣ୍ଟ ପ୍ରସଙ୍ଗରେ ଆସିଲା ଚାଞ୍ଚଲ୍ୟକର ତଥ୍ୟ

ସମ୍ମିଳନୀରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ୨୬ଟି ପଏଣ୍ଟରେ ଆଦୌ ପାଟ୍ରୋଲିଂ ହୋଇନଥିବା ଦର୍ଶାଯାଇଥିଲା।

China-india

China-india

Advertisment

ପୂର୍ବ ଲଦାଖର ପ୍ରକୃତ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ହରାଇ ଥିବା ୨୬ଟି ପାଟ୍ରୋଲିଂ ପଏଣ୍ଟ ପ୍ରସଙ୍ଗରେ ଚାଞ୍ଚଲ୍ୟକର ତଥ୍ୟ ଆସିଛି। ଏହି ୨୬ଟି ପାଟ୍ରୋଲିଂ ପଏଣ୍ଟରେ ଭାରତ ପକ୍ଷରୁ ଆଦୌ ପାଟ୍ରୋଲିଂ ହୁଏ ନାହିଁ। ସେଠାରେ କୌଣସି ଭାରତୀୟ ସୁରକ୍ଷା କର୍ମୀ ନାହାନ୍ତି । ଜାନୁଆରୀ ୨୦-୨୨ରେ ଇଣ୍ଟେଲିଜେନ୍ସ ବ୍ୟୋରୁ ପକ୍ଷରୁ ଡକାଯାଇଥିବା ଡିଜିପି ସମ୍ମିଳନୀରେ ଏ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ସମ୍ମିଳନୀରେ ଉପସ୍ଥାପିତ ହୋଇଥିବା ରିପୋର୍ଟରେ ୨୬ଟି ପଏଣ୍ଟରେ ଆଦୌ ପାଟ୍ରୋଲିଂ ହୋଇନଥିବା ଦର୍ଶାଯାଇଥିଲା। ଏଥିରେ କୁହାଯାଇଥିଲା ଯେ, ପୂର୍ବ ଲଦାଖରେ ୬୫ ଟି ପାଟ୍ରୋଲିଂ ପଏଣ୍ଟ ମଧ୍ୟରୁ ୨୬ ଟିରେ କୌଣସି ଭାରତୀୟ ସୁରକ୍ଷା କର୍ମୀ ନାହାନ୍ତି ।

Advertisment

କାରାକୋରାମ ପାସରୁ ଚୁମୁର ପର୍ଯ୍ୟନ୍ତ ୬୫ଟି ପିପି (ପାଟ୍ରୋଲିଂ ପଏଣ୍ଟ) ଅଛି। ଯେଉଁଠାରେ ଭାରତୀୟ ସେନା ନିୟମିତଭାବେ ପାଟ୍ରୋଲିଂ କରାଯାଇ ଥାଏ । କିନ୍ତୁ ଏହି ୬୫ଟି ପିପି ମଧ୍ୟରୁ ୨୬ଟିରେ ଆମ ସୁରକ୍ଷା ବାହିନୀର ଉପସ୍ଥିତି ନାହିଁ । ସେସବୁ ପିପି ହେଲା ୫ ରୁ ୧୭, ୨୪ ରୁ ୩୨ ଓ ୩୭ । ଚାଇନା ସେନା ଏହାର ଫାଇଦା ନେଇପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି । ଏହି ଅଞ୍ଚଳଗୁଡିକରେ ଚାଇନା ସୈନ୍ୟ ଦୀର୍ଘ ଦିନ ଧରି ଭାରତୀୟ ସେନା କିମ୍ବା ଭାରତୀୟ ନାଗରିକଙ୍କ ଉପସ୍ଥିତି ଦେଖିନାହାଁନ୍ତି । କିନ୍ତୁ ସେମାନେ ( ଚୀନ) ଏହି ଅଞ୍ଚଳରେ ଉପସ୍ଥିତ ଥିଲେ । ଏହା ଫଳରେ ଚୀନ ପାଇଁ ସୀମାକୁ ପରିବର୍ତ୍ତନ କରିବା ସହଜ ହେବ ।

ପୂର୍ବ ଲାଦଖର ୬୫ଟି ପାଟ୍ରୋଲିଂ ପଏଣ୍ଟ (ପିପି) ମଧ୍ୟରୁ ୨୬ଟି ପିପିରେ ଭାରତ ସୈନ୍ୟ ନିଜର ଉପସ୍ଥିତି ହରାଇଛି। ପାଟ୍ରୋଲିଂ ପଏଣ୍ଟ ୫ରୁ ୧୭, ୨୪ରୁ ୩୨, ୩୭, ୫୧, ୫୨, ୬୨ରେ ଭାରତ ନିଜର ଉପସ୍ଥିତି ହରାଇଛି। କାରାକୋରମରୁ ଚୁମୁର ସୀମା ମଧ୍ୟରେ ଏହି ପାଟ୍ରୋଲିଂ ପଏଣ୍ଟଗୁଡିକ ଅବସ୍ଥିତ। ୨୦୨୦ ମେ ପୂର୍ବରୁ ଭାରତର ସୁରକ୍ଷା ବାହିନୀ ଏହିସବୁ ପିପିଗୁଡିକରେ ନିୟମିତ ପାଟ୍ରୋଲିଂ କରିଆସୁଥିଲା। ଏବେ ଏହି ସବୁ ପିପିରୁ ଭାରତ ସୈନ୍ୟ ହଟିଯାଇଥିବାବେଳେ ଚୀନ ସୈନ୍ୟର ଉପସ୍ଥିତି ଦେଖିବାକୁ ମିଳିଛି। ‘ସିକ୍ୟୁରିଟି ଇସୁଜ୍‌ ପର୍ଟେନିଂ ଟୁ ଅନଫେସଡ୍ ଲ୍ୟାଣ୍ଡ ବର୍ଡର’ ନାମରେ ପ୍ରକାଶିତ ୧୫ଟି ରିସର୍ଚ୍ଚ ପେପର ମଧ୍ୟରୁ ଏହା ଅନ୍ୟତମ। ସୀମାନ୍ତ ପାଟ୍ରୋଲିଂ ପଏଣ୍ଟରୁ ଭାରତ ନିଜର ଉପସ୍ଥିତି ହରାଇବା ଦ୍ବାରା ଦେଶର ସୁରକ୍ଷା ପ୍ରତି ବଡ ବିପଦ ଆଶଙ୍କା କରାଯାଇଛି।

Advertisment
India-China Clash
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe