Advertisment

ଫିଲ୍ମ ଷ୍ଟାଇଲରେ ୪୦ ଅପରାଧର ଅଭିଯୁକ୍ତକୁ ଧରିଲେ କନଷ୍ଟେବଲ

ମଞ୍ଜା ନାଁରେ ବେଙ୍ଗାଲୁରୁ, ମହୀଶୂର, ଚିକ୍କାବାଲ୍ଲାପୁରା ଓ ତୁମକୁରୁ ଜିଲ୍ଲାରେ ୪୦ଟି ମାମଲା ରହିଛି। ତାକୁ ଧରି ମିୟାମ୍ମା ଓ କେଏଲ କମାଲ କରିଦେଇଛନ୍ତି।

author-image
Hemant Lenka
Thief

Thief

ଆର୍ମିରୁ ଅବସର ନେବା ପରେ ପୁଲିସ୍‌ କନଷ୍ଟେବଲ ହୋଇଥିବା ଜଣେ ୫୦ ବର୍ଷୀୟ ବ୍ୟକ୍ତି କମାଲ କରିଦେଇଛନ୍ତି। ସେ ଫିଲ୍ମ ଷ୍ଟାଇଲରେ ୪୦ଟି ଅପରାଧର ଜଣେ ଅଭିଯୁକ୍ତକୁ କାବୁ କରିଛନ୍ତି। ବେଙ୍ଗାଲୁରୁର ସଦାଶିବନଗର ପୁଲିସ୍‌ ଷ୍ଟେସନ ଜଙ୍କସନରେ ଏପରି ଘଟଣା ଘଟିଛି। ତାଙ୍କୁ ଏଥିରେ ଜଣେ ମହିଳା ଟ୍ରାଫିକ ସବ ଇନସପେକ୍ଟର ସହାୟତା କରିଛନ୍ତି। 

Advertisment

୫୦ ବର୍ଷୀୟ ଡୋଡାଲିଙ୍ଗାଇଆ କେଏଲ୍‌ ତୁମକୁରୁ ଜିଲ୍ଲାରେ ଥିବା କୋରାଟାଗେରେ ପୁଲିସ ଷ୍ଟେସନ ଅଧୀନରେ କାମ କରନ୍ତି। ସେ ଜଣେ ମହିଳା ଟ୍ରାଫିକ ପୁଲିସ୍‌ ସବ ଇନସପେକ୍ଟରଙ୍କ ସହାୟତାରେ ୪୦ ଅପରାଧର ଅଭିଯୁକ୍ତ ଏସ ମଞ୍ଜେଶା ଓରଫ ୪୨୦ ମଞ୍ଜା ଓରଫ ହୋତେ ମଞ୍ଜାକୁ ଧରିବାକୁ ସକ୍ଷମ ହୋଇଛନ୍ତି।

ଜୁନ ୨୦ରେ ହେସାରାଘାଟରେ ରହୁଥିବା ମଞ୍ଜା ସ୍କୁଟର ଧରି ହସ୍ପିଟାଲରୁ ଫେରୁଥିବା ଜଣେ ବୟସ୍କ ମହିଳାଙ୍କ ପାଖରେ ପହଞ୍ଚିଥିଲା। ସେ ମହିଳା ଜଣଙ୍କୁ କହିଥିଲା ଯେ ବରିଷ୍ଠ ନାଗରିକମାନଙ୍କ ପେନସନ ୧ ହଜାର ଟଙ୍କାରୁ ୧୫ଶହକୁ ବୃଦ୍ଧି ପାଇଛି। ଅତିରିକ୍ତ ଟଙ୍କା ପାଇଁ ତାଙ୍କୁ ଗୋଟିଏ ଫର୍ମ ପୂରଣ କରିବାକୁ ପଡ଼ିବ।

Advertisment

ଏକଥା ଶୁଣିବା ପରେ ମହିଳା ଜଣଙ୍କ ମଧ୍ୟ ଫର୍ମ ପୂରଣ କରିବାକୁ ରାଜି ହୋଇଯାଇଥିଲେ। ଏହାର ଫାଇଦା ଉଠାଇ ମଞ୍ଜା ତାଙ୍କୁ ଗାଡ଼ିରେ ବସାଇ ଗୋଟିଏ ବ୍ୟାଙ୍କକୁ ନେଇ ଯାଇଥିଲା। ଏଥିସହ ଗରିବ ଦେଖାଯିବା ପାଇଁ ମହିଳାଙ୍କୁ ସବୁ ସୁନା ଜିନିଷ ଖୋଲି ଦେବାକୁ କହିଥିଲା। ମହିଳା ଜଣଙ୍କ ପିନ୍ଧିଥିବା ସୁନା ଜିନିଷ ବାହାର କରି ମଞ୍ଜାକୁ ରଖିବାକୁ ଦେଇଥିଲେ।

ସୁନା ପାଇଗଲା ପରେ ଫର୍ମ ଆଣିବା ନାଁରେ ମଞ୍ଜା ସେଠାରୁ ଫେରାର ହୋଇଯାଇଥିଲା। ତେବେ ମଞ୍ଜାର ଏହି ଯୋଜନା ସହରରେ ଲାଗିଥିବା ସିସିଟିଭିରେ କଏଦ ହୋଇଯାଇଥିଲା। ତୁମକୁରୁ କମାଣ୍ଡ ସେଣ୍ଟର ମଞ୍ଜା ପାଖରେ ପହଞ୍ଚିବା ପାଇଁ ଶତାଧିକ ସିସିଟିଭି ଫୁଟେଜ ଯାଞ୍ଜ କରିଥିଲା।

ସିସିଟିଭି ଫୁଟେଜ ଆଧାରରେ ତା’ ସ୍କୁଟରକୁ ବେଙ୍ଗାଲୁରୁର ହେସାରାଘାଟ ଯାଏ ଟ୍ରାକ କରାଯାଇଥିଲା। ପୁଲିସ୍‌ ଗ୍ରୁପରେ ମଧ୍ୟ ତା’ର ଫଟୋକୁ ଶେୟାର କରାଯାଇଥିଲା। ଏକାଧିକ ପୁଲିସ୍‌ ଫଟୋକୁ ଦେଖିବା ପରେ ସେ ପେଶାଦାର ଅପରାଧୀ ମଞ୍ଜା ବୋଲି ଜଣାପଡ଼ିଥିଲା।

ମଞ୍ଜାକୁ ଧରିବା ପାଇଁ ଗୋଟିଏ ପୁଲିସ ଟିମ ତା’ ଘର ପାଖରେ ବେଶ କିଛି ଦିନ ଡେରା ପକାଇଥିଲେ ହେଁ କୌଣସି ସୁଫଳ ମିଳି ନଥିଲା। ମଞ୍ଜାର ସ୍କୁଟର ଛବି ଥିବାରୁ ଏହାକୁ ଆଧାର କରି ବେଙ୍ଗାଲୁରୁ ପୁଲିସ୍‌ର କମାଣ୍ଡ ସେଣ୍ଟର ତାକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ଟ୍ରାକ ବେଳେ ଜଣା ପଡ଼ିଥିଲା ଯେ ମଞ୍ଜା ସବୁବେଳେ ଏମଏସ ରମୈୟା ରୋଡ, ସଦାଶିବନଗର ପୁଲିସ ଷ୍ଟେସନ ଜଙ୍କସନ ଓ ଅନ୍ୟ କିଛି ଅଞ୍ଚଳକୁ ବାରମ୍ବାର ଯାଉଛି।

ଏହି ସବୁ ସ୍ଥାନରେ ୪ ଜଣ ପୁଲିସ କ୍ୟାମ କରି ଦୁଇ ସପ୍ତାହ ରହିଥିଲେ ହେଁ ଫଳ ମିଳି ନଥିଲା। ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କୁ ପ୍ରତ୍ୟାହାର କରି ନିଆଯାଇଥିଲା ଓ କେବଳ କେଏଲଙ୍କୁ ମୁତୟନ କରାଯାଇଥିଲା। କେଏଲ ମଧ୍ୟ ମଞ୍ଜାକୁ ଧରିବା ପାଇଁ ପୂରା ଚେଷ୍ଟା ଚଳାଇଥିଲେ।

ସୋମବାର ସକାଳେ ବେଙ୍ଗାଲୁରୁ କମାଣ୍ଡ ସେଣ୍ଟର ପକ୍ଷରୁ ଯଶବନ୍ତପୁର ନିକଟରେ ମୁତୟନ କେଏଲଙ୍କୁ ଆଲର୍ଟ କରାଯାଇଥିଲା। ମଞ୍ଜା ଏବେ ଏମଏସ୍‌ ରମୈୟା ହସ୍ପିଟାଲ ଜଙ୍କସନ ଅତିକ୍ରମ କରି ନିଜ ସ୍କୁଟରରେ ସଦାଶିବ ନଗର ପୁଲିସ୍‌ ଷ୍ଟେସନ ଜଙ୍କସନ ଆଡ଼େ ଯାଉଥିବା କେଏଲ ଖବର ପାଇଥିଲେ।

ସେ ତୁରନ୍ତ ନିଜ ବାଇକକୁ ଫୁଟପାଥରେ ରଖି ଦେଇ ଜଙ୍କସନରେ ପହଞ୍ଚି ଯାଇଥିଲେ। ସେଠାରେ ମୁତୟନ ଟ୍ରାଫିକ ସବ ଇନସପେକ୍ଟର ମାୟାମ୍ମାଙ୍କୁ ସବୁ କଥା କହିଥିଲେ।

ଏସ୍‌ପି ଅଶୋକ ଭିକେ କହିଛନ୍ତି, “ଟ୍ରାଫିକ ସିଗ୍ନାଲକୁ ନାଲି କରିବା ପୂର୍ବରୁ ମଞ୍ଜାକୁ ତା’ର ହେଲମେଟରୁ କେଏଲ ଚିହ୍ନି ଦେଇଥିଲେ। ସେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରିଥିଲେ। ହେଲେ ମଞ୍ଜା ଖସି ଯିବାକୁ ଚେଷ୍ଟା କରିଥିଲା। କେଏଲ ଗାଡ଼ିକୁ ଧରିବା ସହ ତା’ ପଛରେ ଦୌଡ଼ି ଥିଲେ। ଖସିଯିବାର ସମ୍ଭାବନା ସୃଷ୍ଟି ହେବାରୁ ସେ ତା’ ଗୋଡ଼କୁ ମାଡ଼ି ବସିଥିଲେ। ଏଥିସହ ସ୍କୁଟର ବେଗ ମଧ୍ୟ କମି ଯାଇଥିଲା।

ଏହା ଦେଖି ମିୟାମ୍ମା ମଧ୍ୟ କେଏଲଙ୍କ ସହାୟତା କରିବାକୁ ପହଞ୍ଚି ଯାଇଥିଲେ। ମଞ୍ଜା ଖସି ଯିବା ପାଇଁ ମିୟାମ୍ମାଙ୍କୁ ହେଲମେଟରେ ମଧ୍ୟ ଆକ୍ରମଣ କରିଛି। ଏହାଦେଖି ସ୍ଥାନୀୟ ଲୋକମାନେ ମଞ୍ଜାକୁ ମାଡ଼ ମାରିବା ସହ ତାକୁ କାବୁ କରିଥିଲେ।

ମଞ୍ଜା ନାଁରେ ବେଙ୍ଗାଲୁରୁ, ମହୀଶୂର, ଚିକ୍କାବାଲ୍ଲାପୁରା ଓ ତୁମକୁରୁ ଜିଲ୍ଲାରେ ୪୦ଟି ମାମଲା ରହିଛି। ତାକୁ ଧରି ମିୟାମ୍ମା ଓ କେଏଲ କମାଲ କରିଦେଇଛନ୍ତି। ମଞ୍ଜା ତା’ର ଗର୍ଲଫ୍ରେଣ୍ଡ ସହାୟତାରେ ଅପରାଧ ଦୁନିଆରେ ପାଦ ଦେଇଥିଲା। ମଞ୍ଜା ଭଳି ସେ ମଧ୍ୟ ବିଭିନ୍ନ ସ୍ଥାନରୁ ଅଳଙ୍କାର ଚୋରି କରିଥାଏ।”

Police Bengaluru