Advertisment

ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ଦ୍ୱିତୀୟ ପତ୍ନୀଙ୍କ ସାଂଘାତିକ ଅଭିଯୋଗ- ସାବତ ପୁଅ, ଜ୍ୱାଇଁ କରିଛନ୍ତି ଦୁଷ୍କର୍ମ

ସାବତ ପୁଅ ଓ ସାବତ ଜ୍ୱାଇଁ ସାଜିଲେ ସଇତାନ । ଘରେ ବାନ୍ଧି ନିର୍ଘାତ ପିଟିବା ସହ ବଳାତ୍କାର ବି କଲେ। ଏହାର ଭିଡିଓ କରି ବ୍ଲାକମେଲ୍‌ ବି କରୁଛନ୍ତି।

author-image
Niharika Rout
Rape

Rape

ସାବତ ପୁଅ ଓ ସାବତ ଜ୍ୱାଇଁ ସାଜିଲେ ସଇତାନ । ଘରେ ବାନ୍ଧି ନିର୍ଘାତ ପିଟିବା ସହ ବଳାତ୍କାର ବି କଲେ। ଏହାର ଭିଡିଓ କରି ବ୍ଲାକମେଲ୍‌ ବି କରୁଛନ୍ତି। ଏପରି ଏକ ଚାଞ୍ଚଲ୍ୟକର ଅଭିଯୋଗ ଜମ୍ମୁ- କଶ୍ମୀରରେ ଘଟିଥିବା ଜଣାଯାଇଛି। ଏପରି ଅଭିଯୋଗ ଆଣି ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀଙ୍କ ଦ୍ୱିତୀୟ ପତ୍ନୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।

Advertisment

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ସେ ଉତ୍ତରପ୍ରଦେଶର ଲକ୍ଷ୍ନୌ ବାସିନ୍ଦା ହୋଇଥିବା ବେଳେ ଜମ୍ମୁ- କଶ୍ମୀରର ଜଣେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସରଙ୍କୁ ଦ୍ୱିତୀୟ ବିବାହ କରିଥିଲେ । ପ୍ରଥମ ବିବାହରୁ ସ୍ୱାମୀଙ୍କର ୩ ଝିଅ ଓ ଏକ ପୁଅ ଅଛନ୍ତି। ମାତ୍ର ବିବାହ ଆରମ୍ଭରୁ ସେମାନେ ତାଙ୍କୁ ନିର୍ଯାତନା ଦେଇ ଆସୁଥିବା ମହିଳାଜଣକ ଅଭିଯୋଗ କରି ଆସିଛନ୍ତି। ସାବତ ପିଲାମାନେ ଯୌତୁକ ଆଣିବାକୁ ଚାପ ପକାଉଥିବା ବେଳେ ମନା କରିବାକୁ ପ୍ରବଳ ପିଟୁଥିଲେ ।

ଗତ ଏପ୍ରିଲ ମାସରେ ସାବତ ପୁଅ ଓ ଜ୍ୱାଇଁ ଘରେ ୫ ଦିନ କାଳ ବାନ୍ଧି ରଖି ପ୍ରବଳ ପିଟିବା ସହ ବଳାତ୍କାର କରିଥିଲେ। ଉକ୍ତ ସମୟରେ ସେମାନେ ତାଙ୍କୁ ଖାଇବାକୁ ଦେଉ ନ ଥିବା ମହିଳାଜଣକ କହିଛନ୍ତି । ଏହାର ଭିଡିଓ କରି ସେମାନେ ପଛରେ ବ୍ଲାକମେଲ୍‌ କରୁଥିବା ଧମକ ବି ଦେଉଥିବା ସେ ନିଜ ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି। ସ୍ୱାମୀ ବି ଏଥିରେ ସାମିଲ ଥିବା ଓ ନିଜ ପିଲାଙ୍କୁ ସମର୍ଥନ କରି ଏକ ସାଧା କାଗଜରେ ଦସ୍ତଖତ କରିବାକୁ ବାଧ୍ୟ କରୁଥିବା ମହିଳାଜଣକ ଅଭିଯୋଗ କରିଛନ୍ତି।

Advertisment

ନିର୍ଯାତନା ଅସହ୍ୟ ହେବାରୁ ସେ ସେଠାରୁ ମୁକୁଳି ନିଜ ଘରକୁ ପଳାଇବା ସହ ଏନେଇ ଇନ୍ଦିରା ନଗର ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ଏକ ମାମଲା ରୁଜୁ କରି ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି।

Rape Jammu Kashmir