Advertisment

CJIଙ୍କୁ ଚିଠି ଲେଖିଲେ ୨୧ ଅବସରପ୍ରାପ୍ତ ବିଚାରପତି

ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଥିବା ଏହି ଚିଠିରେ ଅବସରପ୍ରାପ୍ତ ବିଚାରପତିମାନେ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
D Y Chandrachud

D Y Chandrachud

Advertisment

ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚାଲିଛି ଉଦ୍ୟମ। ଏହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅବସରପ୍ରାପ୍ତ ବିଚାରପତି। ଏନେଇ ଭାରତର ପ୍ରଧାନ ବିଚାରପତି ଡିଓ୍ୱାଇ ଚନ୍ଦ୍ରଚୂଡଙ୍କୁ ଚିଠି ଲେଖିଛନ୍ତି ହାଇକୋର୍ଟ ଓ ସୁପ୍ରିମକୋର୍ଟର ୨୧ ଅବସରପ୍ରାପ୍ତ ବିଚାରପତି।

Advertisment

ଏହି ଚିଠିରେ ଅବସରପ୍ରାପ୍ତ ବିଚାରପତିମାନେ ଅଭିଯୋଗ କରିଛନ୍ତି ଯେ ନ୍ୟାୟପାଳିକାକୁ ଦୁର୍ବଳ କରିବା ପାଇଁ କିଛି ଲୋକ ଉଦ୍ୟମ କରୁଛନ୍ତି। କେତେକ ଗୋଷ୍ଠୀ ସୁଚିନ୍ତିତ ଚାପ ସୃଷ୍ଟି କରିବା, ଭୁଲ ତଥ୍ୟ ପ୍ରଚାର କରିବା ତଥା ଜନସାଧାରଣଙ୍କ ଭିତରେ ଭୁଲ୍‌ ଧାରାଣା ସୃଷ୍ଟି କରିବା ଓ ନ୍ୟାୟପାଳିକାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଛନ୍ତି। ଏହାକୁ ନେଇ ଆମେ ମିଳିତ ଭାବରେ ଚିନ୍ତା ପ୍ରକଟ କରୁଛି ବୋଲି ଅବସରପ୍ରାପ୍ତ ବିଚାରପତିମାନେ କହିଛନ୍ତି।

ରାଜନୈତିକ ସ୍ୱାର୍ଥ ଏବଂ ବ୍ୟକ୍ତିଗତ ଲାଭକୁ ଦୃଷ୍ଟିରେ ରଖି କିଛି ତତ୍ତ୍ୱ ଦ୍ୱାରା ଏପରି କରାଯାଉଛି ବୋଲି ଚିଠିରେ ଅବସରପ୍ରାପ୍ତ ବିଚାରପତିମାନେ ଉଲ୍ଲେଖ କରିଛନ୍ତି। ଆମର ନ୍ୟାୟିକ ବ୍ୟବସ୍ଥାରେ ଲୋକଙ୍କ ଆତ୍ମବିଶ୍ୱାସକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ସେମାନେ ଅଭିଯୋଗ କରିଛନ୍ତି। ଏଭଳି ଚାପ ସୃଷ୍ଟି କରୁଥିବା ଲୋକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ସିଜେଆଇଙ୍କୁ ଦାବି କରିଛନ୍ତି। ଏଥିସହ ଆଇନ ପ୍ରଣାଳିର ପବିତ୍ରତା ଯେପରି ସୁରକ୍ଷିତ ରହିବ ସେ ଦିଗରେ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।

Advertisment

ଯେଉଁମାନେ ଏହି ଚିଠି ଲେଖିଛନ୍ତି ସେମାନଙ୍କ ମଧ୍ୟରେ ହାଇକୋର୍ଟର ୧୭ ଜଣ ପୂର୍ବତନ ବିଚାରପତି ଏବଂ ସୁପ୍ରିମକୋର୍ଟର ଚାରିଜଣ ପୂର୍ବତନ ବିଚାରପତି ଅଛନ୍ତି। ପ୍ରକାଶ ଥାଉକି, ଅବସରପ୍ରାପ୍ତ ବିଚାରପତିମାନେ ଏହି ଘଟଣାଗୁଡ଼ିକ ବିଷୟରେ ସବିଶେଷ ତଥ୍ୟ ଦେଇନାହାଁନ୍ତି। ତେବେ ଦୁର୍ନୀତି ମାମଲାରେ ବିରୋଧୀ ଦଳର ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ଶାସକ ବିଜେପି ଏବଂ ବିରୋଧୀ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଲାଗି ରହିଥିବା ବେଳେ ଏହି ଚିଠି ସାମ୍ନାକୁ ଆସିଛି।

Supreme Court CJI Retired Judges Wrote A Letter To CJI D Y Chandrachud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe