Advertisment

Cyber Fraud: ‘ଡିଜିଟାଲ ଆରେଷ୍ଟ’ରେ ହରାଇଲେ ୧.୨ କୋଟି: ଟଳି ପଡ଼ିଲେ ୮୨ ବର୍ଷୀୟ ବୃଦ୍ଧ

ଅଚାନକ ଏପରି ଠକେଇ ଖବର ପାଇ ବୃଦ୍ଧ ଜଣଙ୍କ ମାନସିକ ଚାପରେ ରହିଥିଲେ। ଅକ୍ଟୋବର ୨୨ରେ ସେ ଘର ଭିତରେ ହିଁ ଅଚେତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

author-image
Hemant Lenka
ai

ଏଆଇ ଫଟୋ

ପୁଣି ଡିଜିଟାଲ ଠକେଇ। ସାଇବର ଠକମାନେ ତଥାକଥିତ ଡିଜିଟାଲ ଆରେଷ୍ଟ ବଳରେ ଜଣେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଓ ତାଙ୍କ ପତ୍ନୀଙ୍କ ଠାରୁ ନେଇ ଯାଇଛନ୍ତି ୧.୧୯ କୋଟି। ଏପରି ଠକେଇ ବିଷୟରେ ଜାଣିବା ପରେ ପୁଣେର ୮୨ ବର୍ଷୀୟ ଅବସର ପ୍ରାପ୍ତ କର୍ମଚାରୀ ଜଣଙ୍କ ଟଳି ପଡ଼ିଛନ୍ତି।

Advertisment

ଅଚାନକ ଏପରି ଠକେଇ ଖବର ପାଇ ବୃଦ୍ଧ ଜଣଙ୍କ ମାନସିକ ଚାପରେ ରହିଥିଲେ। ଅକ୍ଟୋବର ୨୨ରେ ସେ ଘର ଭିତରେ ହିଁ ଅଚେତ ହୋଇ ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। 

ଡିଜିଟାଲ ଆରେଷ୍ଟର ଠକେଇ ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୭ ଯାଏ ଚାଲିଥିଲା। ସାଇବର ଠକମାନେ ନିଜକୁ ମୁମ୍ବାଇ ସାଇବର ପୁଲିସ୍‌ ଓ ସିବିଆଇ ଅଧିକାରୀ ଭାବେ ପରିଚୟ ଦେଇ ଏପରି ଲୁଟ କରିଥିଲେ। 

Advertisment

୮୨ ବର୍ଷୀୟ ବୃଦ୍ଧ ଓ ତାଙ୍କର ୮୦ ବର୍ଷୀୟ ପତ୍ନୀ ପୁଣେରେ ରୁହନ୍ତି। ସେମାନଙ୍କର ୩ ଝିଅ ବିଦେଶରେ। ଏହାର ଫାଇଦା ଉଠାଇ ବୃଦ୍ଧ ଦମ୍ପତିଙ୍କୁ ସାଇବର ଠକମାନେ ମନି ଲଣ୍ଡରିଂ ମାମଲା କଥା କହି ଭୟଭୀତ କରାଇଥିଲେ। ଏହାପରେ ୩ ଦିନ କାଳ ଡିଜିଟାଲ ଆରେଷ୍ଟ ରଖି ନିଜର ଲୁଟ ଯୋଜନାକୁ କାର୍ଯ୍ୟକାରୀ କରିଥିଲେ।

ବୃଦ୍ଧଙ୍କ ପତ୍ନୀ ମଙ୍ଗଳବାର ଦାଖଲ କରିଥିବା ଅଭିଯୋଗରେ ଦର୍ଶାଇଛନ୍ତି ଯେ ତାଙ୍କ ସ୍ୱାମୀ ତାଙ୍କ ଜୀବନର ସବୁ ଆୟ ସାଇବର ଠକାମୀ ଯୋଗୁ ହରାଇଥିଲେ। ଏଥିଯୋଗୁ ସେ ପ୍ରବଳ ମାନସିକ ଚାପରେ ରହିଥିବା ବେଳେ ଠକମାନେ ତାଙ୍କୁ ନିୟମିତ ଧମକାଇ ଚାଲିଥିଲେ। ଏଥିଯୋଗୁ ବୃଦ୍ଧ ଜଣଙ୍କ ଅକ୍ଟୋବର ୨୨ରେ ହଠାତ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

କେମିତି ହୋଇଥିଲା ଠକେଇ? 

ଠକେଇ ଅଗଷ୍ଟ ୧୬ରୁ ଆରମ୍ଭ ହୋଇଥିଲା। ମୁମ୍ବାଇ ପୁଲିସର ଏନକାଉଣ୍ଟର ସ୍ପେଶାଲିଷ୍ଟ ଭାବେ ନିଜକୁ ପରିଚୟ ଦେଇ ବୃଦ୍ଧଙ୍କୁ ପ୍ରଥମେ ଗୋଟିଏ କଲ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ତାଙ୍କୁ କହିଥିଲା ଯେ ଗୋଟିଏ ଘରୋଇ ଏୟାର ଲାଇନ ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବୃଦ୍ଧଙ୍କ ଆଧାର କାର୍ଡ ଓ ବ୍ୟାଙ୍କ ଆକାଉଣ୍ଟର ଅପବ୍ୟବହାର କରାଯାଇଛି। 

ଏହାକୁ ଶୁଣି ବୃଦ୍ଧ ଜଣଙ୍କ ପୂରା ଡରି ଯାଇଥିଲେ। କିଛି ସମୟ ପରେ ଆଉ ଜଣେ ଠକ( Cyber Loot) ନିଜକୁ ଦିଲ୍ଲୀ ସିବିଆଇର ଆଇପିଏସ୍‌ ଅଫିସର ଭାବେ ପରିଚୟ ଦେଇ ବୃଦ୍ଧଙ୍କୁ ଫୋନ କରିଥିଲା। ବୃଦ୍ଧ ଦମ୍ପତି ମନି ଲଣ୍ଡରିଂ ମାମଲାରେ ଜଡ଼ିତ ରହିଛନ୍ତି ଓ ସେମାନଙ୍କୁ ଘରେ ଗିରଫଦାରୀ କିମ୍ବା ଜେଲରେ ରହିବାକୁ ପଡ଼ିବ ବୋଲି କଲର ଜଣକ କହିଥିଲା। 

ଏହାପରେ ଠକମାନେ ବୃଦ୍ଧଙ୍କୁ ତାଙ୍କ ଫୋନ କ୍ୟାମେରା ଅନ ରଖିବାକୁ କହିଥିଲେ। ଏପରି ଭାବେ ସେମାନଙ୍କୁ ୩ ଦିନ କାଳ ଡିଜିଟାଲ ଆରେଷ୍ଟରେ ରଖା ଯାଇଥିଲେ। ଏହି ସମୟରେ ସେମାନେ ବୃଦ୍ଧ ଦମ୍ପତିଙ୍କ ସମସ୍ତ ବ୍ୟାଙ୍କ ଓ ଆଧାର କାର୍ଡ ତଥ୍ୟ ହାସଲ କରି ନେଇଥିଲେ। ଏଥିସହ ସେମାନଙ୍କ ପାଖରେ ଥିବା ସମସ୍ତ ଟଙ୍କାକୁ ୫ଟି ଭିନ୍ନଭିନ୍ନ ଆକାଉଣ୍ଟକୁ ପଠାଇବାକୁ କହିଥିଲେ। ସେପ୍ଟେମ୍ବର ୧୭ ମଧ୍ୟରେ ସେମାନେ ବିଭିନ୍ନ ପର୍ଯ୍ୟାୟରେ ଫୋନ କରି ଟଙ୍କା ନେଇଥିଲେ। 

ବୃଦ୍ଧ ଜଣଙ୍କ ରଖିଥିବା ସମସ୍ତ ଜମା ଠାରୁ ଆରମ୍ଭ କରି ୩ ଝିଅ ବିଦେଶରୁ ପଠାଇଥିବା ଟଙ୍କା ସେମାନେ ନେଇ ଯାଇଥିଲେ। ଠକମାନେ(Cyber Fraud) ମୋଟ ୧.୧୯ କୋଟି ଟଙ୍କା ନେବା ପରେ ହଠାତ ଫୋନ କରିବା ବନ୍ଦ କରିଦେଇଥିଲେ। ଫୋନ କଲ ନ ଆସିବାରୁ ବୃଦ୍ଧ ଦମ୍ପତି ଠକାମୀରେ ପଡ଼ିଥିବା ହୃଦୟଙ୍ଗମ କରିଥିଲେ। ସେମାନେ ବିଦେଶରେ ଥିବା ଜଣେ ଝିଅଙ୍କୁ ଯୋଗାଯୋଗ କରିବାରୁ ସେ ପୁଲିସ୍‌ରେ ଅଭିଯୋଗ କରିବାକୁ କହିଥିଲେ।

ପୁଲିସରେ ଅଭିଯୋଗ ହେବା ପରେ ପୂରା ଘଟଣା(Cyber Crime) ସାମ୍ନାକୁ ଆସିଛି। ପୁଲିସ୍‌ ଏବେ ଘଟଣାର ବିସ୍ତୃତ ତଦନ୍ତ କରୁଛି। 

Cyber Crime Cyber Fraud Cyber Loot